କେନ୍ଦ୍ରାପଡାରେ ବିଶ୍ୱ ସଂସ୍କୃତ ଦିବସ ପାଳିତ

blank
କେନ୍ଦ୍ରାପଡ଼ା,୯ା୮:ସମଗ୍ର ବିଶ୍ୱରେ ଆଜି ସଂସ୍କୃତ ଦିବସ ପାଳନ ହେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁର ସ୍ଥିତ ଆନନ୍ଦମାର୍ଗ ବିଦ୍ୟାଳୟ ପରିସରରେ ଚଉଦକୁଲାଟ ତମାଳଶାସନର ହରକୁମାର ଛାୟା ସେଣ୍ଟର ଫର ସୋସିଆଲ ଡେଭଲପମେଣ୍ଟ ଆନୁକୂଲ୍ୟରେ ବିଶ୍ୱ ସଂସ୍କୃତ ଦିବସ ପାଳନ ଉପଲକ୍ଷେ କିଶୋର ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପରିବେଶବୀତ ସନ୍ତୋଷ କୁମାର ଜେନା, ମୁଖ୍ୟବକ୍ତା ଭାବେ ଗାଳ୍ପିକ ପ୍ରଦୀପ ନାୟକ, ସମ୍ମାନୀତ ଅତିଥି ଭାବେ ଆନନ୍ଦମାର୍ଗର ଆଚାର୍ଯ୍ୟ ବିକାଶାନନ୍ଦ ଅବଧୂତବାବା, ସମାଜସେବୀ କାନନବାଳା ଦାସ, ରମେଶ ଚନ୍ଦ୍ର ସାହୁ ଓ ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ଯୋଗଦେଇ ସଂସ୍କୃତ ଶିକ୍ଷାର ଗୁରୁତ୍ୱ ଓ ସାଂସାରିକ କ୍ଷେତ୍ରରେ ବ୍ୟବହାରିକ ବିଷୟ ଉପରେ ଆଲୋକପାତ କରିଥିଲେ। ଘରେ ଘରେ ସଂସ୍କୃତ ଭାଷାର ବ୍ୟବହାର ପାଇଁ ଉପସ୍ଥିତ ସଂସ୍କୃତାନୁରାଗୀମାନେ ଦୃଢ ପ୍ରତିଜ୍ଞ ହୋଇଥିଲେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସଂସ୍କୃତ ଭାଷା ରହିଛି ଓ ରହିବ ମଧ୍ୟ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୯ଟି ବ୍ଲକରୁ ଯୋଗଦେଇଥିବା ଶତାଧିକ ସଂସ୍କୃତାନୁରାଗୀ ନିଜ ଘରୁ ଦୃଢ ପ୍ରତିଜ୍ଞ ହୋଇ ସଂସ୍କୃତ ଭାଷାକୁ ଚଳାଇ ରଖିବାକୁ ଆହ୍ୱାନ ଦେଇଥିଲେ। ବେଦଧ୍ୱନୀ ମାଧ୍ୟମରେ ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଆଶୀର୍ବଚନ ପ୍ରଦାନ କରିବା ସହିତ ଉଚ୍ଚାଙ୍ଗରେ ବେଦଧ୍ୱନୀ କରିଥିଲେ। ଶେଷରେ ମନସ୍ୱିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Next Post

କାଠିଆପଡା ଛାତ୍ରୀ ଆତ୍ମହୁତି ମାମଲା ମୃତା ଛାତ୍ରୀ ପରିବାରକୁ ଭେଟିଲେ ସାଂସଦ ବୈଜୟନ୍ତ

Sat Aug 9 , 2025
ପଟ୍ଟାମୁଣ୍ଡାଇ ୯/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ କାଠିଆପଡା ଗ୍ରାମର କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ରାଜ୍ୟ ରାଜନୀତି ତେଜିଛି । ଏହି ଘଟଣାର ପ୍ରତ୍ୟକ୍ଷ ଅନୁସନ୍ଧାନ ପାଇଁ ବିଜେଡି ଓ କଂଗ୍ରେସ ଦଳର ରାଜ୍ୟ ଟିମ ଓ ଭାଜପା ଏବଂ କମ୍ୟୁନିଷ୍ଟ ପାର୍ଟିର ଆଂଚଳିକ ଟିମ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବା ବେଳ ଶନିବାର କେନ୍ଦ୍ରାପଡ଼ା ସାଂସଦ ତଥା ଭାଜପା ରାଷ୍ଟ୍ରୀୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading