
ପଟ୍ଟାମୁଣ୍ଡାଇ ୧୯/୮ -ଗ୍ରାମାଂଚଳ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରାଇବା ଲକ୍ଷରେ ସରକାର ମିଶନ ଶକ୍ତି ଓ ଜୀବିକା ମିଶନ ଯୋଜନା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ରୋତ୍ସାହିତ କରିବା ହେଉ କିମ୍ବା ସୁଭଦ୍ରା ଯୋଜନା ଜରିଆରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଲକ୍ଷପତି ଦିଦି କରିବା ଲକ୍ଷ୍ୟ ହେଉ, ମହିଳା ସଶକ୍ତିକରଣ ଅଭିଯାନରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ଦିଗରେ ଓଡ଼ିଶା ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ ଉଦ୍ୟୋଗୀଭାବେ ପରିଣତ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ଜରିଆରେ ଆର୍ଥକ ରୁଣ ସହାୟତା ଯୋଗାଇ ଦିଆଯାଇଛି । ଏଥି ନିମନ୍ତେ ସେମାନଙ୍କ ତାଲିମ ମଧ୍ୟ ପ୍ରଦାନ କରାଯାଉଛି । ଏହି ଅଭିଯାନକୁ ନିରୀକ୍ଷଣ ପାଇଁ ପ୍ରଶାସନ ବ୍ଲକ୍ ଜୀବିକା ମିଶନ ଶକ୍ତି ସଂଯୋଜକ, ଜିପିଏଫ୍ ଲିଡର, ଏମ୍ବିକେ, ସିଆରପି, ଜିଆରଏସ୍ ଓ ବ୍ୟାଙ୍କ ମିତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ ସେମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ୨୬୦୦ ମହିଳା ସ୍ୱଂୟସହାୟିକା ଗୋଷ୍ଠୀଙ୍କ ମଧ୍ୟରୁ ଅଧାଶହ ଉଦ୍ୟେଗ ଦେଖିବାକୁ ମିଳୁନାହିଁ । ଯାହା ସରକାରଙ୍କ ଲକ୍ଷପତି ଦିଦି ପରିକଳ୍ପନା ଯୋଜନାରେ ଶୂନ୍ୟ ସ୍ଥାନ ପଡିବା ଆଶଙ୍କା ପ୍ରକାଶ ପାଇଛି ।
ସ୍ଥାନୀୟ ବୁଦ୍ଧିଜିବୀ ପ୍ରେମାନନ୍ଦ ପଣ୍ଡା, ପ୍ରବୀର ନାୟକ, ଭବାନୀ ପଣ୍ଡା କହନ୍ତି ଓଡ଼ିଶା ସରକାର ମହିଳାଙ୍କ ବିକାଶ ଦିଗରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା, ରୋଜଗାରକ୍ଷମ କରିବା, ଆର୍ôଥକ ସ୍ୱାଧୀନତା ପ୍ରଦାନ କ୍ଷେତ୍ରରେ ସାହାଯ୍ୟ କରିବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ଆସୁଛି । ମହିଳା ସଶକ୍ତିକରଣ ପାଇଁ ୨୦୦୧ରେ ତତକାଳୀନ ସରକାର ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରବର୍ତୀ ସମୟରେ ଭାରତ ସରକାର ତୃଣମୂଳ ସ୍ତରରେ ଗରିବ ଲୋକଙ୍କ ପାଇଁ ସ୍ୱପରିଚାଳିତ ଏବଂ ଆର୍ôଥକ ଭାବେ ସ୍ଥାୟୀ ଜୀବନ ଜୀବିକା ଯୋଗାଇ ଦେଇ, ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ଏବଂ ମହିଳାମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖି ୨୦୧୨ ଏପ୍ରିଲ ୧ରୁ ଜୀବିକା ମିଶନ କାର୍ଯ୍ୟକାରୀ କରିଥିଲେ। ଏଥି ନେଇ ପଟ୍ଟାମୁଣ୍ଡାଇ ବ୍ଲକରେ ଓଏଲଏମ ଓ ମିଶନ ଶକ୍ତି ବିଭାଗ କାର୍ଯ୍ୟକାରୀ ହେଲା । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ ଉଦ୍ୟୋଗୀଭାବେ ପରିଣତ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ଜରିଆରେ ଆର୍ଥକ ରୁଣ ସହାୟତା ଯୋଗାଇ ଦିଆଯାଇଆସୁଛି । ଏଥି ନିମନ୍ତେ ସେମାନଙ୍କ ତାଲିମ ମଧ୍ୟ ପ୍ରଦାନ କରାଯାଉଛି । ଏହି ଅଭିଯାନକୁ ନିରୀକ୍ଷଣ ପାଇଁ ପ୍ରଶାସନ ବ୍ଲକ୍ ଜୀବିକା ମିଶନ ଶକ୍ତି ସଂଯୋଜକ, ଜିପିଏଫ୍ ଲିଡର, ଏମ୍ବିକେ, ସିଆରପି, ଜିଆରଏସ୍ ଓ ବ୍ୟାଙ୍କ ମିତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ ସେମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ୨୫ଶହ ୫୫ଟି ମହିଳା ସ୍ୱଂୟସହାୟିକା ଗୋଷ୍ଠୀଙ୍କ ମଧ୍ୟରୁ ୩୯ ଟି ଅଣୁ ଉଦ୍ୟେଗ ୫ଟି କୁକୁଡା ଫାର୍ମ ଓ ବିଭିନ୍ନ ପଂଚାୟତ ପୋଖରି ଲିଜ ନେଇ ୬୦ ଟି ସ୍ୱୟ ସହାୟୀକା ଗୋଷ୍ଠି ମାଛ ଚାଷ କରୁଥିବା ମିଶନ ଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ କହିଛନ୍ତି । କେନ୍ଦ୍ରାପଡା ଜିଲାର ପ୍ରଶାସନିକ ଉଦାସୀନତା ଯୋଗୁ ପ୍ରାୟ ପଟ୍ଟାମୁଣ୍ଡାଇ ଅଂଚଳର ପ୍ରାୟ ୨୫ ହଜାର ମହିଳା ବ୍ୟାଙ୍କରୁ ବିନା ସୁଧରେ ଋଣ ନେଇ ସୁଧ କାରବାରରେ ମାତିଛନ୍ତିା ଅପରପକ୍ଷେ କେତେକ ହାତ ଗଣତି ସ୍ୱୟଂସହାୟିକା ଗୋଷ୍ଠୀ ନିଜସ୍ୱ ଉଦ୍ୟୋଗ କରିଛନ୍ତି । ଜିଲା ପ୍ରଶାସନ ସେମାନଙ୍କୁ ବିଭିନ୍ନ ସମୟରେ ଜିଲା, ରାଜ୍ୟ ଓ ଏପରିକି ଜାତୀୟ ସ୍ତରରେ ପ୍ରଦର୍ଶିତ କରାଯାଉଛି ।ପ୍ରୟୋଜିତ ଫଟୋ ଉଠାଇ ସନ୍ତୁଷ୍ଟ ହେବା ସାର ହୋଇଛି । ହେଲେ ବାସ୍ତବ ଚିତ୍ର ଭିନ୍ନ ରହିଛି । ବ୍ୟାଙ୍କରୁ ଋଣ ନେଇ ନବେ ଭାଗ ଗୋଷ୍ଠୀ ସୁଧ କାରବାରରେ ଲିପ୍ତ ରହୁଛନ୍ତି । ସେପରି କୌଣସି ଉଦ୍ୟୋଗ ଅଂଚଳରେ ଦେଖା୍ାଉନଥିବା ବେଳେ ସୁଧ ଲେଣେ ଦେଣକୁ ନେଇ ଗଣ୍ଡଗୋଳ ବଢିବାରେ ଲାଗିଛି ଏବଂ ବିଭିନ୍ନ ସମୟରେ ମାମଲା ମଧ୍ୟ ଥାନକୁ ଆସୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
