ବିଧାନସଭାରେ ଉଠିଲା କେନ୍ଦ୍ରାପଡା ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆନ୍ଦୋଳନର ସ୍ୱର

ଜିଲ୍ଲାରେ ମେଡ଼ିକାଲ କଲେଜ ଦାବି ଅହୋରାତ୍ର ଗଣଧାରଣାକୁ ତିନି ଦିନ ପୁରିଲା

blank

କେନ୍ଦ୍ରାପଡ଼ା,୨୪ା୯: ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନର ସ୍ୱର ଦୃଢ ଭାବରେ ବିଧାନସଭାରେ ଶୁଣିବାକୁ ମିଳିଛି। ବିଧାନସଭାରେ ଆଜି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ଦ୍ୱାରା ଦୃଢ ଭାବରେ ଉପସ୍ଥାପିତ ଏ ସମ୍ପର୍କିତ ପ୍ରଶ୍ନର ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳି ନଥିବାରୁ ଏହା ଆନ୍ଦୋଳନକାରୀଙ୍କୁ ଉତ୍ତେଜିତ କରିଛି। ଆଜି ଅହୋରାତ୍ର ଗଣଧାରଣାକୁ ତିନି ଦିନ ପୁରି ଥିବା ବେଳେ ଆନ୍ଦୋଳନ ସ୍ଥଳରେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ବିଜେଡି ରାଜ୍ୟ ସମ୍ପାଦକ ରବି ସାମଲ, ପୂର୍ବତନ ନଗରପାଳ ଧୀରେନ ସାହୁଙ୍କ ସମେତ ଅକମଲ ଅଲ୍ଲୀ, କଙ୍ଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଫକୀର ଚରଣ ଖଟୁଆ, ସିପିଆଇ ସମ୍ପାଦକ ବିକାଶ ବେଉରା, ସିପିଏମ ନେତା ନରୋତ୍ତମ ପାର୍ଥସାରଥୀ, ମାଧବ ଦାସ, ନାରାୟଣ ବିଶ୍ୱାଳ, ଗାୟତ୍ରୀ ମହାନ୍ତି, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, କେଦାର ସାମନ୍ତରାୟ, ହୃଷୀକେଶ ବେହେରା, ସୁହାନା ବେଗମ୍‌, ସୈାଭାଗ୍ୟ ରାଉତ, ଦୋଳଗୋବିନ୍ଦ ସାହୁ, କରୁଣାକର ଦାସ, ହୃଷୀକେଶ ନାୟକ, ଶଶିକଳା ରାଉତ, ଧନେଶ୍ୱର ସାହାଣୀ, ଶ୍ରୀଧର ମହାନ୍ତି, ପ୍ରକାଶ ମହାନ୍ତି, ଡ. ଚୈତନ୍ୟ ଚରଣ ପରିଡା, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ଗାନ୍ଧିବାଦୀ କର୍ମୀ ଅଭିମନ୍ୟୁ ରାଉତ, ଏଲିନା ସାମନ୍ତରାୟ, ନବ ନିର୍ମାଣ କୃଷକ ସଙ୍ଗଠନ ନେତା ଅକ୍ରୁର ପଲାଇ, ଦାଶରଥି ସାହୁ, ମହେନ୍ଦ୍ର ପରିଡ଼ା, ବୈଷ୍ଣବ ସ୍ୱାଇଁ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ରୁଦ୍ର ପ୍ରସାଦ ବେହେରା, ମହେନ୍ଦ୍ର ପଟ୍ଟନାୟକ, ବିଦ୍ୟୁତ୍‌ଲତା ପଲେଇ, ପ୍ରମୁଖ ଆୟୋଜିତ ପ୍ରତିବାଦ ସଭାରେ ଯୋଗଦେଇ ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ପଛୁଆ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ କଟୁ ସମାଲୋଚନା କରିଥିଲେ। ଜିଲ୍ଲାର ସାମଗ୍ରିକ ବିକାଶ ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର ନିମନ୍ତେ ଜିଲ୍ଲାରେ ମେଡ଼ିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ହେବା ଆଜି ଦିନରେ ଜିଲ୍ଲାବାସୀଙ୍କର କେବଳ ଦାବି ନୁହେଁ, ବରଂ ଏହା ସେମାନଙ୍କର ଅଧିକାର ବୋଲି ବକ୍ତାମାନେ ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି ଅଧିକାରକୁ ହାସଲ କରିବା ପାଇଁ ଏହି ଗଣଧାରଣାକୁ ଗଣ ଆନ୍ଦୋଳନ ଯାଏ ନେଇଯିବାକୁ ଆନ୍ଦୋଳନକାରୀମାନେ ଆଲୋଚନା କରିଥିଲେ। ଆବାହକ ମଣ୍ଡଳୀ ସଭ୍ୟ ଗୟାଧର ଧଳ, ଆଦିକନ୍ଦ ରାଉଳ, ଭାଗୀରଥି ଜେନା, ସୂର୍ଯ୍ୟକାନ୍ତ ପରିଡା,ଚିତ୍ତରଞ୍ଜନ ଦାସ ପ୍ରମୁଖ ଧାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Next Post

୨୩ ଟି ମାମଲାର ଶୁଣାଣି ୬ ଟିର ଆପୋଷ ସମାଧାନ

Wed Sep 24 , 2025
କେନ୍ଦ୍ରାପଡ଼ାରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ ଅନୁଷ୍ଠିତ କେନ୍ଦ୍ରାପଡ଼ା,୨୪ା୯:କେନ୍ଦ୍ରାପଡ଼ା ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଏକ ଶିବିର ଅଦାଲତ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମହିଳା ଆୟୋଗ ଅଧ୍ୟକ୍ଷା ଶୋଭନା ମହାନ୍ତି ଓ ସଦସ୍ୟା ଡ. କଳ୍ପନା ମଲ୍ଲିକ ଯୋଗଦେଇ ମହିଳା କମିଶନ ପକ୍ଷରୁ ପୂର୍ବରୁ ନୋଟିସ କରାଯାଇଥିବା ବିଭିନ୍ନ ମାମଲାର ଶୁଣାଶି କରାଯାଇଥିଲା। ଏଥିରେ ରେଜିଷ୍ଟ୍ରାର ସୁଶୀଲ କୁମାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading