
କେନ୍ଦ୍ରାପଡା,୨୬ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁରଠାରେ ସରସ୍ୱତୀ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବାଗ୍ଦେବୀ ମା ସରସ୍ୱତୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲାର ବି.ଡି.ଓ ଅଭିଷେକ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଓସ୍ତପୁର ସରପଞ୍ଚ ପ୍ରଶନ୍ନ ରାଉତ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିବା ବେଳେ କେନ୍ଦ୍ରାପଡା ଓଷ୍ଟାର ସଭାପତି ଅଶୋକ କୁମାର ପରିଡା, ସମ୍ପାଦକ ଭଗବାନ ସାହୁ, ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, କେନ୍ଦ୍ରାପଡା ବ୍ଲକ ଓଷ୍ଟାର ସଭାପତି ତପନ କୁମାର ଦାସ, ସମ୍ପାଦକ ନାରାୟଣ ପଣ୍ଡା, ପଞ୍ଚସଖା ଶିକ୍ଷା ସେତୁର ସଭାପତି ଡ. ଉପେନ୍ଦ୍ର ନାଥ ପ୍ରଧାନ ଆଦି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମା ସରସ୍ୱତୀ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ମାଙ୍କ ଠାରୁ ଆର୍ଶିବାଦ ନେଇଥିଲେ । ବିଦ୍ୟାଳୟର ଶିକ୍ଷକ ମହେଶ୍ୱର ସାହୁଙ୍କ ତତ୍ୱାବଧାନରେ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟ ହତାରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମନୋଜ କୁମାର ନାୟକ ମା’ସରସ୍ୱତୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ କର୍ତ୍ତା ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ନାୟକ ଓ ଶିକ୍ଷକ ସନ୍ତୋଷ ଜେନା, ମଧୁସ୍ମିତା ଲେଙ୍କା, ମାନସ କୁମାର ତରାଇ, ଲକ୍ଷ୍ମୀ ନାୟକ, ସୁଜାତା ସାହୁ, ସବିତା ରାଉତରାୟ, ଆରତି ଖୁଣ୍ଟିଆ, ସାବିତ୍ରୀ ସାହୁ, କଳ୍ପନା ବେହେରା, ଦିବ୍ୟଜ୍ୟୋତ ଦାସ, ରାଇସନ୍ ମାରାଣ୍ଡି, ଦୀପା ରାଉତରାୟ ଓ ବିଦ୍ୟାଳୟର ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ । ନିକଟବର୍ତ୍ତୀ ବିଦ୍ୟାଳୟରୁ ମଧ୍ୟ ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ଅତିଥି ରୂପେ ଯୋଗ ଦେଇଥିଲେ ।
