ଜିଲ୍ଲା ସ୍ତରୀୟ ଏଚଆଇଭି ଓ ଏଡସ କୁଇଜ ପ୍ରତିଯୋଗିତା

blank
କେନ୍ଦ୍ରାପଡ଼ା,୩୧ା୭:କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ପିଏମ୍‌ଶ୍ରୀ ସୁଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ଜୁନିୟର ରେଡ଼କ୍ରସର ମିଳିତ ଆୟୋଜନରେ ଏକ ଜିଲ୍ଲାସ୍ତରୀୟ ଏଚଆଇଭି/ ଏଡ଼ସ କୁଇଜ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମାଜ ଦ୍ୱାରା ଏଡ଼ସ ସଚେତନତା ଉଦ୍ଦେଶ୍ୟରେ ପ୍ରଥମେ ବିଦ୍ୟାଳୟ ସ୍ତରରେ ଓ ପରେ ପରେ ବ୍ଲକ ସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରତି ବ୍ଲକରୁ ଦୁଇଜଣ ଲେଖାଏଁ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ। ଓଡିଶା ଆଦର୍ଶ ବିଦ୍ୟାଳୟ, କୁରୁଜଙ୍ଗାର ଛାତ୍ରୀ ଦିବ୍ୟାଶ୍ରୀ ଦାସ ଓ ଓଡିଶା ଆଦର୍ଶ ବିଦ୍ୟାଳୟ, ନିଆଳର ଛାତ୍ର ରୋହିତ କୁମାର ରାଉତ ଶ୍ରେଷ୍ଠତା ପ୍ରତିପାଦନ କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି। ଉଭୟଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ଅର୍ଥରାଶି ପ୍ରଦାନ କରାଯାଇଥଲା। ଓଡିଶା ଆଦର୍ଶ ବିଦ୍ୟାଳୟ, ରାଜନଗରର ଛାତ୍ରୀ ତନୁଶ୍ରୀ ବେହେରା, ହାଟସାହି ଉଚ୍ଚ ବିଦ୍ୟାଳୟର ଛାତ୍ର ସୌମ୍ୟରଞ୍ଜନ ପଢ଼ିଆରୀ, ଏଲବି ହାଇସ୍କୁଲ ହାତୀନାର ଛାତ୍ରୀ ଆୟୁସ୍ମିତା ସାହୁ ଓ ଓଡିଶା ଆଦର୍ଶ ବିଦ୍ୟାଳୟ, ପାଳକଣାର ଛାତ୍ରୀ ତନଭୀ ତମାନ୍ନାଙ୍କୁ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ପିଏମଶ୍ରୀ ସୁଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କନକଲତା ରାଉତଙ୍କ ପୌରାହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ, ମୁଖ୍ୟବକ୍ତା ଭାବେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ନିରଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବେ ଡିଆଇଏସ ବ୍ରଜକିଶୋର ଜେନା ଓ ଆଇସିଟି ମାର୍ଗଦର୍ଶକ ଦେବେନ୍ଦ୍ର କୁମାର ରାଉତ ଯୋଗଦେଇ ସଚେତନତା ବାର୍ତ୍ତା ଦେବାସହ ସଚେତନ ହେଲେ ଶୂନ୍ୟ ନୂତନ ଏଚଆଇଭି ସଂକ୍ରମଣ ଲକ୍ଷ୍ୟ ସାଧନ କରିହେବ ବୋଲି ବକ୍ତବ୍ୟ ରଖିଥିଲେ। ଜୁନିୟର ରେଡ଼କ୍ରସ ମାର୍ଗଦର୍ଶକ ରାମଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଜୁନିୟର ରେଡ଼କ୍ରସ ବ୍ଲକ ସଂଯୋଜକ ଶୁଭେନ୍ଦୁ କୁମାର ନାୟକ, ସ୍ମୃତିକାନ୍ତ ସାହୁ, ସଂଯୋଜିକା ଅମିତା ରାଉତ ଓ ଅର୍ପିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ।

Next Post

ବନ୍ୟାଞ୍ଚଳ ଲୋକଙ୍କ ଦୁଃଖ ବୁଝିଲେ ଓ ଜିଲ୍ଲାପାଳଙ୍କୁ ଭେଟିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ

Thu Jul 31 , 2025
କେନ୍ଦ୍ରାପଡ଼ା,୩୧ା୭: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକରେ ପ୍ରବାହିତ ବ୍ରାହ୍ମଣୀ ,ଖରସ୍ରୋତା ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ୧୭ଟି ପଞ୍ଚାୟତର ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ପ୍ରଥମ ଓ ଦ୍ୱୀତିୟ ଥର ବନ୍ୟାରେ ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ବେଳେ ବିପନ୍ନଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ କରି ଓଡ଼ିଶା ବିଧାନସଭାର କଂଗ୍ରେସ ବିଧାୟକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading