ଡବଲ ଇଞ୍ଜିନ ସରକାରର ପ୍ରତିଶୃତି ପ୍ରତାରଣାରେ ପରିଣତ,ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ୨୩ଜୁଲାଇରେ ଜିଲ୍ଲା ବନ୍ଦ ଡାକରା ଦେଲା ମିଳିତ କ୍ରୀୟାନୁଷ୍ଠାନ କମିଟି

blank

କେନ୍ଦ୍ରାପଡ଼ା,୨୫ା୬ :କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଚାଲିଛି ।ଡବଲ ଇଞ୍ଜିନ ସରକାରର ମନ୍ତ୍ରୀମାନେ କହୁଛନ୍ତି ଜିଲ୍ଲାରେ ମେଡିକାଲ କଲେଜ ନିଶ୍ଚୟ ହେବ। କିନ୍ତୁ କ୍ଷୋଭର ବିଷୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟରେ ନଅଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ଗତକାଲି ଘୋଷଣା କରିଛନ୍ତି। ଏଥିସହିତ ଜିଲ୍ଲାର ନାମବି ଘୋଷଣା କରିଛନ୍ତି। ହେଲେ ସେଥିରେ କେନ୍ଦ୍ରାପଡାର ନାଁ ନାହିଁ। ଡବଲ ଇଞ୍ଜିନ ସରକାରର ମନ୍ତ୍ରୀମାନେ ଘନଘନ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ପ୍ରତିଶୃତି ଉପରେ ପ୍ରତିଶୃତି ଦେଇ ଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚଳିତ ମାସ ୯ ରେ କେନ୍ଦ୍ରାପଡା ଗସ୍ତରେ ଆସି କେନ୍ଦ୍ରାପଡ଼ା ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବା ଆମର ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ହେଲେ ମେଡିକାଲ କଲେଜ ଘୋଷଣାରେ କେନ୍ଦ୍ରାପଡା ନାମ ନାହିଁ ।  ଯାହାକେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ସହ ପ୍ରତାରଣା କରାଯାଇଛି । ଏହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହାସପାତାଳ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ ମତପ୍ରକାଶ ପାଇଛି।

ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ସ୍ଥାନୀୟ ରିଡିଙ୍ଗ ରୁମରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରତି ମୋହନ ସରକାରଙ୍କ ଏପରି ବୈମାତୃକ ମନୋଭାବ ବିରୋଧରେ ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦଳମତ ସମସ୍ତଙ୍କୁ ନେଇ ଆସନ୍ତା ଜୁଲାଇ ୨୩ତାରିଖରେ ୧୨ଘଣ୍ଟିଆ କେନ୍ଦ୍ରାପଡା ଜିଲ୍ଲା ବନ୍ଦ ପାଇଁ ଘୋଷଣା କରାଯାଇଛି।ଏହାକୁ ସଫଳ କରିବା ପାଇଁ ସମସ୍ତ ବ୍ଲକରେ ପ୍ରସ୍ତୁତି ବୈଠକ କରାଯିବା ସହିତ ଆସନ୍ତା ଜୁଲାଇ ୧୧ ତାରିଖ ଦିନ କେନ୍ଦ୍ରାପଡା ସହରରେ ଏକ ଗଣ କନଭେନସନ ଅନୁଷ୍ଠିତ ହେବ।ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆବାହକ ମଣ୍ଡଳୀ ସଦସ୍ୟ ଗୟାଧର ଧଳ, ମୁକ୍ତାର ଖାଁ, ଆଦିକନ୍ଦ ରାଉଳ, ଭାଗିରଥି ଜେନା, ବୈଷ୍ଣବ ସ୍ୱାଇଁ, ସୁରେଶ ଚନ୍ଦ୍ର ପଟ୍ଟନାୟକ,ଗୋଲକ ଚନ୍ଦ୍ର ମହାଭୋଇ,କୁଞ୍ଜବିହାରି ଦାସ,ଡ଼ଃ ଚୈତନ୍ୟ ଚରଣ ପରିଡା, ଧୀରେନ୍ଦ୍ର କୁମାର ବେହେରା, ପ୍ରମୋଦ କୁମାର ରାଉତ, ଶେଖ ହିପସାର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ। ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାବାସୀ ସର୍ବାନ୍ତକରଣ ବନ୍ଦକୁ ସଫଳ କରିବା ପାଇଁ ବୈଠକରେ ନିବେଦନ କରାଯାଇଛି।

Next Post

ଗୋପାଳପୁର ଛାତ୍ରୀ ଗଣ ଦୁଷ୍କର୍ମ ଓ ମହିଳା ନିର୍ଯ୍ୟାତନା ବିରୋଧରେ ବିଜୁ ଯୁବ ଛାତ୍ର ଜନତାଦଳ ପକ୍ଷରୁ ବିକ୍ଷୋଭ

Wed Jun 25 , 2025
କେନ୍ଦ୍ରାପଡ଼ା,୨୫ା୬:ସାରା ରାଜ୍ୟରେ ଛାତ୍ରୀ ମାନଙ୍କୁ ଅସଦାଚରଣ, ଅପହରଣ, ଦୁଷ୍କର୍ମ ଓ ହତ୍ୟାଭଳି ଘଟଣା ଅହେତୁକ ଭାବେ ବଢୁଥିବା ବେଳେ ରାଜ୍ୟର ବିଜେପି ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏହା ବିରୋଧରେ ବିଜୁ ଯୁବ ଛାତ୍ର ଜନତାଦଳ ପକ୍ଷରୁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading