ବାଲ୍ୟ ବିବାହର କୁପ୍ରଥା ଶିଶୁଙ୍କ ଅଧିକାରକୁ ଉଲ୍ଲଂଘନ କରି ଅନ୍ଧକାରକୁ ଠେଲି ଦେଉଛି

ତାଲୁକ୍ ଆଇନସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

blank
ପଟ୍ଟାମୁଣ୍ଡାଇ ୨୨/୩– ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଦ୍ୱାରା ବାଲ୍ୟ ବିବାହ ରୋକିବା ପାଇଁ ବ୍ୟାପକ ସଚେତନତା ଓ ଆଇନଗତ ପଦକ୍ଷେପ ନିଆଯାଉଛି। ଏହି ସମିତି ସ୍ୱାସ୍ଥ୍ୟ, ଶିକ୍ଷା ଓ ମହିଳା ଅଧିକାର ଉପରେ ଆଇନ ସଚେତନତା ଶିବିର ଆୟୋଜନ କରିଆସୁଛନ୍ତି ।ବାଲ୍ୟ ବିବାହର କୁପରିଣାମ ବିଷୟରେ ଗ୍ରାମାଂଚଳରେ ଲୋକଙ୍କୁ ସଚେତନ କରିଛନ୍ତି । ରବିବାର ବିଶ୍ୱ ଜଳ ଦିବସ ଅବଶରରେ ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତି ପକ୍ଷରୁ ରାଜନଗର ବ୍ଲକ୍ ବାଘମାରି ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି । ଏଥିରେ ପଟ୍ଟାମୁଣ୍ଡାଇ ତାଲୁକ୍ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲାଜଜ୍ ବିଦ୍ୟାଧର ପୃଷ୍ଟି ଯୋଗ ଦେଇ କହିଥିଲେ ଯେ ବାଲ୍ୟ ବିବାହର କୁପ୍ରଥା ଅନେକ ସମୟରୁ ଚାଲି ଆସୁଛି। ଏହା ଲକ୍ଷ ଲକ୍ଷ ଶିଶୁଙ୍କ ଅଧିକାରକୁ ଉଲ୍ଲଂଘନ କରିବା ସହ ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛି। ବିଗତ କିଛି ବର୍ଷ ଧରି ଦେଶରେ ବାଲ୍ୟ ବିବାହ ଘଟଣା ହ୍ରାସ ପାଉଥିବାବେଳେ ଏହି ପ୍ରଥାକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଗୁରୁତ୍ୱ ସୁପ୍ରିମକୋର୍ଟ ଦେଇଛନ୍ତି ବୋଲି କହିଛନ୍ତି । ଏହି ସଚେତନତାରେ ସରକାରୀ ଓକିଲ ଧୀରେନ୍ଦ୍ରନାଥ ସାହୁ, ପଟ୍ଟାମୁଣ୍ଡାଇ ବାର୍ ଆସୋସିଏସନ୍ ସହସମ୍ପାଦକ ଆଇନଜୀବୀ ମନୋଜ ନାୟକ, ଆଇନଜୀବି ନୟନାନନ୍ଦ ବେହୁରା ,ସମାଜିକକର୍ମୀ ଶ୍ରୀକାନ୍ତ ପରିଡା, ସରପଂଚଙ୍କ ପ୍ରତିନିଧି ଭବାନୀ ପାତ୍ର ଓ ସମିତିସଭ୍ୟ ରଞ୍ଜନ ମଣ୍ଡଳ ଉପସ୍ଥିତ ରହି ବାଲ୍ୟ ବିବାହ ରୂପକ ବେଆଇନ୍ ବିବାହକୁ ବନ୍ଦ କରିବା ପାଇଁ ସମସ୍ତେ ସଙ୍କଳ୍ପ ନେଇଥିଲେ । ଏହି କର୍ଯ୍ୟକ୍ରମରେ ପଂଚାୟତର ଶତାଧିକ ମା ଓ ଭାଇମାେଚେଯାଗ ଦେଇଥିଲେ । ଏହି ଶିବିରକୁ ଲିଗାଲଏଡ ଅପର୍ଣ୍ଣା ସାମଲ, ମୋହନ ଦାଶ, ଅରବିନ୍ଦ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଫ୍ରଂଟ ଅଫିସ୍ ରିଟେନର୍ ଆଇନଜୀବୀ ଗୀତାଞ୍ଜଳି ପୃଷ୍ଟି ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।

Next Post

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର

Mon Mar 23 , 2026
କେନ୍ଦ୍ରାପଡ଼ା,୨୩ା୩:ପ୍ରାଥମିକ ସଡକ ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ବସ ଓ ଟ୍ରକ ମାଲିକ ସଙ୍ଘ ସହଯୋଗରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ବସ, ଟ୍ରକ ସମେତ ବିଭିନ୍ନ ଯାନର ଚାଳକମାନଙ୍କ ଚକ୍ଷୁ ବିନା ମୂଲ୍ୟରେ ପରୀକ୍ଷା କରାଯିବା ସହ ସେମାନଙ୍କୁ ଆବଶୟକ ପରାମର୍ଶ ସହିତ ଔଷଧ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading