ଏମଏନହାଇସ୍କୁଲ ୧୯୯୪ ବ୍ୟାଚ ବିଦ୍ୟାର୍ଥୀଙ୍କ ଗୁରୁ ପୂଜନ ବନ୍ଧୁ ମିଳନ

blank
ପଟାମୁଣ୍ଡାଇ ୨୨/୩- – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ଗୌରବମୟ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ୧୯୯୪ ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଏକ ଗୁରୁ ପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଏମଏନ ହାଇସ୍କୁଲର ପୂର୍ବତନ ଶିକ୍ଷକ ଖଗେଶ୍ୱର ପରିଡା, ସଂଯୁକ୍ତା କୁଣ୍ଡ, ରବୀନ୍ଦ୍ର କୁମାର ସାହୁ, ଚତୃର୍ଭୁଜ ରାଉଳ, ବର୍ତମାନର ଶିକ୍ଷକ ଅଶୋକ କୁମାର ଦାସ , ସରୋଜ କୁମାର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ଅଂଚଳର ଏହି ଗୌରବମୟ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସମସ୍ତ ପୁରାତନ ଛାତ୍ରୀଛାତ୍ର ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଗୁରୁ ପୂଜନ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକଙ୍କ ସହିତ ସ୍କୁଲର ପୁରାତନ କର୍ମଚାରୀ ଶଙ୍କର ସିଂ ବ୍ରଜ କିଶୋର ମାଝି ପ୍ରମୁଖଙ୍କୁ ପୁରାତନ ଛାତ୍ରଛାତ୍ରୀ ମାନେ ଗୁରୁ ମାନଙ୍କ ପାଦ ଧୋଇ ଦେଇ ସିନ୍ଦୁର ଚନ୍ଦନ ଲଗାଇବା ସହିତ ଉତ୍ତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।୧୯୯୪ ମାଟ୍ରିକ ବ୍ୟାଚର ସମସ୍ତ ଛାତ୍ରୀଛାତ୍ର ସ୍କୁଲ ଜୀବନର ସ୍ମୃତି ଚାରଣ କରିବା ସହିତ ସାମାଜିକ ପରିଚୟ ଓ ପ୍ରତିଷ୍ଠା ଦେଇଥିବା ଏହି ମହାନ ଶିକ୍ଷାନୁଷ୍ଠାନ ବିକାଶ ପାଇଁ ଶପଥ ନେଇଥିଲେ ।ଏଇ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Next Post

ତ୍ରିକୋଣ ପ୍ରେମର କରୁଣ ପରିଣତି ; ପ୍ରଥମ ପ୍ରେମିକ ଗୋଡ଼ାଇ ଗୋଡ଼ାଇ ହାଣିଲା ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ

Sat May 23 , 2026
ବାଲେଶ୍ୱର ସଦର ଥାନା ରେଲୱେ ଷ୍ଟେସନ ପଛ ପାଖ ଅଂଚଳରେ ପ୍ରେମକୁ ନେଇ ତୁମୁଳକାଣ୍ଡ ଘଟିଛି । ଯେଉଁଠି ତ୍ରିକୋଣ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ପ୍ରେମିକାକୁ ନିଜର କରିବା ଏବଂ ବିବାଦର ମୀମାଂସା କରିବା ନାଁରେ ପ୍ରଥମ ପ୍ରେମିକ ଆସି ଦ୍ୱିତୀୟ ପ୍ରେମିକର ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଛି । ବିଚ୍ ରାସ୍ତାରେ ଧାରୁଆ କଟୁରୀରେ ଗୋଡ଼ାଇ ଗୋଡ଼ାଇ ହାଣିଛି। ଯୁବତୀଜଣକର ଦୁଇ ଜଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading