କେନ୍ଦ୍ରାପଡା ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସୁବର୍ଣ୍ଣ ଜୟନ୍ତୀ

blank

କେନ୍ଦ୍ରାପଡ଼ା,୧୩ା୪: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଓ ପୁରାତନ ଛାତ୍ର ସଂଗଠନ ଆନୁକୂଲ୍ୟରେ ତା’ର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି। କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧକ୍ଷ ଡ଼. ସଞ୍ଜୀବ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଗବେଷଣା ଗାରର ମୁଖ୍ୟ ବୈଜ୍ଞାନିକ ଡ଼. ଉମାକାନ୍ତ ସୁବୁଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଭାଗୀୟ ମୁଖ୍ୟ ଡ଼.ଗୌତମ ଚରଣ ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗର ଅନ୍ୟତମ ଅଧ୍ୟାପକ ଡ଼.ହିମାଂଶୁ ଶେଖର ମହାପାତ୍ର ବିବରଣୀ ପାଠ କରିଥିଲେ। ଅଧ୍ୟାପକ କାନନ ବିହାରୀ ସାହୁ ବିଭାଗର ଦିବଂଗତ ସମସ୍ତ ଅଧ୍ୟାପକ ଓ ସହଯୋଗୀ କର୍ମଚାରୀ ମାନଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରାଧ୍ୟାପକ ତଥା ଅଧ୍ୟକ୍ଷ ଶରତ ଚନ୍ଦ୍ର ବିଶ୍ୱାଳ, ଡ଼.ବିନାୟକ ଦାସ, ପ୍ରସନ୍ନ ପରିଜା, ନମିତା ପାତ୍ର ପ୍ରମୁଖ ଯୋଗଦେଇ ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି ଅବସରରେ ଉଦ୍ଭିଦ ବିଜ୍ଞାନର ବହୁ ପୁରାତନ ଛାତ୍ରଛାତ୍ରୀ ଡ଼. ସତ୍ୟରଞ୍ଜନ ସାହୁ, ସୌମ୍ୟଜିତ ମହାପାତ୍ର, ଅରବିନ୍ଦ ରାୟ, ଅଶୋକ କୁମାର ବେହେରା, ଡ଼. ଗଗନ ଚନ୍ଦ୍ର ପୃଷ୍ଟି, ଜ୍ୟୋତ୍ସ୍ନାମୟୀ ମନ୍ତ୍ରୀ, ବାଗ୍ମୀ ସାମଲ ପ୍ରମୁଖ ଯେଉଁ ମାନେ ଅଧୁନା ପଦ ପଦବୀରେ ରହିଛନ୍ତି ସେମାନେ ତାଙ୍କର ବକ୍ତବ୍ୟ ମାଧ୍ୟମରେ ସ୍ମୃତି ଚାରଣ କରିଥିଲେ। ବର୍ତ୍ତମାନ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ପାଇଁ ଉଚ୍ଚ କୋଟିର ଦିଗଦର୍ଶନ ଦେଇଥିଲେ। ବିଭାଗର ଅଧ୍ୟାପିକା ସଂଯୁକ୍ତା ପାତ୍ର, ମୋନାଲିଶା କର, ଜାୱା ମହମଦ ଓ ଅନ୍ୟ ସହଯୋଗୀ କର୍ମଚାରୀ ନିରାକାର ଜେନା, ଇତିଶ୍ରୀ ତ୍ରିପାଠୀ, ସୁଶାନ୍ତ କୁମାର ଦାସ, ସ୍ୱପ୍ନାଶ୍ରୀ ବାରିକ ପ୍ରମୁଖ ସହଯୋଗ କରିଥିଲେ। ଛାତ୍ରୀ ସୁପ୍ରିୟା ଦାଶ ସଭାକୁ ସଂଚାଳନ କରିଥିଲେ ଓ ଅଧ୍ୟାପିକା ମୋନାଲିଶା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

କବୀ ଅପର୍ଣ୍ଣା ମହାନ୍ତିଙ୍କୁ ନାଗରିକ ସମ୍ବର୍ଦ୍ଧନା

Sun Apr 13 , 2025
କେନ୍ଦ୍ରାପଡ଼ା,୧୩ା୪: ସାଂପ୍ରତିକ ଓଡିଆ ସାହିତ୍ୟର ବିଶିଷ୍ଟ କବୀ ଅପର୍ଣ୍ଣା ମହାନ୍ତି ଚଳିତ ବର୍ଷ ମର୍ଯ୍ୟାଦାଜନକ ‘ବିଷୁବ ପୁରସ୍କାର’ ପାଇବେ ବୋଲି ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଘୋଷଣା ହୋଇଛି। ଏହି ପୁରସ୍କାର ବାବଦକୁ ସେ ଏକ ଲକ୍ଷ ଟଙ୍କା ଓ ମାନପତ୍ର, ଅଙ୍ଗାଭରଣ ଦ୍ୱାରା ଆସନ୍ତା ୧୪ ତାରିଖ ଦିନ ସମ୍ୱର୍ଦ୍ଧିତ ହେବେ। ଓଡିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ ଭାବେ ଶ୍ରୀମତି ମହାନ୍ତି କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଅବସର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading