ବଳଦେବଜୀଉ ମନ୍ଦିର ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବ୍ୟାପି କରାଯିବ : ମନ୍ଦିର ଉନ୍ନତିକରଣ ପାଇଁ ଶହେ କୋଟି ଟଙ୍କା ପ୍ରଦାନ କରାଯିବ

ଶ୍ରୀବଳଦେବଜୀଉ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ଆଇନମନ୍ତ୍ରୀ

blank
କେନ୍ଦ୍ରାପଡ଼ା,୧୬ା୧୧:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରର ଐତିହ୍ୟ,ସଂସ୍କୃତି, ପର୍ଯ୍ୟଟନ ଓ ଭକ୍ତଙ୍କ ଭାବାବେଗ ଦୃଷ୍ଟିରୁ ଏକ ସ୍ୱତନ୍ତ୍ରତା ରହିଛି। ମନ୍ଦିରର ପୂଜାବିଧି ଓ ପରମ୍ପରା ମଧ୍ୟ ଅନେକ ଜଗନ୍ନାଥପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। ବର୍ତ୍ତମାନ ସମୟରେ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ରହିଛନ୍ତି। ଶ୍ରୀଜୀଉଙ୍କ ମନ୍ଦିର ଓ ପାରିପାଶ୍ୱର୍ିକ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଶହେ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯିବ ବୋଲି ଶ୍ରୀବଳଦେବଜୀଉ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି ନେଇ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେବା ଅବସରରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି। ଭୁବନେଶ୍ୱରସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବଳଦେବଜୀଉ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତିି। ବୈଠକରେ ମୁଖ୍ୟ ମନ୍ଦିରର ଆବଶ୍ୟକ ମରାମତି, ପାରିପାର୍ଶ୍ୱିକ ଉନ୍ନତି ସହ ଆନନ୍ଦ ବଜାର, ରୋଷଘର, ଝୁଲଣ ମଣ୍ଡପ, ଚନ୍ଦନ ପୁଷ୍କରିଣୀର ସୈାନ୍ଧର୍ଯ୍ୟକରଣ ନେଇ କି କି ପଦକ୍ଷେପ ନିଆଯିବ ସେ ନେଇ ପ୍ରସ୍ତାବିତ ଥ୍ରୀ-ଡ଼ି ନକ୍ସାର ତର୍ଜମା କରିଥିଲେ। ଏଥି ସହିତ ମାଉସୀ ମା’ ମନ୍ଦିରର ଉନ୍ନତି କରଣ, ପାର୍କିଂ ସ୍ଥଳ, ରଥଖଳା, ଯାତ୍ରୀନିବାସ, ଭୋଗ ଦୋକାନ, ପୋଲିସ କଣ୍ର୍ଟ୍ରୋଲ ରୁମ୍ ଆଦିର ଆଧୁନିକୀକରଣ ବାବଦରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଦେବୋତ୍ତର ଆୟୁକ୍ତ ଲଲାଟେନ୍ଦୁ ଜେନା, ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀବଳଦେବଜୀଉ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି ନିମନ୍ତେ ବିସ୍ତୃତ ପ୍ଲାନ୍ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ତୁରନ୍ତ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସେଠାରେ ଉପସ୍ଥିତ ଥିବା ଆର୍କିଟେକ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ମନ୍ଦିର ଟ୍ରଷ୍ଟବୋର୍ଡ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ସେବାୟତ ଟ୍ରଷ୍ଟି ନୃସିଂହ ଚରଣ ପତ୍ରୀ ଓ ପୂର୍ତ୍ତର୍ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ ରତିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Next Post

ମଉଳି ଯାଉଛି ଶିକ୍ଷକ ଛାତ୍ରର ସମ୍ପର୍କ : ସେତେବେଳେ ଶିକ୍ଷକଙ୍କୁ ଦେଖିଲେ ମନରେ ଶଙ୍କା କରୁଥିଲା ଛାତ୍ର , ଏବେ ଛାତ୍ରକୁ ଦେଖି ଶିକ୍ଷକ ଭୟଭିତ ।

Tue Nov 18 , 2025
ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ହରେକୃଷ୍ଣ ହାଇସ୍କୁଲର୧୯୭୭ ବ୍ୟାଚର ବନ୍ଧୂ ମିଳନ ,   ଦୁରେଇ ଦୁରେଇ ଯାଉଛି ଗୁରୁ ଶିଷ୍ୟର ସମ୍ପର୍କ । ସେଦିନ ପରି ଗୁରୁଙ୍କୁ ଭକ୍ତି କରୁନି ଛାତ୍ର ଆଉ ଛାତ୍ର ମଧ୍ୟ ଗୁରୁଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ହେବାରେ ଲାଗିଛି । କିନ୍ତୁ ଆପଣ ଜାଣି ବିଶ୍ମିତ ହେବେ କି ୪୮ ବର୍ଷ ଧରି ସ୍କୁଲ ଛାଡି ଥିବା ବୟବୃଦ୍ଧ ଛାତ୍ର ମାନେ ଏବେ ସେମାନଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading