ନ୍ୟାୟିକ ତଦନ୍ତ ଦାବିରେ ଜନଶକ୍ତି ପାଟିର ଅନଶନ

blank
କେନ୍ଦ୍ରାପଡ଼ା ୧୭/୭: ବାଲେଶ୍ୱର ଫକିରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣା ନ୍ୟାୟିକ ତଦନ୍ତ ଦାବିକରି କେନ୍ଦ୍ରାପଡାର ଜନଶକ୍ତି ପାର୍ଟି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅନଶନ କରି ଉପବାସରେ ବସିଥିଲେ । ଜନଶକ୍ତି ପାଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାଶଙ୍କ ନେତୃତ୍ୱରେ ରାଜ୍ୟ ମୁଖପାତ୍ର ସତ୍ୟରଞ୍ଜନ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବରିଷ୍ଠ ଆଇନଜୀବୀ ମୋହନ ମହାନ୍ତି, ଦୟାନିଧି ବେହେରା, ମହାଦେବ ସେନାର ରାଜ୍ୟ ଅଧ୍ୟକ୍ଷ ଧନେଶ୍ୱର ଦାସ, ଜିଲ୍ଲା ସଭାପତି ରମାକାନ୍ତ ମାହାଳୀ, ସମ୍ପାଦକ ଶତର ସାହୁ, ବସନ୍ତ ଦାସ, ମନ୍ମଥ ସାହୁ, ଶିକ୍ଷାବିତ ମୋହନ ଚରଣ ଦାସ, ଲାଲନ ଖାନ, ଅନନ୍ତ କିଶୋର ଭୂୟାଁ, ଶରତ ଖୁଣ୍ଟିଆ, ଭାବଗ୍ରାହୀ ବିଶ୍ୱାଳ, ପ୍ରେମାନନ୍ଦ ବେହେରା, ବଳରାମ ସାହୁ, ଉଦୟନାଥ ମଲ୍ଲିକ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ରହି ରାରଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକୀ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ଫାଷ୍ଟଟ୍ରାକ କୋର୍ଟ ମାଧ୍ୟମରେ ତିନିମାସ ମଧ୍ୟରେ ଦୃଷ୍ଟାନ୍ତ ମୁଳକ ଦଣ୍ଡ ଦେବା ସହିତ ସ୍କୁଲ, କଲେଜ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ କାର୍ଯ୍ୟାଳୟରେ ଅନଲାଇନ ଅଭିଯୋଗ ପ୍ରଦାନର ବ୍ୟବସ୍ଥା କରିବାକୁ ଦାବିରେ ଦର୍ଶାଇଥିଲେ । ଏଥି ସହିତ ଶ୍ରୀ ଦାସ ଆଗାମୀ ଏକବର୍ଷ ଧରି ରାଜ୍ୟର ପ୍ରତ୍ୟେକ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଅନଶନ କରିବାକୁ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ମୁଖପାତ୍ର ସତ୍ୟ ରଞ୍ଜନ ଜେନା ରାଜ୍ୟ ସରକାରଙ୍କୁ ତୁରନ୍ତ ବରଖାସ୍ତ କରାଯାଇ ରଷ୍ଟ୍ରପତି ଶାସନ ଜାରିକରିବାକୁ ମଧ୍ୟ ଦାବି କରିଥିଲେ ।

Next Post

ବିପ୍ଲବୀ ଆନନ୍ଦ ଜେନାଙ୍କ ୧୪୧ତମ ଜୟନ୍ତୀ ପାଳିତ

Thu Jul 17 , 2025
କେନ୍ଦ୍ରାପଡ଼ା,୧୭ା୭: ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୧ତମ ଜୟନ୍ତୀ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡା ସହରର ଆନନ୍ଦମାର୍ଗସ୍ଥିତ ଶ୍ରୀଜେନାଙ୍କ ପ୍ରତିମୂର୍ତ୍ତି ନିକଟରେ ଗୁରୁବାର ପୂର୍ବାହ୍ନରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ମୃତି କମିଟି ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଗ୍ରାମୀ ସ୍ୱର୍ଗତ ଜେନାଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ଭଳି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading