ଅବହେଳିତ ଅବସ୍ଥାରେ ପଟ୍ଟାମୁଣ୍ଡାଇ ଗାଁ ଆଊ ସହର

ପଟ୍ଟାମୁଣ୍ଡାଇ ୨୫/୫- ଐତିହାସିକ ସମୃଦ୍ଧତା ଏବଂ ଆଂଚଳିକ ବିକାଶ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି । ଇତିହାସ ହେଉଛି କୌଣସି ସ୍ଥାନର ମୂଳଦୁଆ। ଯେଉଁ ଅଂଚଳର ଇତିହାସ ଯେତେ ସମୃଦ୍ଧ, ସେହି ଅଂଚଳ ସେତେ ବିକାଶଶୀଳ। ଯଦି ଚକ୍ରାନ୍ତରେ ଗୋଟିଏ ଅଂଚଳର ଇତିହାସକୁ ସମ୍ପୂର୍ଣ୍ଣ ନିଶ୍ଚିନ୍ନ କରିଦେବାର ଯୋଜନା କରାଯାଏ, ତେବେ ସେହି ଅଂଚଳ କାହାକୁ ପାଥେୟ କରି ବିକାଶ ଦିଗରେ ଆଗେଇବ ବା ସମୃଦ୍ଧ କରିବ ତାକୁ ନେଇ ଏକ ଭବାତ୍ମକ ପ୍ରଶ୍ନ ପଟ୍ଟାମୁଣ୍ଡାଇବାସୀଙ୍କ ମନରେ ଉଙ୍କି ମାରୁଛି। ୧୯୫୧ ଠାରୁ ବିଧାନସଭା ଆସନ ଭାବେ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଭାରତର ଇତିହାସରେ ଖ୍ୟାତି ଅର୍ଜନ କରିବା ସହିତ ବିକାଶ ଓ ସମୃଦ୍ଧ ଦିଗରେ ଆଗେଇ ଆସୁିଥିଲା । ମାତ୍ର ୨୦୦୮ ଡିଲ-ଲିମିଟେସନ ବେଳେ ଚକ୍ରାନ୍ତକାରୀମାନେ ସୀମା ନିର୍ଦ୍ଧାରଣ କମଟିି ଦ୍ୱାରା ବିଧାନସଭା ଆସନକୁ ଉତ୍ସେଦ କରି ଭାରତର ଇତିହାସରୁ ବିଲୀନ କରିଦଅ।।ଗଲା । ସଂପ୍ରତି ପଟ୍ଟାମୁଣ୍ଡାଇବାସୀଙ୍କ ଶୂନ୍ୟ ନେତୃତ୍ୱ ପାଇଁ ସବୁକ୍ଷେତ୍ରରେ ଷଡଯନ୍ତ୍ରର ଶିକାର ହୋଇଆସୁଥିବା ବେଳେ ରାଜନୀତିର ପଶାପାଲିରେ ପଟ୍ଟାମୁଣ୍ଡାଇ ଅବହେଳିତ ହୋଇପଡିରହିଛି । ଗମନାଗମନ, ପରିବହନ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି କ୍ଷେତ୍ରରେ ଅଣଦେଖା କରାଯଉଥିବା ବେଳେ ରାଜ୍ୟ ସରକାରଙ୍କ ସାମଗ୍ରୀକ ଭାବେ କରାଯାଉଥିବା ଉନ୍ନତିମୂଳକ କାର୍ଯ୍ୟରେ ଷଡ଼ଯନ୍ତ୍ର କରାଯାଇ ନିରାଶ କରାଯାଉଛି ।ପଟ୍ଟାମୁଣ୍ଡାଇର ହୃତ ଗୌରବ ଓ ସ୍ୱାଭିମାନର ପୁନଃ ପ୍ରତିଷ୍ଠା ପାଇଁ ଆଗାମି ସିମା ପୁନଃନିର୍ଦ୍ଦାରଣ ସମୟରେ ପଟ୍ଟାମୁଣ୍ଡାଇର ଇତିହାସକୁ ଗୁରୁତ୍ୱଦେଇ ବିଧାନସଭା ଆସନ ପୁନଃ ପ୍ରତିଷ୍ଠା କରାଇବାକୁ ଅଂଚଳର ବୁଦ୍ଧିଜୀବୀମାନେ ଦାବୀ କରିଛନ୍ତି ।
ଚକ୍ରାନ୍ତରେ ଇତିହାସରୁ ପଟ୍ଟାମୁଣ୍ଡାଇ ଆସନର ବିଲୋପ- ଶିକ୍ଷାବୀତ ପ୍ରଫୁଲ୍ଲ ଦାଶ

ପ୍ରାଚିନ କାଳରୁ ଓଡିଶାର ଇତିହାସରେ ପଟ୍ଟାମୁଣ୍ଡାଇ ଏକ ବାଣିଜ୍ୟକ ପେଣ୍ଠ ସ୍ଥଳୀ ଭାବେ ପରିଚିତ ଥିଲା । ଓଡ଼ିଶାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ୧୯୫୧ରୁ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ସ୍ୱତନ୍ତ୍ର ପରିଚିତି ଲାଭ କରିଥିଲା। ପ୍ରଥମକରି ରଜମାତ କୁମାରୀ ରାମରାଜ ବିଧାୟୀକା ଥିଲେ । ୧୯୬୧ ମସିହାରେ ନର୍ବାଚନମଣ୍ଡଳୀକୁ ଅନୁସୂଚିତ ଜାତି ପାଇଁ ସଂଗ୍ରକ୍ଷିତ କରାଯାଇଥିଲା । ମାତ୍ର ୨୦୦୯ ନର୍ବାଚନ ପୂର୍ବରୁ ଏହି ଆସନ ରାଜନୈତିକଚକ୍ରାନ୍ତର ଶିକାର ହୋଇଥିଲା । ୨୦୦୮ ସିମା ନଦ୍ଧାରଣରେ ପଟ୍ଟାମୁଣ୍ଡାଇ ଆସନକୁ ଭାରତର ମାନଚିତ୍ରରୁ ବିଲୋପ କରି ଦିଆଗଲା । ଇତିହାସ ଲୋପ ପାଇବା ଫଳରେ ନିଜର ପରିଚୟ ହରାଇ ଅବହେଳିତ ହୋଇପଡିବା ସହିତ ନେତୃତ୍ୱ ବିହୀନ ହୋଇଗଲା । ସେବେଠାରୁ ରାଜ୍ୟର ଅନ୍ୟ ବ୍ଲକ ଓ ମ୍ୟୁନିସିପାଲଟି ଯେଉଁ ପରି ଭାବେ ବିକାଶ ହୋଇଚାଲିଛି ତାହା ପଟ୍ଟାମୁଣ୍ଡାଇରେ ପରିଲକ୍ଷିତ ହେଉନଥିବା ଆଲୋଚନା ହେଉଛି ।
ସହରିକରଣ ବିକାଶରେ ଲାଗିଛି ବ୍ରେକ- ଡାକ୍ତର ପିଏନ ଗୌରାଙ୍ଗ

ନିର୍ବାଚନ ମଣ୍ଡଳୀ ଉତ୍ସେଦ ପରେ ପଟ୍ଟାମୁଣ୍ଡାଇ ନେତୃତ୍ୱ ବିହୀନ ହୋଇପଡିଲା ।ଅଧିକାଂଶ ଅଂଚଳରେ ପ୍ରତିନିଧିତ୍ୱ ରାଜନଗରରୁ ହୋଇଥିବାରୁ ପଟ୍ଟାମୁଣ୍ଡାଇ ସହରିକରଣ ବିକାଶରେ ବ୍ରେକ ଲାଗିଛି ବୋଲି ଚର୍ଚ୍ଚା ହେଉଛି। ପଟ୍ଟାମୁଣ୍ଡାଇ ପୌରାଳରେ ରାସ୍ତାଠାରୁ ଆରମ୍ଭ କରି ଡ୍ରେନ, ଟ୍ରାଫିକ୍, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ପରିମଳ ବ୍ୟବସ୍ଥା ଆଦି ଅବ୍ୟବସ୍ଥିତ ଓ ପ୍ରହସନ ପାଲଟିଛି। ଏସବୁ ପ୍ରସଙ୍ଗକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅର୍ଥ ହେରଫେର ହେଉଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ନ ଦେବା ଏକ ପରିତାପର ବିଷୟ।
ଡିଲିମିଟେସନ କମିଟି ଅଗଣତାନ୍ତ୍ରୀକ ନଷ୍ପତି- ଆଇନଜୀବୀ ଶତୃଜୀତ ନାୟକ

ସେତେବେ ଅନ୍ୟ ନର୍ବାଚନ ମଣ୍ଡଳୀ ଠାରୁ ପଟ୍ଟାମୁଣ୍ଡାଇରେ ଲୋକସଖ୍ୟା ଓ ବୁଥ ସଂଖ୍ୟା ଅଧିକଥିଲା । ପଟ୍ଟାମୁଣ୍ଡାଇରେ ବୁଥ ସଂଖ୍ୟା ୧୯୯ ଥିବା ବେଳେ ରଜନଗରରେ ୧୭୭, ଆଳିରେ ୧୮୫, ବରି-ଡେରାବିଶ ୧୭୫, କେନ୍ଦ୍ରାପଡାରେ ୧୯୫ ଥିଲା । ସମ୍ବିଧାନିକ ନିତି ନିୟମ ଓ ଉଦ୍ଦେଶ୍ୟକୁ ଭୁଲି ସୀମା ନିର୍ଦ୍ଧାରଣ କମଟିି ଜନସଂଖ୍ୟାର ସମାନ ଅଂଶକୁ ପ୍ରତିନିଧିତ୍ୱ କରୁଥିବା ଓ ଭୌଗୋଳିକ କ୍ଷେତ୍ରଗୁଡ଼ିକର ନିରପେକ୍ଷ ବିଭାଜନ ସୁନିଶ୍ଚିତ କରୁଥିବା ପଟ୍ଟାମୁଣ୍ଡାଇ ବିଧାନସଭା ଆସନକୁ ଉତ୍ସେଦ କରି ତାର ସତାରୁ ବିଲୁପ୍ତ କରି ବହୁ ଅଂଚଳ ରାଜନଗର, ଆଳି ଓ କେନ୍ଦ୍ରାପଡା ସହିତ ମଶାଇ ଦେବା ପଟ୍ଟାମୁଣ୍ଡାଇବାସୀଙ୍କ ଭାବାବେଗକୁ କୁଠାରଘାତ କରିଛି । ଏହି ଷଡଯନ୍ତ୍ରରେ ଡିଲିମିଟେସନ କମିଟି ଅଗଣତାନ୍ତ୍ରୀକ ନଷ୍ପତି ନେଇଛି ବୋଲି କୁଯାଉଛି ।
ଓଡ଼ିଶାର ସଂସଦୀୟ କ୍ଷେତ୍ର ୩୦ ଛୁଇଁବ , ୨୧୦ ହେବ ବିଧାନସଭା ଆସନ – ସାମାଜିକକର୍ମୀ ପ୍ରବୀର ନାୟକ

ଦେଶରେ ବିଧାନସଭା ଓ ଲୋକସଭା ଆସନ ସଂଖ୍ୟା ୫୦% ବୃଦ୍ଧି ପାଇଁ କେନ୍ଦ୍ର ସରକାର ଆପାତତଃ ଏକ ନକ୍ସା ପ୍ରସ୍ତୁତ କରିଛନ୍ତି। ଜୁନ୍ରେ ଗଠନ ହେଇପାରେ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ କମିଟି । ଏଥିପାଇଁ ଆଗକୁ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବା ଆଶାଅଛି । ତେଣୁ ସମ୍ବିଧାନ ସଂଶୋଧନ କରାଯାଇ ସୀମା ନିର୍ଦ୍ଧାରଣ ନିମନ୍ତେ କମିଶନ ଗଠନ କରାଯିବ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ସଂସଦର ଚଳିତ ଅଧିବେଶନରେ କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ କମିଶନ ଆଇନରେ ସଂଶୋଧନ ପ୍ରସ୍ତାବ ଆଣିବେ। ଅନୁରୂପ ଭାବେ ୨୦୨୯ରୁ କାର୍ଯ୍ୟକାରୀ ହେବାକୁଥିବା ମହିଳା ସଂରକ୍ଷଣ ଆଇନରେ ମଧ୍ୟ ସଂଶୋଧନ ପ୍ରସ୍ତାବ ଆସିବ । କେନ୍ଦ୍ର ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ଲୋକସଭା ଆସନ ୧୪୭ରୁ ବୃଦ୍ଧି ପାଇ ୨୧୦ରୁ ୨୨୧ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି । ସେଥିନେଇ ପଟ୍ଟାମୁଣ୍ଡାଇର ପୂର୍ବ ଗାରିମା ଫେରାଇ ଆଣିବା ପାଇଁ ପାଟ୍ଟାମୁଣ୍ଡାଇ ବାସୀ ଅଂଟା ଭିଡିବା ଆରମ୍ଭ କଲେଣି ।
ହଜିଯାଇଥିବା ଇତିହାସକୁ ଫେରିପାଇବାର ଆଶା- ବୁଦ୍ଧିଜୀବୀ ରଣଧିର ଜେନା

ଚଳିତ ବର୍ଷର ଜନଗଣନାକୁ ଭିତିକରି ନର୍ବାଚନ ମଣ୍ଡଳୀ ପୁର୍ନଃଗଠନର ସମ୍ଭାବନା ଥିବାରୁ ପଟ୍ଟାମୁଣ୍ଡାଇବାସୀ ସେମାନଙ୍କ ହଜିଯାଇଥିବା ଇତିହାସକୁ ଫେରିପାଇବାର ଆଶା କୌଶଳ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ଥିବାରୁ ଜନସାଧାରଣଙ୍କର ପଟ୍ଟାମୁଣ୍ଡାଇ ନର୍ବାଚନ ମଣ୍ଡଳି ଫେରି ପାଇବାର ଆଶା କ୍ରମଶ ଦୃଢିଭୁତ ହେଉଅଛି । ଆଗାମି ସିମା ପୁନଃନିର୍ଦ୍ଦାରଣ ସମୟରେ ପଟ୍ଟାମୁଣ୍ଡାଇକୁ ଗୁରୁତ୍ୱଦେଇ ପୁନଃ ବିଧାନସଭା ଆସନ ପ୍ରତିଷ୍ଠା କରାଇବାକୁ ପଟ୍ଟାମୁଣ୍ଡାଇବାସୀ ଆଶା ପୌଷଣ କରିଛନ୍ତି ।
