
ପଟ୍ଟାମୁଣ୍ଡାଇ ୧୬.୯ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ୪ ବର୍ଷର ଶିଶୁଙ୍କୁ ଭୁଲ ଇଂଜେକସନ ଦେବା ଏବଂ ତାର ଗୋଡ ତଳେନଲଗାଇ ପାରିବା ଓ ଡାକ୍ତରଙ୍କ ଏପରି ଅବେହେଳା ବିରୋଧରେ ଗତ ମାସ ୨୮ ରେ ଧାରଣା ଦେଇଥିଲେ । ସବଡିଭିଜନ ହସ୍ପିଟାଲ ଡା ଚନ୍ଦ୍ରଶେଖର ଦାଶ ଧାରଣାସ୍ଥଳକୁ ଆସି ସମସ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେବା ସହ ୨ ଜଣ ମେଡିକାଲ ଷ୍ଟାଫଙ୍କ ଦ୍ୱାରା ଆମ୍ବୁଲାନ୍ସ ଯୋଗେ କଟକ ଶିଶୁ ଭବନକୁ ପଠାଇଥିଲେ । ତେବେ ଘଟଣାର ୨୦ଦିନ ପରେ ମଙ୍ଗଳବାର ଗୁରୁତର ଅସୁସ୍ଥ ରୋହନଙ୍କ ପରିବାର ଲୋକମାନେ ରୋହନ ସହିତ ପଟ୍ଟାମୁଣ୍ଡାଇ ହସ୍ପିଟାଲ ସମ୍ମୁଖରେ ପୁନର୍ବାର ଧାରଣା ଦେଇଥିଲେ । ଏଥିନେଇ ମେଡିକାଲ ପରିସରରେ ଉତେଜନା ବୃଦ୍ଧିପାଇଥିଲା । ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିବାରୁ ଖବର ପାଇ ପଟ୍ଟାମୁଣ୍ଡାଇ ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ,ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର, ସବଡିଭିଜନ ମେଡିକାଲ ଅଫିସର ଡା ନିରାକାର ପରିଡା ଗୁରୁତର ଅସୁସ୍ଥ ରୋହନଙ୍କ ଚିକିତ୍ସା ଓ ସୁସ୍ଥ ହେବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୁତ ହୋଇଛି ।

ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ମାଟିଆ ଗ୍ରାମର ଆନନ୍ଦ ମଲିକ ଗତ ଅଗଷ୍ଠ ମାସ ୨୩ ତାରିଖରେ ତାଙ୍କ ୪ବର୍ଷର ପୁଅ ରୋହନଙ୍କୁ ଥଣ୍ଡା ଜର ହୋଇ ଥିବାରୁ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡ୍ୟୁଟିରେ ଥିବା ଡାକ୍ତର ରୋହନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଓ ଇଞ୍ଜେକ୍ସନ ନେବା ପାଇଁ ପ୍ରେସକ୍ରିପସନ ଲେଖି ଦେଇଥିଲେ । ଏହା ପରେ ରୋହନଙ୍କୁ ଇଞ୍ଜେକ୍ସନ ଦେବାରୁ ସେ ହଠାତ ଅସୁସ୍ଥ ହୋଇପଡ଼ିବା ସହିତ ତାର ବାମ ଗୋଡ଼ ଆଉ ତଳେ ଲାଗିନଥିଲା। ଏହା ପରେ ମେଡିକାଲ ପରିସରରେ ଉତେଜନା ପ୍ରକାଶ ପାଇବା ସହିତ ଡାକ୍ତରଙ୍କ ଭୁଲ ଔଷଧ ଓ ଇଞ୍ଜେକ୍ସନ ଦ୍ୱାରା ରୋହନଙ୍କ ଏପରି ଅବସ୍ଥା ହୋଇଛି ବୋଲି ରୋହନଙ୍କ ପରିବାର ଲୋକମାନେ ଅଭିଯୋଗ କରିଥିଲେ । ଏନେଇ ପରିବାର ଲୋକେ ମେଡିକାଲ ଠୁ ଥାନା ଓ ଜିଲ୍ଲା ସ୍ତରୀୟ ମେଡିକାଲରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇଥିଲେ । ଉପଯୁକ୍ତ ତଦନ୍ତ ଓ ନ୍ୟାୟ ଦାବିରେ ଗତ ମାସ ୨୮ ତାରିଖ ଦିନ ରୋହନଙ୍କ ପରିବାର ଲୋକମାନେ ସହିତ ମାଟିଆ ଗ୍ରାମର ଶତାଧିକ ଲୋକ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିସରରେ ଧାରଣା ଦେଇଥିଲେ । ଶେଷରେ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଡା ଚନ୍ଦ୍ରଶେଖର ଦାଶ ଧାରଣାସ୍ଥଳକୁ ଆସି ରୋହନଙ୍କୁ ୨ ଜଣ ମେଡିକାଲ ଷ୍ଟାଫଙ୍କ ଦ୍ୱାରା ଆମ୍ବୁଲାନ୍ସ ଯୋଗେ କଟକ ଶିଶୁ ଭବନକୁ ପଠାଇବା ଓ ସମସ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ତେବେ ଅନନ୍ଦ ମଲିକ କହିବା ଅନୁଯାଇ ଶିଶୁ ଭବନରେ କେବଳ ମେଡିସିନ ମିଳିଥିଲା । ପୁଅର ଫିଜୋଥେରାପି ଅବଶ୍ୟକ ଥିଲା । ସେସବୁ ବାହାରୁ କରିବାକୁ ପଡିବ । ଗରିବ ଲୋକ ହୋଇଥିବା ବେଳେ ଏତେ ଟଙ୍କା ପାଇବି କେଉଁଠୁ । ଦାଇତ୍ୱ ନେଇଥିବା ଡାକ୍ତର ଆଉ ଶୁଣିଲେ ନାହିଁ । ତେଣୁ ମଙ୍ଗଳବାର ପୁଣଃ ଧାରଣା ଦେବାକୁ ପଡିଲା ।
