ସାହିତ୍ୟ ହିଁ ଦେଶ ଓ ଜାତିର ମେରୁଦଣ୍ଡ..

blank
କେନ୍ଦ୍ରାପଡ଼ା,୨୧ା୭ :ମୌସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ସାଂଧ୍ୟ୍ୟ ମହାବିଦ୍ୟାଳୟ ସଭା ଗୃହରେ କବି ଡ଼. ଶ୍ରୀଧର ସାମଲଙ୍କ ନୂତନ କବିତା ସଂକଳନ “ନିରବତାର ସେପାଖରେ’ର ଶୁଭ ଉନ୍ମୋଚନ ସହ ଏକ ଭବ୍ୟ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସମ୍ପାଦକ ଡ଼ ଶ୍ରୀଧର ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ବିଶିଷ୍ଠ ସାହିତ୍ୟିକା ବସୁନ୍ଧରାର ନିର୍ଦେଶିକା ରିନୀ ମହାନ୍ତି, ମୁଖ୍ୟବକ୍ତା ଭାବେ ଗୋକର୍ଣ୍ଣିକାର ସମ୍ପାଦକ ରମାକାନ୍ତ ଜେନା, ବରେଣ୍ୟ ଅତିଥି ଭାବେ ସାହିତ୍ୟିକ ଡ଼ ବାସୁଦେବ ଦାସ, କବି ଅନ୍ନପୂର୍ଣ୍ଣା ମହାନ୍ତି, ସମୀକ୍ଷକ ପ୍ରକାଶ କୁମାର ମହାନ୍ତି, ‘ପରାଗ’ର ସମ୍ପାଦକ ବନମାଳି ସେନାପତି ପ୍ରମୁଖ ଯୋଗଦେଇ ସାହିତ୍ୟ ହିଁ ସମାଜର ମେରୁଦଣ୍ଡ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ରିନୀ ମହାନ୍ତିଙ୍କୁ ସମାଜସେବା ଓ ସାହିତ୍ୟକ୍ଷେତ୍ରରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଇଂ ଅକ୍ଷୟ କୁମାର ପାଣି ସଭା ପରିଚାଳନା କରିଥିବା ବେଳେ କବିତା ଆସରକୁ କବି ପ୍ରେମାନନ୍ଦ ଖଣ୍ଡୁଆଳ ପରିଚାଳନା କରିଥିଲେ। କବି ଚାରୁଲତା ଭୂୟାଁ, ନିରୁପମା ଦାସ, ନିକୁଞ୍ଜ ପୃଷ୍ଠି କବିତା ସଂଯୋଜନା କରିଥିଲେ। କବିତା ପାଠୋତ୍ସବରେ କବି ଖଗେଶ୍ୱର ମହାନ୍ତି, ଅଜୟ ପାତ୍ର, ରଞ୍ଜନ ବାଇ, ଗୋଲାପ ରାଉତ, ଗୀତାଞ୍ଜଳି ସାହୁ, କୃଷ୍ଣଚନ୍ଦ୍ର ମହାପାତ୍ର, ପୂଜାଶ୍ରୀ ସେଠୀ, ମଞ୍ଜୁଶ୍ରୀ ବରାଳ, ଅମର ପ୍ରସାଦ ରାଉତ, ଲଷ୍ମୀପ୍ରିୟା ମାଇତି, ସଞ୍ଜୟ କୁମାର ମଲ୍ଲିକ, ଶଶିକାନ୍ତ ଦାସ, କବିତା ମୁଦୁଲି, ଡ଼ ଗିରିଜାକାନ୍ତ ଦାସ, ଅଧ୍ୟାପକ ଶିଶିରକାନ୍ତ ମହାପାତ୍ର, ମାତୃଦତ୍ତ ମହାନ୍ତି, ବଂଶୀଧର ମହାନ୍ତି, ଜୋତ୍ସ୍ନାମୟୀ ସୂତାର, ମମତା ସାମଲ, ପ୍ରେମାନନ୍ଦ ଜେନା ପ୍ରମୁଖ ଚାଳିଶରୁ ଉର୍ଦ୍ଧ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ।କବି ବୃନ୍ଦାବନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ବୋଲବମ ଭକ୍ତଙ୍କ ଜଳାଭିଷେକ ପାଇଁ ଭିଡ଼

Mon Jul 21 , 2025
ପଟ୍ଟାମୁଣ୍ଡାଇ ୨୧/୭ -ଶ୍ରାବଣ ମାସରେ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରିବା ବୋଲବମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ସାରା ରାଜ୍ୟର ବିଭିନ୍ନ ଅଂଚଳରେ ସକାଳ ଠାରୁ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବୋଲବମ ଭକ୍ତଙ୍କ ଶୋଭାଯାତ୍ରା ଚାଲିଥାଏ । ବୋଲବମ ଭକ୍ତମାନେ ଶୁଦ୍ଧପୁତ ଭାବେ ନୂତନ ଗେରୁଆ ବସ୍ତ୍ର ପରିଧାନ କରିବା ସହିତ କାନ୍ଧରେ ପାଣି ଭରା କଳସୀ ଧରି ଶୋଭାଯାତ୍ରାରେ ବିଭିନ୍ନ ଶୈବ ପୀଠକୁ ଯାତ୍ରା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading