ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

blank
ପଟ୍ଟାମୁଣ୍ଡାଇ ୩୧/୮- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଏଲ୍‌ଆଇସି ଅଫିସ ସମ୍ମୁଖ ମ୍ୟୁନିସିପାଲଟି ଭେଣ୍ଡିଂଜୋନ କେବିନରୁ ରବିବାର ଜଣେ ମହିଳାଙ୍କ ଅଦ୍ଧଦଗ୍ଧ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣଙ୍କ ହେଲେ ଆଳି ନରେନ୍ଦ୍ରପୁର ଗ୍ରାମର ବନ୍ଦିତା ରାଉତ ବୋଲି ଜଣାଯାଇଛି । ତାଙ୍କ ବାପଘର ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅନ୍ତର୍ଗତ ବୋଧଗାଁ । ସେ ଗତ ୨୭ ତାରିଖରୁ ନିଖୋଜ ଥିଲେ । ଏ ନେଇ ତାଙ୍କ ବାପଘର ପକ୍ଷରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦିଆଯାଇଥିଲା । ପଟ୍ଟାମୁଣ୍ଡାଇ ପୋଲିସ ସାଇଂଟିଫିକ ଟିମ ଘଟଣା ସ୍ଥଳରେ ପହିଁଚି ଶବ ଜବତ କରି ବ୍ୟେବଚ୍ଛେଦ ପାଇଁ  ପଠାଇଛି ।

ମୃତକଙ୍କ ବାପଘର ଲୋକେ କହିବାନୁଯାୟୀ ମୃତକ ବନିତା  ଆଳି ବ୍ଲକ ନରେନ୍ଦ୍ରପୁର ଅଂଳର ଗତ ୧୩ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ୮ ବର୍ଷର ପୁଅ ଆଚ୍ଛି । ତାଙ୍କ ସ୍ୱାମୀ ବିଦେଶରେ ରୁହନ୍ତି  । ଗତ ୨୭ ତାରିଖରୁ ସେ କୁଆଡେ ପଲେଇଯାଇଛନ୍ତି ବୋଲି ତାଙ୍କ ଝିଆରି ଫୋନ କରି ଜଣାଇଥିଲେ । ବାପ ଘର ଲୋକେ ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ଆଦର୍ଶ ଥାନାରେ ଏତଲା ଦେଇଥିଲେ।

ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ଏଲ୍‌ଆଇସି ଅଫିସ ସମ୍ମୁଖ ମ୍ୟୁନିସିପାଲଟି ଭେଣ୍ଡିଂଜୋନ ରହିଛି । ଶବ ଜବତ ହୋଇଥିବା ୩୧ନଂ କେବିନ ପୌରପରିଷଦ ପକ୍ଷରୁ ବେଲତଳର  ଜଣେ ବ୍ୟକ୍ତିଙ୍କ ନାମରେ ଆଲଟ ହୋଇଥିଲା ମାତ୍ର ବେଳତଳ ଲୋକ ଏହି କେବିନକୁ ଯାଜପୁର ଜିଲା ବରି ଅଂଚଳର ସନ୍ତୋଷ ଓରଫ ବାଇଆକୁ ଭଡା ସୂତ୍ରରେ ଦେଇଥିଲେ । ବାଇଆ ସେଠାରେ ଚକୁଳି ପିଠା ବ୍ୟବସାୟ କରୁଥିଲା । ଗତ କିଛିଦିନ ହେବ କେବିନ ବନ୍ଦ ରହିଥିଲା । ରବିବାର ସକାଳେ କେବିନରୁ ଦୁଗନ୍ଧ ହେବାରୁ ସ୍ଥାନୀୟ ଦୋକାନୀ ପୋଲିସକୁ ଖବର ଦେଇଥିଲେ । ପୋଲିସ, ସାଇଂଟିଫିକ ଟିମ୍ ସହିତ ଅତିରିକ୍ତ ତହସିଲଦାର ସେଠାରେ ପହଁଚି ଶବ ଜବତ କରି ଛାନଭିନ ଚଳାଇଛନ୍ତି । ପରିବାର ଲୋକେ ଏସବି ଚିହ୍ନଟ କରିଥିଲେ । ଘଟଣା ପଚାର ହେବା ପରେ ଲୋକଙ୍କ ଭିଡ ଜମିଛି ।

Next Post

ପଟ୍ଟାମୁଣ୍ଡାଇ ପୌରପରିଷଦରେ ସ୍ୱାୟତଶାସନ ଦିବସ ପାଳିତ

Sun Aug 31 , 2025
ପଟ୍ଟାମୁଣ୍ଡାଇ ୩୧/୮-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦରେ ୩୭ ତମ ସ୍ୱାୟତ ଶାସନ ଦିବସ ପୌରଅଧ୍ୟକ୍ଷ ହେମନ୍ତ ସାହୁଙ୍କ ନେତୃତ୍ୱରେ ମ୍ୟୁନିସପାଲଟି ପ୍ରେକ୍ଷାଳୟ ଠାରେ ମହାସମାରୋହରେ ରବିବାର ପାଳିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ପ୍ରାତଃ ସମୟରେ ରାମଧୂନ୍‌, ସହରର ବିଭିନ୍ନ ଛକସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ସାହୁଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା। ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଂଟନ କାର୍ଯ୍ୟକ୍ରମ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading