
ପଟ୍ଟାମୁଣ୍ଡାଇ ୬/୪-ରାଷ୍ଟ୍ର ସେବା ପାଇଁ ସମର୍ପିତ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ୪୬ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ଭାଜପା କର୍ଯ୍ୟଳୟ ଠାରେ ଯୁବନେତା ଶଶିକାନ୍ତ ସ୍ୱାଇଁ ଓ ପୂର୍ବତନ ନଗର ସଭାପତି ରାହାଶ ବାହାରୀ ଦାଶଙ୍କ ସଭାପତିତ୍ୱରେ ଦଳୀୟ କାର୍ମକର୍ତାଙ୍କ ଉପସ୍ଥିତିରେ ରବିବାର ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।
ଏହି ଉପଲକ୍ଷେ ଏକସଭା ଆ୍େୟାଜନ କରାଯାଇଥିଲା । ଏଥିରେ ଯୁବନେତା ଶଶିକାନ୍ତ ସ୍ୱାଇଁ ଓ ଶ୍ରୀ ଦାଶ ଉପସ୍ଥିତ ଭାଜପା କାର୍ଯ୍ୟକର୍ତା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏଥିସହିତ ଦୀର୍ଘ ଦଶନ୍ଧି ଧରି ଭାଜପା ଦଳକୁ ମଜବୁତ କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିବା ସମସ୍ତ ମହାନ୍ ବ୍ୟକ୍ତିତ୍ୱ ମାନଙ୍କ ଅବଦାନକୁ ସ୍ମରଣ କରିଥିଲେ।ଭାରତର ପ୍ରଗତି ପାଇଁ ସମସ୍ତେ ଆଜିର ଦିନରେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବା ସହ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେବା ବୋଲି କହିଥିଲେ। ଏହି ପ୍ରତିଷ୍ଠା ଦିବସ ରବିବାର ଓ ସୋମବାର ଦୁଇଦିନ ପାଳିତ ହେବ। ଏହି ଅବସରରେ ଦଳୀୟ କର୍ମକର୍ତା ମାନଙ୍କ ସହ ଦଳୀୟ ପତାକା ମାରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଜୟ ଦାସ,ପ୍ରକାଶ ନାୟକ,ରବିନ୍ଦ୍ର ମଲିକ, ବଳରାମ ବରୀ, ରାମଚନ୍ଦ୍ର ମଲିକ, ଅଭିରାମ ସାମଲ, ଅଭୟ ମଲିକ ଓ ଆଶିଷ ମଲିକ ସମେତ ବହୁ ଭାଜପା କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
