ଶ୍ରମିକ ଦିବସ ଅବସରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବୀକୁ ନେଇ ଆଲୋଚନା

blank
ପଟ୍ଟମୁଣ୍ଡାଇ – ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ସମସ୍ୟା ତଥା ବିଭିନ୍ନ ଦାବୀକୁ ନେଇ ଗୁରୁବାର ଶ୍ରମିକ ଦିବସ ଅବସରରେ ଏକ ଆଲୋଚନା ସଭା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ଚିତ୍ତବିନୋଦନ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ଜାମୁ କାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଭାରତୀୟ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ର ଅଷ୍ଟମ ବେତନ କମିସନ ପ୍ରସ୍ତାବ ଅନୁସାରେ ପେନସନରେ ସୃଷ୍ଟି ହେବାକୁ ଥିବା ଅସଙ୍ଗତି ଦୂର କରିବା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ୮୦ ବର୍ଷ ବୟସରେ ଅତିରିକ୍ତ ୨୦ ପ୍ରତିଶତ ପେନସନ ମୂଳ ପେନସନ ସହିତ ଲାଗୁକରିବା ପରିବର୍ତ୍ତେ ଅନ୍ୟ ରାଜ୍ୟ ଗୁଡିକପରି ୬୫ ବର୍ଷରେ ୫% ,୭୦ବର୍ଷରେ ୧୦%, ୭୫ବର୍ଷରେ ୧୫% ଓ ୮୦ବର୍ଷରେ ୨୦% ଅତିରିକ୍ତ ପେନସନ ପ୍ରଦାନ ପାଇଁ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିଥିଲେ । ହରିଆନା ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ପେନସନର ସମୟସୀମା ହ୍ରାସ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କର ବାର୍ଷିକ ଉତ୍ସବ ଆସନ୍ତା ନଭେମ୍ବର ମାସରେ କରାଯିବାକୁ ନିଷ୍ପତ୍ତି କରାଗଲା । ଅନ୍ୟ ଦାବୀ ଗୁଡିକ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ, ପଟ୍ଟାମୁଣ୍ଡାଇକୁ ପୂର୍ନବାର ବିଧାନସଭା ନିର୍ବାଚନ ମଣ୍ଡଳୀର ମାନ୍ୟତା ପ୍ରଦାନ କରାଯିବା ବିଷୟରେ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରାଯାଇଥିଲା । ଏ ବିଷୟରେ ଏକ ଦାବୀ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛିା।ଉକ୍ତ ସଭାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ. କେଳୁ ଚରଣ ସ୍ୱାଇଁ, ପ୍ରଫେସର ଦୁର୍ଯ୍ୟୋଧନ ପରିଡା, କୈଳାଶ ପାତ୍ର, ଭରତ ଚନ୍ଦ୍ର ପାତ୍ର, ନରହରି ଲେଙ୍କା, ଇଂ ତ୍ରିଲୋଚନ ସୁତାର, ଚର୍ତୁଭୂଜ ରାଉଳ, ଅବସରପ୍ରାପ୍ତ ଶିକ୍ଷକ କଣ୍ଡୁରି ଚରଣ ସ୍ୱାଇଁ, ବିଜୟ କୁମାର ସାହୁ, ସନାତନ ତରାଇ, ପ୍ରଦୀପ କୁମାର ରଥ, ବିଜୟ କୁମାର ରାଉତ, ଶଚିନନ୍ଦନ ଦାସ, ତ୍ରୈଲୋକ୍ୟେ ପ୍ରସାଦ ମିଶ୍ର, ଗୋକୁଲ ଚନ୍ଦ୍ର ରାଉତ, ଇଂ ତପନ କୁମାର ପାତ୍ର, ଗୁଣଧର ସାମଲ, ବସନ୍ତ ପରିଡା, କଥାକାର ପ୍ରଦୀପ କୁମାର ନାୟକ ,ପ୍ରଫୁଲ କୁମାର ପ୍ରଧାନ,ବଂଶୀଧର ନାୟକ, ଜଗନ୍ନାଥ ନାୟକ, କହ୍ନାଇ ଚରଣ ପରିଡା, ଗର୍ନ୍ଧବ ଲେଙ୍କା, ସୁଶାନ୍ତ କୁମାର ଦାସ , ଓ ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

ତାଲୁକ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ଶ୍ରମିକ ଦିବସ

Fri May 2 , 2025
ପଟ୍ଟାମୁଣ୍ଡାଇ ୨/୫ -ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ନୂତନ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟ ଓ ସିନିୟର୍ ସିଭିଲ୍ ଜଜ୍ ତଥା ତାଲୁକ୍ ଆଇନ ସେବା ସମିତି ଅଧ୍ୟକ୍ଷା ସୁଶ୍ରୀସଙ୍ଗୀତା ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ଜେଏମଏଫସି ବିଦ୍ୟୁତଲତା ପ୍ରଧାନ, ଜେଏମଏଫସି ଡ଼ି.କେ. ବାଲକ୍ରିଷନ ଶ୍ରମିକମାନଙ୍କ ସୁରକ୍ଷା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading