ଲେଖାଲେଖି ସମ୍ପୂର୍ଣ୍ଣ ଭାବେ ଏକ ଆଧ୍ୟାତ୍ମିକ ପ୍ରକ୍ରିୟା , କେନ୍ଦ୍ରାପଡା ସାହିତ୍ୟ ଉତ୍ସବ ଉଦଯାପିତ

ଗାଳ୍ପିକା ମାନସୀ ଦାସ ପାଇଲେ ପ୍ରଥମ କେନ୍ଦ୍ରାପଡା ସାହିତ୍ୟ ଉତ୍ସବ ସମ୍ମାନ

blank
କେନ୍ଦ୍ରାପଡ଼ା,୨୨ା୩:କାଳେ କାଳେ ନିର୍ମଳ ନିର୍ଜନତା ଭିତରେ ସାହିତ୍ୟ ନିଜ ଉପଯୋଗୀ ପଥ ବାଛି ନେଇଛି। ଯାହାକି ଏକ ବୌଦ୍ଧିକ ଆବେଗକୁ ସମୃଦ୍ଧ କରିଆସିଛି। ତେଣୁ କୁହାଯାଇ ପାରେ ସାହିତ୍ୟ ବା ଲେଖାଲେଖି ସମ୍ପୂର୍ଣ୍ଣ ଭାବେ ଏକ ଆଧ୍ୟାତ୍ମିକ ପ୍ରକ୍ରିୟା। ଏଥିରେ ଲେଖକର ଭୂମିକା ଗୌଣ ବୋଲି କେନ୍ଦ୍ରାପଡା ସାହିତ୍ୟ ଉତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କଥାକାର ଡକ୍ଟର ରାମଚନ୍ଦ୍ର ବେହେରା ମତବ୍ୟକ୍ତ କରିଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ, ଲେଖକୀୟ ଚେତନାର ପବିତ୍ରତା ସୃଜନଶୀଳତାକୁ ସୁକ୍ଷ୍ମ ଭାବେ ଗଢି ତୋଳେ। ଯାହାକି ଲେଖକର ବଡ ଶକ୍ତି ଓ ସମ୍ବଳ ଭାବେ ବିବେଚନା କରାଯାଏ। ଉତ୍ସବର ଦ୍ୱିତୀୟ ତଥା ଉଦ୍‌ଯାପନୀ ସମାରୋହରେ “ବୃହତ୍ ଉପନ୍ୟାସର ଯୁଗ ଶେଷ କି” ଶୀର୍ଷକ ଆଲୋଚନାଚକ୍ରରେ ସାହିତ୍ୟିକା ବନଜ ଦେବୀ, ବନମାଳୀ ସେନାପତି, ସ୍ୱାଗତିକା ସ୍ୱାଇଁ, ଭୁବନେଶ୍ୱରୀ ପଣ୍ଡା, ଅଂଶଗ୍ରହଣ କରିଥିଲେ। ସେହିପରି ଗଳ୍ପ ଓ କବିତାର ଯୁଗଳବନ୍ଦୀ ପ୍ରସଙ୍ଗରେ ଗାଳ୍ପିକ ଅଜୟ ସ୍ୱାଇଁ, ସରୋଜ ବଳ ଓ ମାତୃଦତ୍ତ ମହାନ୍ତି ଅଂଶଗ୍ରହଣ କରି ମତ ରଖିଥିଲେ। “ଅନୁବାଦ ହିଁ ସାହିତ୍ୟକୁ ବିଶ୍ୱ ଆଭିମୁଖୀ କରେ” ଶୀର୍ଷକ ଇଂରାଜୀ ଆଲୋଚନାରେ ପ୍ରଭା ସାମନ୍ତରାୟ, କମଳ ପ୍ରସାଦ ମହାପାତ୍ର, ଯତୀନ୍ଦ୍ର ରାଉତ, ସୌମ୍ୟ ବିଶ୍ୱଜିତ ଓ ବିନାୟକ ପ୍ରଧାନ ଅତିଥି ବକ୍ତା ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ବିଶିଷ୍ଟ ଗାଳ୍ପିକା ମାନସୀ ଦାସଙ୍କୁ ପ୍ରଥମ “କେନ୍ଦ୍ରାପଡା ସାହିତ୍ୟ ଉତ୍ସବ ସମ୍ମାନ’ ପ୍ରଦାନ କରାଯାଇଥିଲା। କଥାକାର ଡକ୍ଟର ରାମଚନ୍ଦ୍ର ବେହେରା ଓ କବି ଅପର୍ଣ୍ଣା ମହାନ୍ତି ଗାଳ୍ପିକା ମାନସୀ ଦାସଙ୍କୁ ମାନପତ୍ର, ଉତ୍ତରୀୟ ଓ ନଗଦ ୨୧ ହଜାର ଟଙ୍କା ପ୍ରଦାନ କରି ସମ୍ମାନିତ କରିଥିଲେ। ସେହିପରି ଆଳି ସମ୍ବାଦ ସାହିତ୍ୟ ଘରକୁ ସାହିତ୍ୟ ସାଥୀ ସମ୍ମାନ ପ୍ରଦାନ କରାଯାଇଥିଲା। କବି ପ୍ରମୋଦ ମଲ୍ଲିକ, ଗୋବିନ୍ଦ ଚନ୍ଦ୍ର ନନ୍ଦ, ରଞ୍ଜନ ବେହେରା, ରାଜେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ରହି ସାହିତ୍ୟ ସାଥୀ ସମ୍ମାନ ସ୍ୱରୂପ ୧୧ ହଜାର ଟଙ୍କା ଓ ମାନପତ୍ର ଗ୍ରହଣ କରିଥିଲେ। ବିଭିନ୍ନ ଅଧିବେସନକୁ ନବଜ୍ୟୋତି ରାୟ, ବିରଜା ରାଉତରାୟ, ଅକ୍ଷୟ ପାଣି, ଚୌଧୁରୀ ଅମିତାଭ ଦାସ, ଜାହିଦ ଖାଁ, ସାଗର ଜେନା, ପ୍ରତାପ ସ୍ୱାଇଁ, ଗୌତମ ସାହୁ, ଶାନ୍ତନୁ ମଲ୍ଲିକ, ବିଶ୍ୱରଞ୍ଜନ ଦାଶ, ବଂଶୀଧର ମହାନ୍ତି, ପ୍ରଦ୍ୟୁମ୍ନ ବେହୁରା, ଜ୍ୟୋତି ରଞ୍ଜନ ନାୟକ, ଅମରିନ ସାହାଦତ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଶୈଳଜା ଶଙ୍କର ସାମଲ ଓ ପୂଜାଶ୍ରୀ ସେଠୀଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ ଉତ୍ସବରେ ଡକ୍ଟର ଶ୍ରୀଧର ସାମଲ ଓ ମନୋରଞ୍ଜନ ଦାଶ ଅତିଥି ଭାବେ ଯୋଗଦେଇ ଆଧୁନିକ କବିତା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ କବି ମାନେ ସ୍ୱରଚିତ କବିତା ପାଠ କରିଥିଲେ।

Next Post

ବାଲ୍ୟ ବିବାହର କୁପ୍ରଥା ଶିଶୁଙ୍କ ଅଧିକାରକୁ ଉଲ୍ଲଂଘନ କରି ଅନ୍ଧକାରକୁ ଠେଲି ଦେଉଛି

Sun Mar 22 , 2026
ତାଲୁକ୍ ଆଇନସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ୨୨/୩– ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଦ୍ୱାରା ବାଲ୍ୟ ବିବାହ ରୋକିବା ପାଇଁ ବ୍ୟାପକ ସଚେତନତା ଓ ଆଇନଗତ ପଦକ୍ଷେପ ନିଆଯାଉଛି। ଏହି ସମିତି ସ୍ୱାସ୍ଥ୍ୟ, ଶିକ୍ଷା ଓ ମହିଳା ଅଧିକାର ଉପରେ ଆଇନ ସଚେତନତା ଶିବିର ଆୟୋଜନ କରିଆସୁଛନ୍ତି ।ବାଲ୍ୟ ବିବାହର କୁପରିଣାମ ବିଷୟରେ ଗ୍ରାମାଂଚଳରେ ଲୋକଙ୍କୁ ସଚେତନ କରିଛନ୍ତି । ରବିବାର ବିଶ୍ୱ ଜଳ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading