ମୋଦିଙ୍କ ଜନ୍ମ ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ

blank
ପଟ୍ଟାମୁଣ୍ଡାଇ ତା ୧୭/୯- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିବସକୁ ସାରା ରାଜ୍ୟରେ ଏକ ପେଡ ମା କେ ନାମ -୨ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବ୍ୟାପକ ବୃକ୍ଷରୋପଣ କରାଯାଇଛି ।  ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବ୍ୟାପକ ବୃକ୍ଷରୋପଣ କରାଯାଇଛି ।ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଓ ମେଡିକାଲ ଅଫିସର ଡା ନିରାକାର ପରିଡା ଯୋଗ ଦେଇ ହସ୍ପିଟାଲ ପରିସରରେ ବୃକ୍ଷରୋପଣ କରିଥିଲେ । ପଟ୍ଟାମୁଣ୍ଡାଇ ଆଦର୍ଶ ଓ ଗ୍ରାମାଞ୍ଚଳ ଥାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଦର୍ଶ ଥାନା ଆଇ ଆଇ ଶି ବନ୍ଦନା ପାତ୍ର ଓ ଗ୍ରାମାଞ୍ଚଳ ଥାନା ଆଇ ଆଇ ସି ଶ୍ରୀକାନ୍ତ ବାରିକ ବୃକ୍ଷରୋପଣ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବିଡ଼ିଓ ଶୀତଲ ଅଗ୍ରୱାଲ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଂଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ଏମ ଏନ ହାଇସ୍କୁଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଓ ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ ଓ ଏମ ଏନ ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ ।  ସେହିପରି ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସରକାରୀ ଅଫିସ ଦପ୍ତର, ବେସରକାରୀ ଅନୁଷ୍ଠାନ ପକ୍ଷରୁ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବ୍ୟାପକ ବୃକ୍ଷରୋପଣ କରାଯାଇଛି ।

Next Post

ଗରାପୁର ଶିବାନନ୍ଦ ଆଶ୍ରମରେ ଓ ଆନନ୍ଦମାର୍ଗ ବିଦ୍ୟାଳୟରେ ବୃକ୍ଷରୋପଣ

Wed Sep 17 , 2025
କେନ୍ଦ୍ରାପଡ଼ା,୧୭ା୯:ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପକ୍ଷରୁ ବୁଧବାର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଶ୍ରମର ମୁଖ୍ୟ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ପରିବେଶର ସୁରକ୍ଷା ନିମନ୍ତେ ବୃକ୍ଷରୋପଣ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ଏଥିସହିତ ଶିବାନନ୍ଦ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ ପାଇଁ ପ୍ରୋତ୍ସାହିତ କରି ପ୍ରତ୍ୟେକ ଅନୁନ୍ୟ ଦୁଇଗୋଟି ବୃକ୍ଷର ଚାରା ରୋପଣ କରିବାକୁ କହିଥିଲେ। ଏହି ଅବସରରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading