ଗଡମେକର୍ ଓଡ଼ିଶୀ ନୃତ୍ୟ କର୍ମଶାଳା-୨୦୨୫ ଉଦଯାପିତ

blank
ପଟ୍ଟାମୁଣ୍ଡାଇ ୧୦/୬ -ଓଡ଼ିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର (ଗଡମେକର)ର ସପ୍ତାହ ବ୍ୟାପୀ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ କର୍ମଶାଳା-୨୦୨୫ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ବିଜୟ କୁମାର ଦାଶଙ୍କ ମାର୍ଗଦର୍ଶନରେ ତଥା ଗଡମେକର୍ ପ୍ରତିଷ୍ଠାତା ନିର୍ଦ୍ଦେଶକ ଗୀତିକବି ଗୁରୁଶ୍ରୀ ସୁଶାନ୍ତ କୁମାର ପାଣିଙ୍କ ପୌରହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ସ୍ୱନାମଧନ୍ୟା ଦୂରଦର୍ଶନ ଶିଳ୍ପୀ ସ୍ମୃତିପ୍ରିୟା ପ୍ରଧାନ, ବୈଶାଖୀ ରାଉତ ଏବଂ ସମ୍ପୂର୍ଣ୍ଣାଇନ୍ଦୁ ପାଣି ନୃତ୍ୟ ପ୍ରଶିକ୍ଷିକା ଭାବେ ଯୋଗ ଦେଇ ଥିଲେ। ଏଥିରେ ୨୫ଜଣ ଉଚ୍ଚାକାଂକ୍ଷୀ ନୃତ୍ୟ ଶିକ୍ଷାର୍ଥୀ ଶାସ୍ତ୍ରୀୟ,ଓଡ଼ିଶୀ,ମଙ୍ଗଳାଚରଣ, ବଟୁନୃତ୍ୟ ଏବଂ ଅଭିନୟ ସହିତ ଶାସ୍ତ୍ରୀୟ,ଓଡ଼ିଶୀ ମୌଳିକତା, ଶାସ୍ତ୍ର, ମୁଦ୍ରା, ତାଳ, ଭଙ୍ଗୀ ଓ ଲାଳିତ୍ୟପୁର୍ଣ୍ଣ ଅଙ୍ଗଚାଳନା ପ୍ରମୁଖ ଶିକ୍ଷା ଗ୍ରହଣ କରିଥିଲେ । ଏହି କର୍ମଶାଳାରେ ପ୍ରମୁଖ ଶିକ୍ଷାର୍ଥୀଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ମର୍ଯ୍ୟାଦାଜନକ ପ୍ରତିଭା ବୃର୍ତିପ୍ରାପ୍ତ ଶିକ୍ଷାର୍ଥୀ ପ୍ରତୀକ୍ଷା ମହାନ୍ତି, ଏମଡି ଆକାଂକ୍ଷା ପଣ୍ଡାଙ୍କ ସମେତ ଉଦୀୟମାନ ଶିଳ୍ପୀ ବୈଶାଳୀ ରାଉତ, ପୂଜା ମଲିକ, ପଦ୍ମିନୀ ଘଡାଇ ପ୍ରମୁଖ ଭାଗ ନେଇଥିଲେ ।

Next Post

ପଟ୍ଟାମୁଣ୍ଡାଇରେ ବିକାଶ ବାହାନ ଯାତ୍ରା ପାଇଁ ପ୍ରସ୍ତୁତ ବୈଠକ

Wed Jun 11 , 2025
ପଟ୍ଟାମୁଣ୍ଡାଇ ତା ୧୧/୬-ରାଜ୍ୟ ବିଜେପି ସରକାରଙ୍କ ୧ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ସରକାରୀ ଜନ କଲ୍ୟାଣ ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପ୍ରତି ବ୍ଲକରେ ଆସନ୍ତା ଜୁନ ୧୨ ତାରିଖରୁ ୨୧ ତାରିଖ ଯାଏଁ ୧୦ ଦିନ ବ୍ୟାପି ବିକାଶ ବାହାନ ଯାତ୍ରା କରାଯିବାକୁ ସରକାରୀ ସ୍ତରରେ ନିଷ୍ପତି ନିଆଯାଇଛି । ଏହି ପରିପେକ୍ଷୀରେ ପଟ୍ଟାମୁଣ୍ଡାଇ ବ୍ଲକରେ ବିକାଶ ଯାତ୍ରାକୁ ସଫଳ କରିବା ପାଇଁ ବ୍ଲକ୍ ସମ୍ମିଳନୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading