
ପଟ୍ଟାମୁଣ୍ଡାଇ ୨୬/୧୧– ରାଜନଗର ନର୍ବାଚନ ମ଼ଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରାୟ ୨୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ରାଜନଗର ବିଧାୟକ ଧ୍ରୁବ ସାହୁ ବୁଧବାର ଶୁଭ ଶିଳାନ୍ୟାସ କରିଛନ୍ତି । ୧୭ ନଂ ଜୋନ ବିଜେଡି ଜିଲାପରିଷଦ ସଦସ୍ୟ ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ବୁଧବାର ପୂବାହ୍ନରେ ଶହ ଶହ ବିଜେଡି ନେତା କର୍ମୀ ଓ ଜନସାଧାରଣ ବାଜା ବଜାଇ ବାଣ ଫୁଟାଇ ଏକ ବିରାଟ ଶୋଭାଯାତ୍ରାରେ ବିଧାୟକ, ବ୍ଲକ ଅଧ୍ୟକ୍ଷଙ୍କୁ ନେଇ କାଠିଆପଡା ଶିଳାନ୍ୟାସ ସ୍ଥଳକୁ ଯାଇଥିଲେ । ସେଠାରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ କାଠିଆପଡା-ପଟ୍ଟାମୁଣ୍ଡାଇ ପୂର୍ତ ବିଭାଗ ରାସ୍ତାର ପ୍ରଶସ୍ତି ଓ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରାଯାଇଥିଲା । ପରେ ୧୨ କୋଟି ଟଙ୍କା ବ୍ୟୟରେ ଗୁଣ୍ଠି-ଚହଳିବାଙ୍କ ରାସ୍ତା ଶିଳାନ୍ୟାଶ କରିବା ସହିତ ୬ କୋଟି ବ୍ୟାୟରେ ଅଢାଯୋରୀ-ଗୋପ୍ତିରା ରାସ୍ତା ଓ ୧ କୋଟି ଟଙ୍କା ବ୍ୟୟରେ ଚନ୍ଦନନଗର ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ପାଇଁ ଶୁଭ ଶିଳାନ୍ୟାଶ କରାଯାଇଥିଲା । ଏହି ଶିଳାଣୟାଶ ଉତ୍ସବରେ ବିଜେଡି ଶତାଧିକ ନେତାକର୍ମୀ ସାମିଲ ହୋଇଥିଲେ ।
