ଷ୍ଟେଟବ୍ୟାଙ୍କ ପେନସନର୍ସ ସମାଧାନ ଆଲୋଚନାଚକ୍ର

blank
କେନ୍ଦ୍ରାପଡ଼ା,୧୮ା୭:ଷ୍ଟେଟବ୍ୟାଙ୍କ ବାଣିଜ୍ୟ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଅପରାହ୍ନରେ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମିଳନୀକକ୍ଷରେ ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ବୈଠକ ଆଞ୍ଚଳିକ ମହାପରିଚାଳକ ବିଜୟ କୁମାର ବେହେରାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ କାର୍ଯ୍ୟାଳୟ ମାନବ ସମ୍ବଳ ବିକାଶ ପରିଚାଳକ ସୁଶାନ୍ତ କୁମାର ଦାସ ଓ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାର ମୁଖ୍ୟ ପରିଚାଳକ ଅର୍କଜ୍ୟୋତି ଭଟ୍ଟାଚାର୍ଯ୍ୟ ବୈଠକ ପରିଚାଳନା କରିଥିଲେ। ଷ୍ଟେଟବ୍ୟାଙ୍କ ପେନସନରର୍ସ ସଙ୍ଘ ଓଡିଶା ସର୍କଲର ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ। କେନ୍ଦ୍ରାପଡାରେ ଷ୍ଟେଟବ୍ୟାଙ୍କ ଡିସପେନସରୀ(ଚିକିତ୍ସାକେନ୍ଦ୍ର) ଖୋଲାଯିବା ନିମନ୍ତେ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟରୁ ସୁପାରିଶ ହୋଇ ବାଲେଶ୍ୱର ଜୋନାଲ କାର୍ଯ୍ୟାଳୟ ପଠାଇଥିବା ଆଞ୍ଚଳିକ ମହାପରିଚାଳକ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଏହି ଚିକିତ୍ସାକେନ୍ଦ୍ର ଶୀଘ୍ର ଖୋଲାଯିବା ପାଇଁ ଅଧିକ ଯତ୍ନବାନ ହେବାକୁ ଆଞ୍ଚଳିକ ସମ୍ପାଦକ ଶ୍ରୀ ମେକାପ ଅନୁରୋଧ କରିଥିଲେ। ଅନ୍ୟାନ୍ୟ ସମସ୍ୟା ଗୁଡିକର ସମାଧାନ ହୋଇଥିବାରୁ ଏଥିନିମନ୍ତେ ଶ୍ରୀ ମେକାପ ସଙ୍ଘ ପକ୍ଷରୁ କୃତଜ୍ଞତା ଅର୍ପଣ କରିଥିଲେ। ବୈଠକରେ ପେନସନରର୍ସମାନଙ୍କ ସ୍ୱାସ୍ଥ୍ୟବୀମା ସମ୍ବନ୍ଧରେ ପ୍ରାଞ୍ଜଳ ଭାବେ ଆଲୋଚନା ହୋଇଥିଲା। ବୈଠକ ପ୍ରାରମ୍ଭରେ ନୂତନ ଆଞ୍ଚଳିକ ମହାପରିଚାଳକ ଶ୍ରୀ ବେହେରା ଓ ମାନବସମ୍ବଳ ବିକାଶ ପରିଚାଳକ ଶ୍ରୀ ଦାସଙ୍କୁ ପେନସନରର୍ସ ସଙ୍ଘ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ପେନସନରର୍ସ ସଙ୍ଘ ଜିଲ୍ଲା ସମ୍ପାଦକ ଉଦୟନାଥ ସାହୁ, ଶରତ କୁମାର ମୁଦୁଲି, ରାମଚନ୍ଦ୍ର ସେଠୀ, ଦୁର୍ଯ୍ୟୋଧନ ସେଠୀ, ବିଜୟ ନାୟକ, ରବୀନ୍ଦ୍ର ନାଥ ପଣ୍ଡା, ଅଜୟ କୁମାର ନାୟକ, ନିତ୍ୟାନନ୍ଦ ସେଠୀ, ରମେଶ ଚନ୍ଦ୍ର ବିହାରୀ, ଅତୁଲ ଚନ୍ଦ୍ର ଗିରି, ହରିପଦ ପଣ୍ଡା, ଭୀମସେନ ଦାସ, ମାଧବାନନ୍ଦ ମହାପାତ୍ର, ସୁନାକର ଜେନା, ନଗେନ ମହାକୁଡ, ଏସାନ ମହମ୍ମଦ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଆଞ୍ଚଳିକ ସମ୍ପାଦକ ଶ୍ରୀ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

କେନ୍ଦ୍ରାପଡା ଘାଗରାଡିହା ବନ୍ୟାଞ୍ଚଳରେ ମେଡିକାଲ ଟିମ

Fri Jul 18 , 2025
କେନ୍ଦ୍ରାପଡା ୧୮/୭- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଘାଗରାଡିଆ ଅଞ୍ଚଳରେ ବନ୍ୟା । ଏହି ଅଞ୍ଚଳରେ ଲୋକମାନେ ନାହିନଥିବା ଅସୁବିଧାରେ ଅଛନ୍ତି । ଆଜି ଏହି ଅଞ୍ଚଳରେ ମେଡିକାଲ ଟିମ ପହଞ୍ôଚ ଲୋକମାନଙ୍କୁ ଔଷଧ ବଣ୍ଟନ କରିଥିଲେ । ଏହି ମେଡିକାଲ ଟିମ ମେଡିସିନ ବଣ୍ଟନ କରିବା ସହିତ ପିଇବା ପାଣିରେ ହାଲୋଜିନ ବଟିକା ପକାଇ ପଣିକୁ ବିଶୋଧନ କରିଛନ୍ତି । ଏହି ଟିମରେ ବିପିଏମ, ମଞ୍ଜୁଶ୍ରୀ ବିଶ୍ୱାଳ, ଆଶା କର୍ମୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading