ବାଲି ଲିଜଧାରୀଙ୍କୁ ରାସ୍ତା ଦେବା ଉଦ୍ଦେଶ୍ୟରେ ସୀମା ନିର୍ଦ୍ଧାରଣକୁ ବିରୋଧ , ବାଲି ମାଫିଆଙ୍କ ପ୍ରତି ପ୍ରଶାସନର ତତ୍ପରତାକୁ ତିବ୍ର ବିରୋଧ

blank
ପଟ୍ଟାମୁଣ୍ଡାଇ,୩୦ା୪ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଳପୁଆ ବାଲି ଘାଟରେ ବାଲି ଖାଦାନ ଲିଜଧାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ରାସ୍ତାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ସମସ୍ୟାର ସମାଧାନ ପାଇଁ ଗୁରୁବାର ପଟ୍ଟାମୁଣ୍ଡାଇ ତହିସିଲ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଲିଜଧାରୀଙ୍କୁ ରାସ୍ତା ଦେବା ଉଦ୍ଧେଶରେ ଭୂମି ସୀମା ନିର୍ଦ୍ଧାରଣ ନେଇ ଉଦ୍ୟମ କରାଯାଇଛି । ହେଲେ ସତାଧିକ ଗ୍ରାମବସୀ ବାଲି ମାଫିଆଙ୍କ ପ୍ରତି ପ୍ରଶାସନର ଏଭଳି ତତ୍ପରତା ମନୋଭାବକୁ ତିବ୍ର ବିରୋଧ କରିଛନ୍ତି । ସିମାନିଦ୍ଧାରଣ ପାଇଁ ତହସିଲ ପକ୍ଷରୁ ପାଖ ମାଲିକାନା ସ୍ୱତ୍ୱ ଜମିବାଲାଙ୍କୁ କୌଣସି ନୋଟିଫକେସନ ନଦେଇ ଯୋର ଜବରଦସ୍ତ ମାପ କରାଇବା ଆଇନ ସଂଘତ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି ।

blank
ସେମାନେ କହିଛନ୍ତି ସ୍ଥାନୀୟ ତହସିଲ ପ୍ରଶାସନର ଏଭଳି କାର୍ଯ୍ୟକୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ମନୋଭାବ ସୃଷ୍ଠି କରିଛି । ପ୍ରଶାସନ ବାଲି ମାଫିଆଙ୍‌କ ପ୍ରତି ପ୍ରୋତ୍ସାହନ ଦେଖାଉଛନ୍ତି । ହେଲେ ଏହି ବାଲି ଚାଲାଣ ଯୋଗୁଁ ଚାଷ ଜମିର କ୍ଷତି ହେବା ସହ ବାଲି ଉତୋଳନ ଯୋଗୁଁ ଚାଷ ଜମି ପୋଖରୀର ଭ୍ରମ ସୃଷ୍ଟି କରୁଛି । ବାଲି ବୋଝେଇ ଗାଡ଼ି ଗାଁ ଦେଇ ଯିବା ଆସିବା କରିବା ଫଳରେ ବହୁବାର ଦୁର୍ଘଟଣା ଘଟିବା ସହିତ ପରିବା କ୍ଷେତରେ ବାଲିର ପରଦା ବସିଯାଉଛି । ଏବଂ ଓଭରଲୋଡ ବାଲି ପରିବହନ ଯୋଗୁଁ ରାସ୍ତାର କ୍ଷତି ହେଉଛି । ମାତ୍ର କେନ୍ଦ୍ରାପଡା ମାଇନିଂ ଅଫିସର ପରିବେଶ ସୁରକ୍ଷାକୁ ନଜର ଆନ୍ଦାଜ କରିବା ସହ ଗରିବ ଚାଷୀର ପେଟକୁ ଲାତ ମାରି ବାଲି ଲିଜଧାରୀଙ୍କୁ ସହେଯାଗ କରି ସୀମା ନିର୍ଣ୍ଣୟ କରାଯାଉଛିା ନିର୍ଦ୍ଦେଶାବଳୀ ଅନୁସାରେ, ବନ୍ଧ କିମ୍ବା ବ୍ୟକ୍ତିଗତ ସମ୍ପତିର ଧାରରୁ ପ୍ରାୟତଃ ଅତି କମରେ ୭.୫ ମିଟରର ଏକ ସୁରକ୍ଷା ବଫର ବଜାୟ ରଖାଯାଏ। ମୃର୍ତିକା କ୍ଷୟକୁ ରୋକିବା ପାଇଁ ସୀମା ନିର୍ଦ୍ଧାରଣ ନଦୀକୂଳିଆ ଚାଷ ଜମୀଥିବା ଥିବା ଅଂଚଳକୁ ବାଦ ଦିୟାଯାଇଥାଏ । ହେଲେ ଏଠାରେ ସମସ୍ତ ବ୍ୟବସ୍ଥାକୁ ନିୟମ କାନୁନକୁ ଭୁଲି ଗୁରୁବାର ପୋଲିସ ବଳ ସହିତ ମାପଚୁପ କରାଉଛନ୍ତି । ଯାହାକୁ ନେଇ ଗ୍ରାମବାସୀମାନେ ମାପଚୁପକୁ ତୀବ୍ର ବିରୋଧ କରିଛନ୍ତି । ସାଧାରଣ ଲୋକଟିଏ ଡିମାରକେସନ ପାଇଁ ଗଲେ ପ୍ରାୟ ୪ରୁ୫ ମାସ ତହସିଲ କାର୍ଯ୍ୟାଳରୁ ସମୟ ନିଦ୍ଧାରଣ କରାଯାଏ । ପରେ ପକ୍ଷ ଓ ଚତୃପାଶ୍ୱର୍ ମାଲିକାନାଙ୍କୁ ନୋଟିସ କରାଯାଇ ମାପଚୁପ କରାଯାଏ । ମାତ୍ର ଏଠାରେ ପ୍ରଶାସନ ବାଲି ମାଫିଆଙ୍କ ପାଇଁ ଏତେ ତତ୍ପର ଦେଖାଇବା ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଠିକରିଥିବା ନେଇ ଗ୍ରାମବାସୀ ଗିରିଧାରୀ ମହାନ୍ତି, ଅକ୍ଷୟ ରାଉତ, ଗୌରାଙ୍ଗ ନାୟକ, ରଞ୍ଜିତ ନାୟକ, ଉମାକାନ୍ତ ରାଉତ, ଶରତ ମଳିକ, ନାରାୟଣ ଧଳ, ଶତ୍ରୁଘ୍ନ ମଳିକ. କିଶୋର ରାଉତ ପ୍ରମୁଖ ଅଭିଯୋଗ ଉଠାଇଥିବା ବେଳେ ଶାତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ଏନେଇ ଖଣିଅଧିକାରୀ ସମ୍ବିତ ସାହୁଙ୍କୁ ଯୋଗାଯୋଗ କରିବାରୁ ଅଳପୁଆ ବାଲି ଘାଟ ନିଲାମ ଦିଆଯାଇଛି । ମାତ୍ର ବାଲି ଚାଲାଣକୁ ଗ୍ରାମବାସୀ ବିରୋଧ କରିବାରୁ ତହସିଲ ପକ୍ଷରୁ ସିମାନିଦ୍ଧାରଣ କରାଯାଇ ରାସ୍ତା ଚିହ୍ନଟ କରାଯାଇଛି । ପ୍ରଶାସନର ଏଭଳି କାର୍ଯ୍ୟକୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଇନର ଆଶ୍ରୟ ନେବାକୁ ବହୁ ଚାଷୀଙ୍କ ସହ ଗ୍ରାମ ଲୋକେ ପ୍ରସ୍ତୁତ ହେଉଛନ୍ତି ବୋଲି ବରିଷ୍ଠ ନାଗରିକ ସମନ୍ୱୟ ସମିତି ସଭାପତି ବିଭୁତି ଭୂଷଣ ପଟ୍ଟନାୟକ, କୈଳାଶ ଦାସ, ସନ୍ତୋଷ ଦାସପ୍ରକାଶ କରିଛନ୍ତି ।

Next Post

ଐତିହାସିକ ପ୍ରତାପ ରାୟଙ୍କ ପୂଣ୍ୟତିଥି

Thu Apr 30 , 2026
କେନ୍ଦ୍ରାପଡ଼ା,୩୦ା୪:କେନ୍ଦ୍ରାପଡା ଜିଲ୍ଲା ଇତିହାସ ରଚୟିତା ସ୍ୱର୍ଗତ ପ୍ରତାପ କୁମାର ରାୟଙ୍କ ପୂଣ୍ୟତିଥି ଗରାପୁରସ୍ଥିତ ଶ୍ରୀଗୋପାଳଜୀଉ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସାମ୍ବାଦିକ ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱ ଏବଂ ଅଧ୍ୟାପକ ମୁରଲୀଧର ରଥଙ୍କ ପରିଚାଳନାରେ ଆୟୋଜିତ ସଭାରେ ବ୍ରାହ୍ମଣସଭାର ଜିଲ୍ଲା ସଭାପତି ପଣ୍ଡିତ ହୃଷିକେଶ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ମାନବଜାତିର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ତଥ୍ୟ ମୂଳକ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରାହ୍ମଣସଭାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading