
ପଟ୍ଟାମୁଣ୍ଡାଇ ୧୦/୧୦- ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲ ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟ କରି ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କ ସଂଖ୍ୟା ଏକ ଆହ୍ୱାନ ଭାବେ ଦେଖା ଦେଇଥିବାରୁ ଏହାର ନିୟଂତ୍ରଣ ଓ ନିରାକରଣ ଦିଗରେ ସବୁ ମହଲରେ ଉଦ୍ୟମ କରାଯିବା ସହିତ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ସିଭିଲ ଜଜ ବିଦ୍ୟୁତଲତା ପ୍ରଧାନ, ଜେଏମ,ଏଫସି ଡି.କେ ବାଲକ୍ରିଷ୍ଣନ ଯୋଗ ଦେଇ ବିଶ୍ୱରେ ମାନସିକ ରୋଗୀ ବୃଦ୍ଧି ସମାଜ ପାଇଁ ଚିନ୍ତାଜନକ ହୋଇଥିବାରୁ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ପଟ୍ଟାମୁଣ୍ଡାଇ ଓକିଲ ସଂଘ ଉପସଭାପତି ସୁରେଶ କୁମାର ନରେନ୍ଦ୍ର ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଡା ତାପସ ରଞ୍ଜନ ସାହୁ, ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର ଦାଶ, ସହସମ୍ପାଦକ ମନୋଜ ନାୟକ, ଲିଗାଲ ଏଡ଼ ପ୍ୟାନେଲ ଆଇନଜୀବୀ ଗୀତାଞ୍ଜଳି ପୃଷ୍ଟି, ଆଇନଜୀବୀ ବିଜୟ ରାଉତ, ହୃଦାନନ୍ଦ ମହାନ୍ତି, ଲିଗାଲ ଏଡ଼ କର୍ମକର୍ତା ଅପର୍ଣ୍ଣା ସାମଲ, ମୋହନ ଦାସଙ୍କ ସମେତ ସ୍ୱାସ୍ଥ୍ୟ କର୍ମଚାରୀ ଓ ଆଶା କର୍ମୀ ଯୋଗ ଦେଇଥିଲେ । ଶେଷରେ ଆଇନଜୀବୀ ଧୀରେନ୍ଦ୍ର ନାଥ ସାହୁ ଧନ୍ୟବାଦ ଦେଇଥିଲେ ।
