ସରକାରୀ ଅଧିକାରୀ ଓ କାଉନସିଲରଙ୍କୁ ନଜଣାଇ ରାତି ଅଧରେ ଉଦଘାଟନ

blank

କେନ୍ଦ୍ରାପଡ଼ା,୨୬ା୯:କେନ୍ଦ୍ରାପଡା ପୈାରପରିଷଦ ଅଧିନ ୧୨ନମ୍ବର ୱାର୍ଡରେ ରାତିଅଧିଆ ଅତ୍ୟନ୍ତ ତରବରିଆ ଭାବେ ଏକ କମ୍ୟୁନିଟି ସେଣ୍ଟର(ଗୋଷ୍ଠିକେନ୍ଦ୍ର)କୁ କାହାକୁ ନଜଣାଇ ପୈାରାଧ୍ୟକ୍ଷାଙ୍କ ସ୍ୱାମୀ ହାତଗଣତି କେତେ ଜଣ ସମର୍ଥକଙ୍କୁ ଧରି ଉଦଘାଟନ କରିଥିବା ଅଭିଯୋଗ ହୋଇଛି। ଏନେଇ ସେହି ୱାର୍ଡର କାଉନସିଲର ରିହାନା ଖାତୁନ ଜିଲ୍ଲାପାଳ ରଘୁରାମ ଆର.ଆୟାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ଯେ ଗତ ବୁଧବାର ରାତି ପ୍ରାୟ ସାଢେ ଦଶଟା ସମୟରେ ପୈାରାଧ୍ୟକ୍ଷାଙ୍କ ସ୍ୱାମୀ କେତେକ ଦଳୀୟ ସମର୍ଥକଙ୍କୁ ସାଙ୍ଗରେ ଧରି ଅତ୍ୟନ୍ତ ତରବରିଆ ଭାବେ ୧୨ନମ୍ବର ୱାର୍ଡର ଏକ ଗୋଷ୍ଠିକେନ୍ଦ୍ରକୁ ଉଦଘାଟନ କରିଛନ୍ତି। ଏସମ୍ପର୍କରେ ସେହି ୱାର୍ଡର କାଉନସିଲର ରିହାନା ଖାତୁନଙ୍କୁ କୈାଣସି ସୂଚନା ଦିଆଯାଇନଥିବା ବେଳେ ଉଦଘାଟନୀ ଉତ୍ସବରେ କେନ୍ଦ୍ରାପଡା ବିଧାୟକ କିମ୍ବା କୈାଣସି ସରକାରୀ ଅଧିକାରୀ ଉପସ୍ଥିତ ନଥିବା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି। ଏପରି ଘଟଣା କିପରି ଓ କାହା ନିର୍ଦ୍ଦେଶରେ କରାଯାଇଛି ବୋଲି ପ୍ରଶାସନକୁ କାଉନସିଲର ପ୍ରଶ୍ନ କରିଛନ୍ତି। ଏଭଳି ଘଟଣାକୁ ନେଇ ସେହି ୱାର୍ଡର ଅଧିବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ତର ସହକାରେ ଗ୍ରହଣ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କାଉନସିଲର ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏହି ଅଭିଯୋଗର ନକଲ କେନ୍ଦ୍ରାପଡା ପୈାରସଂସ୍ଥାର ପୈାରନିର୍ବାହୀ ଅଧିକାରୀ, ରାଜ୍ୟ ନଗର ଉନ୍ନୟନ ବିଭାଗର ପୈାରପ୍ରଶାସନ ନିର୍ଦ୍ଦେଶକ, ନଗର ଉନ୍ନୟନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି।

Next Post

ରାଜ୍ୟ ଭାଗବତ ଟୁଙ୍ଗି ପ୍ରଚାର ସମିତିର ନୂତନ କର୍ମକର୍ତ୍ତା ଚୟନ

Fri Sep 26 , 2025
କେନ୍ଦ୍ରାପଡ଼ା,୨୬ା୯:ଓଡ଼ିଶାର ଅଗ୍ରଣୀ ସଂଗଠନ ଭାଗବତ ଟୁଙ୍ଗି ପ୍ରଚାର ସମିତି ପକ୍ଷରୁ ଭୁବନେଶ୍ୱର ନଅ ନମ୍ବର ଲେନ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସମିତିର ସଭାପତି ବାବାଜି ସ୍ୱାଇଁ (ନଙ୍ଗୁଳି ବାବା)ଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ ଭକ୍ତ ସମ୍ମିଳନୀ ଆହ୍ୱାନ କରଯାଇଥିଲା। ଏହି ସଭାରେ ଓଡିଶାର କୋଣ ଅନୁକୋଣରୁ ଭକ୍ତମାନେ ଯୋଗ ଦେଇଥିଲେ। ଉକ୍ତ ସଭାରେ ନିୟମ ଅନୁଯାୟୀ ପରିଚାଳନା କମିଟି ଚୟନ କରାଗଲା ତତ୍ ପରେ ଏକ ୯ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading