
ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କଟୁରିରେ ଆଘାତ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ। ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧିନ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମାଳିପୁର ଗାଁରେ । ଗତକାଲି ବିଳମ୍ବିତ ରାତ୍ରୀରେ ମାଳିପୁର ଗ୍ରାମର ପ୍ରତାପ ମଳିକ ଓ ସ୍ତ୍ରୀ ଭାରତୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା।ଶେଷରେ ସ୍ୱାମୀ ପ୍ରତାପ ଉତ୍ୟକ୍ତ ହୋଇ ଧରିଥିବା କଟୁରିରେ ଆଘାତ ଦେଇଥିଲେ। ଏଥିରେ ଭର୍ତି ଗୁରୁତର ହୋଇ ଚିତ୍କାର କରିଥିଲା । ଭାରତୀଙ୍କ ଚିତ୍କାର ଶୁଣି ପଡୋଶୀମାନେ ପହଂଚି ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ଭର୍ତୀ କରିଥିଲେ। ମାତ୍ର ପଟ୍ଟାମୁଣ୍ଡାଇ ଡାକ୍ତର ତାଙ୍କୁ କଟକ ବଡ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲୋ ମାତ୍ର ସ୍ୱାମୀ ପ୍ରତାପ ସ୍ତ୍ରୀକୁ ଆକ୍ରମଣ କରି ରାତିରୁ କୁଆଡେ ପଳାଇଯାଇଥିଲା । ମଙ୍ଗଳବାର ସକାଳୁ ଗ୍ରାମବାସୀ ଏକ ପୋଖରୀ ନିକଟରୁ ଚେତାଶୁନ୍ୟ ଅବସ୍ଥାରେ ପ୍ରତାପକୁ ଦେଖିବାକୁ ପାଇଥିବା ବେଳେ ତା ପାଖରେ ଏକ ବିଷ ବୋତଲ ପଡିଥିବାର ଦେଖିଥିଲେ । ସେମାନେ ପ୍ରତାପକୁ ସେଠାରୁ ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ଆଣିଥିଲେ ପରେ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଛନ୍ତି ବୋଲି ଗ୍ରାମବାସୀ ଙ୍କ ପକ୍ଷରୁ ସୂଚନା ମିଳିଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଆଇଆଇସି ଶ୍ରୀକାନ୍ତ ବାରିକ କହିଛନ୍ତି।
