ଶିବାନନ୍ଦ ଆଶ୍ରମ ପକ୍ଷରୁ ଭ୍ରାମ୍ୟମାଣ ସତସଙ୍ଗ

blank
କେନ୍ଦ୍ରାପଡ଼ା,୧୨ା୧୦:ଗରାପୁର ଶିବାନନ୍ଦ ଆଶ୍ରମ ପକ୍ଷରୁ କାକଟସ୍ଥିତ କାଳୀୟଦଳନ ମେଢ ନିକଟରେ ଏକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ କୈାଣସି ମେଢ ନିକଟରେ ଅଶ୍ଳୀଳ ନାଚଗୀତ କରାନଯାଇ ଭଜନ ଓ କୀର୍ତ୍ତନ ପରିବେଷଣ କରାଯିବାକୁ ସମସ୍ତ ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ନିବେଦନ କରିଥିଲେ। ଏଥିସହିତ ମେଢ ଗୁଡିକ ନିକଟରେ ଗୀତାପାଠ ଓ ଲକ୍ଷ୍ମୀପୁରାଣ ପାଠ କରାଯିବାକୁ ଶ୍ରୀ’ମା ପରାମର୍ଶ ଦେଇ କହିଥିଲେ ଯେ ଏହାଦ୍ୱାରା ପରିବେଶ ଓ ବାତାବରଣରେ ସୁଧାର ଆସିପାରିବ। ଏହାବ୍ୟତିତ ଏକ ମହିଳା ସତସଙ୍ଗ ମଣ୍ଡଳୀ ଗଠନ କରି ପ୍ରତ୍ୟେକ ପୂଜା ମଣ୍ଡପ ନିକଟରେ ସତସଙ୍ଗ କାର୍ଯ୍ୟକ୍ରମ କରାଗଲେ ପରିବେଶ ଓ ମନରେ ଶାନ୍ତି ଆସିବା ସହ ସତ୍‌ଚିନ୍ତା ଓ ସଦ୍‌ଭାବନାର ଉତ୍ସ ଉଦଯିବିତ ହୋଇପାରିବ ବୋଲି ଶ୍ରୀ’ମା କହିଥିଲେ। କେନ୍ଦ୍ରାପଡାରେ ପ୍ରଥମେ ଏଭଳି କାର୍ଯ୍ୟ ଆରମ୍ଭ ହେଲେ ତାହା ସାରା ଓଡିଶାକୁ ଦିଗଦର୍ଶନ ଦେଇପାରିବ ବୋଲି ଶ୍ରୀ’ମା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଧର ରାଉତ, କାଳୀୟଦଳନ ପୂଜା କମିଟିର କର୍ମକର୍ତ୍ତା, ନଙ୍ଗୁଳି ଦାସ, କ୍ଷୀରୋଦ ନାଥ, ନୃସିଂହ ଦାସ ଓ ଆଳିଜଙ୍ଗା ମାତୃମଣ୍ଡଳୀର ସଦସ୍ୟାମାନେ ଯୋଗଦେଇଥିଲେ।

Next Post

କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ମେଲଣ ,୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୃତୟନ

Mon Oct 13 , 2025
କେନ୍ଦ୍ରାପଡ଼ା,୧୩ା୧୦:କେନ୍ଦ୍ରାପଡ଼ା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ରବିବାର ଶେଷ ହୋଇଥିବା ବେଳେ ସୋମବାର ମହା ଆଡମ୍ବରରେ ମେଲଣ ଉତ୍ସବ ଆରମ୍ଭ ହୋଇଛି। ମା’ ଲକ୍ଷ୍ମୀ ମଣ୍ଡପ ଛାଡି ମେଳଣ ପଡିଆ ଅଭିମୁଖେ ଯାତ୍ରା କରିଛନ୍ତି। ବିଳମ୍ବିତ ରାତି ସୁଦ୍ଧା ସମସ୍ତ ମେଢ ମେଳଣ ପଡିଆରେ ପହଞ୍ଚି ପାରି ନଥିବାରୁ ଭୋଗଲାଗି ହୋଇ ପାରି ନାହିଁ। ମଙ୍ଗଳବାର ମା’ ଲକ୍ଷ୍ମୀ ଗୋବରୀ ନଦୀରେ ବିସର୍ଜିତ ହେବେ। ଏ ନେଇ ପୈାରସଂସ୍ଥା ପକ୍ଷରୁ ଗୋବରୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading