ପହଲଗମ ଆତଙ୍କି ହମଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

blank
କେନ୍ଦ୍ରାପଡ଼ା,୨୩ା୪ : ବଳଦେବସେନା ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଜମ୍ମୁ ଓ କାଶ୍ମୀରର ପହଲଗମରେ ଆତଙ୍କି ଆକ୍ରମଣରେ ପ୍ରାଣ ହରାଇଥିବ ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରି ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ନିକଟରେ ସମୂହ ଦୀପଦାନ କରାଯାଇଛି। ସେବକ ନୃଷିଂହ ପ୍ରସାଦ ପତ୍ରୀ କହିଥିଲେ ଯେ ଆତଙ୍କବାଦୀ ମାନେ ନିରୀହ ପର୍ଯ୍ୟଟକଙ୍କୁ ତାଙ୍କର ଧର୍ମ ପଚାରି ଗୁଳି ମାରିଥିଲେ ଏହି ଅମାନୁଷିକ କାର୍ଯ୍ୟକଳାପ ପାଇଁ ତୁରନ୍ତ କେନ୍ଦ୍ର ସରକାର କଠୋର ପଦକ୍ଷେପ ନିଅନ୍ତୁ। ବଳଦେବସେନାର ସଭାପତି ପପୁନ୍ କୁମାର ସ୍ୱାଇଁ ଓ ମୁଖପାତ୍ର ଜ୍ୟୋତିରଞ୍ଜନ ପତ୍ରୀ କହିଛନ୍ତି ଯେ ବାରମ୍ବାର ଆତଙ୍କବାଦୀମାନେ ଆମ ଦେଶର ନିରୀହ ନାଗରିକଙ୍କୁ ହତ୍ୟା କରିଚାଲିଛନ୍ତି ଏହା ପଛରେ ଆମ ପଡ଼ୋଶୀ ଦେଶର ହାତ ରହିଛି କିନ୍ତୁ ଆମ ଦେଶ ସେହି ପଡ଼ୋଶୀ ଉପରେ କିଛି ବିହିତ ପଦକ୍ଷେପ ନେଉନାହାନ୍ତି। ଆଗାମୀ ଦିନରେ ଶ୍ରୀ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ କେନ୍ଦ୍ର ସରକାର ଏହି ଯାତ୍ରା ବନ୍ଦ ନକରି ଶୃଙ୍ଖଳାର ସହ ଆରମ୍ଭ କରିବାକୁ ନେଇ ସେମାନେ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଅମର କୁମାର ବାରିକ,ସଭ୍ୟ ଗଗନ ବିହାରୀ ମନ୍ତ୍ରୀ, ବେଣୁଧର ଶତପଥୀ,ମନୋରଞ୍ଜନ ସାହୁ ଆଶିଷ ପ୍ରଧାନ, ଆଶୁତୋଷ ପଣ୍ଡା, ଉମାକାନ୍ତ ବେହେରା, ଲଲାଟେନ୍ଦୁ ବେହେରା, ଗଣେଶ ଗୋଛାୟତ, ପ୍ରକାଶ ଗୋଛାୟତ, ଶ୍ରୁତି ରଞ୍ଜନ ଦାଶ, ନୀତିଶ କୁମାରଙ୍କ ସମେତ ଅନ୍ୟ ସେବକ ପ୍ରମୋଦ କର, ପପୁନା ପତ୍ରୀ,ପ୍ରଫୁଲ୍ଲ କର ପ୍ରମୁଖ ଉପସ୍ଥିତ ଥିଲେ।

Next Post

ଜୟ ରାଷ୍ଟ୍ର ପକ୍ଷରୁ ଶ୍ରଦ୍ଧାଞ୍ଜଳି

Wed Apr 23 , 2025
କେନ୍ଦ୍ରାପଡା ୨୩/୪: ରାଷ୍ଟ୍ରବାଦୀ ସାମାଜିକ ସଂଗଠନ “ଜୟ ରାଷ୍ଟ୍ର ଚାରିଟେବଲ୍ ଟ୍ରଷ୍ଟ’ ପକ୍ଷରୁ ଜମ୍ମୁ କାଶ୍ମୀର ପେହେଲଗାମ୍ ଠାରେ ଆତଙ୍କବାଦୀ ଆକ୍ରମଣରେ ବୀରଗତି ପ୍ରାପ୍ତ ହୋଇଥିବା ପର୍ଯ୍ୟଟକ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଗୋପ ରାମ ମନ୍ଦିରରେରେ ପ୍ରଥମେ ମୃତକଙ୍କ ସଦ୍ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସମୁହ ଦୀପଦାନ କରାଯାଇଥିଲା । ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏକ ମହମବତୀ ଶୋଭାଯାତ୍ରାରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading