ଓଜନ ସ୍ତରର ଅବକ୍ଷୟ, ପ୍ରଭାବ ଓ ନିରାକରଣ ସମ୍ପର୍କରେ ଆଲୋଚନାଚକ୍ର

blank
କେନ୍ଦ୍ରାପଡ଼ା,୨୫ା୯:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଜନ ସ୍ତରର ଅବକ୍ଷୟ, ତତ୍‌ଜନିତ ପ୍ରଭାବ ଓ ନିରାକରଣ ଶୀର୍ଷକ ବିଷୟ ଉପରେ ଏକ ଆଲୋଚନାଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଏବଂ ଆଇ.କ୍ୟୁ.ଏ.ସି.ର ମିଳିତ ଆନୁକୂଲ୍ୟରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା, ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ.ଗୈାତ୍ତମ ଚରଣ ଦାସ, ଆଇ.କ୍ୟୁ.ଏ.ସି. ସଂଯୋଜିକା ଡ. ଦିପ୍ତୀ ରାୟ, ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଡ. ପୂର୍ବାଶା ପ୍ରିୟଦର୍ଶିନୀ, ପଦାର୍ଥବିଜ୍ଞାନ ବିଭାଗର ଅଧ୍ୟାପକ ରଞ୍ଜିତ କୁମାର ଦାସ, ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ହିମାଂଶୁଶେଖର ମହାପାତ୍ର, ଅଧ୍ୟାପକ ଅଚ୍ୟୁତ ମହାରଣା ପ୍ରମୁଖ ଯୋଗଦେଇ ଓଜନ ସ୍ତର ଅବକ୍ଷୟର କାରଣ, ପ୍ରଭାବ ଓ ନିରାକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏଥିସହିତ ଓଜନ ସ୍ତରର ଅବକ୍ଷୟ ଏବଂ ଏହାର କୁପ୍ରଭାବ ଉପରେ ଜନସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଏକ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ୟୁଜିସି ସଂଯୋଜକ ଡ. ଦେବକାନ୍ତ ଷଡଙ୍ଗୀ, ଅଧ୍ୟାପକ ସୁରେନ୍ଦ୍ର ପ୍ରସାଦ ମଲିକ, ଗଣିତ ବିଭାଗ ମୁଖ୍ୟ ଡ. ହାରାଚନ୍ଦ ମହାନ୍ତି, ଇଂରାଜୀ, ଉଦ୍ଭିଦ ବିଜ୍ଞାନ ଓ ଅର୍ଥନୀତି ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଶତାଧିକ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସାମାଜିକ ସଚେତନତା ସୃଷ୍ଟି କରିଥିଲେ।

Next Post

ମେଡ଼ିକାଲ କଲେଜ ଆନ୍ଦୋଳନକୁ ଚାରିଦିନ , ପୁରିଲା ଧାରଣାକାରୀମାନେ ଜିଦରେ ଅଟଳ

Thu Sep 25 , 2025
କେନ୍ଦ୍ରାପଡ଼ା,୨୫ା୯: ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନ ଏବେ ଜିଲ୍ଲାବାସୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି। ଗତକାଲି ବିଧାନସଭାରେ ଏ ସମ୍ପର୍କରେ ଉତ୍ଥାପିତ ପ୍ରଶ୍ନ ଉପରେ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ଦିଆନଯାଇ ଅଧିବେଶନକୁ ସ୍ଥଗିତ ରଖାଯାଇଥିବାରୁ ଆଜି ଆନ୍ଦୋଳନକାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି। ତିନିଦିନ ପୂର୍ବରୁ ବିଧାନସଭାରେ ଏ ସମ୍ପର୍କିତ ଅନ୍ୟ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଉଚ୍ଚ ସ୍ତରୀୟ କମିଟି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading