ସତସଙ୍ଗ ଗଙ୍ଗା ନଦୀରେ ସ୍ନାନ କରିବା ସଦୃଶ : ବାବା ବଳିଆଙ୍କ ମାର୍ଗଦର୍ଶନ

blank
କେନ୍ଦ୍ରାପଡ଼ା ୭.୨: ଯେଉଁ ସନ୍ଧ୍ୟାରେ ଆମେ ପବିତ୍ର ସତସଂଗ ଭଳି ପବିତ୍ର ତୀର୍ଥ ପାଉ । ଏହା ଆମେ ଅନୁଭବ କରୁ । ଯେଉଁଠି ସତସଂଗ ହୁଏ ସେଠିକି ତିର୍ଥ ଆସିଥାନ୍ତି । ସତସଙ୍ଗ ଯେଉଁଠାରେ ହୁଏ ସେଠାକୁ ଦେବତା ଆସିଥାନ୍ତି । ଯେଉଁ ଅଞ୍ଚଳରେ ସତସଂଗ ହୁଏ ସେହି ଅଞ୍ଚଳର ଅତୃପ୍ତ ଆତ୍ମା ଏହି ସ୍ଥାନକୁ ଆସି ମୋକ୍ଷ ପ୍ରାପ୍ତି ହୋଇଥାନ୍ତି । ଫୁଲ ଚନ୍ଦନ ଦ୍ୱାରା ଦେବତା ଖୁସି ହୋଇ ନ ଥାନ୍ତି । ସତସଂଗ ଦ୍ୱାରା ଦେବତା ଖୁସି ହୋଇଥାନ୍ତି । ସତସଙ୍ଗର ସନ୍ଧ୍ୟାକୁ ଏଥିପାଇଁ ମହାନ ସନ୍ଧ୍ୟା କୁହାଯାଇଥାଏ ବୋଲି ମାର୍ଗଦର୍ଶକ ସଂସ୍କାରକ ବାବା ବଳିଆ ଆଜି ସନ୍ଧ୍ୟାରେ ଗୋପ ଛକ ଆଫେକ୍ସ ଟ୍ରେଡର ପରିସରରେ ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆର୍ଶିବଚନରେ କହିଛନ୍ତି । ସେ ଆହୁରି ତାଙ୍କ ପ୍ରବଚନରେ କହିଥିଲେ ଭାଗବତରେ ଲେଖା ଅଛି ଏ ଜୀବ ସାଧୁସଂଗ ଲଭି ନ ପାରେ । ସାଧୁ ସଂଗ ଅର୍ଥ ସତସଂଗ । ଯେଉଁ ବ୍ୟକ୍ତି ଏହାର ସୁଯୋଗ ପାଇଥାଏ ସେ ଇଶ୍ୱରଙ୍କ ନିକଟତର ହୋଇଥାଏ । ସତସଙ୍ଗ ଗଙ୍ଗା ନଦୀରେ ସ୍ନାନ କରିବା ସଦୃଶ ବୋଲି ସେ ମାର୍ଗଦର୍ଶନ କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟ ଆରମ୍ଭରେ ଶ୍ରୀ ବଳଦେବଜୀୟୁଙ୍କ ସେବାୟତ ସୁରେଶ ପତ୍ରି ମହାପ୍ରଭୂଙ୍କ ଆଜ୍ଞାମାଳ ବାବା ବଳିଆଙ୍କୁ ପ୍ରଦାନ କରିଥିଲେ । ଏହି ପ୍ରବଚନ କାର୍ଯ୍ୟକ୍ରମରେ ରାମ ଭକ୍ତ ପଣ୍ଡିତ ହୃଶିକେଶ ରଥ, ଆଧ୍ୟାତ୍ମିକ ସଂଗଠକ ଶ୍ୟାମସୁନ୍ଦର ମହାପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନୃସିଂହ ତ୍ରିପାଠୀ, ପୌରସଭ୍ୟ ନିରାକାର ସ୍ୱାଇଁ, ପ୍ରକାଶ ପରିଡା, ଆଇନଜୀବୀ ସଚ୍ଚିରଞ୍ଜନ ମହାପାତ୍ର, ଟୁନା ମହାନ୍ତି, ହିମାଂଶୁ ପଣ୍ଡା, ସମେତ ଏକ ହଜାରରୁ ଅଧିକ ଶ୍ରଦ୍ଧାଳୁ ସମବେତ ହୋଇଥିଲେ । ସତସଂଗ ସଂଯୋଜକ ଶୁଭ୍ରାଂଶୁ ରଞ୍ଜନ ଜେନା, ପବିତ୍ର କୁମାର ଜେନା, ମନୋଜ କୁମାର ଶତପଥି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Next Post

ଆଜିର ପ୍ରତିଯୋଗିତାମୂଳକ ଡିଜିଟାଲ୍ ଦୁନିଆରେ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା ଅତ୍ୟନ୍ତ ଜରୁରୀ

Sat Feb 7 , 2026
ମାଟିଆ ୟୁ ଜି ୟୁ ପି ସ୍କୁଲ ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ, ତା ୭.୨-ଆଜିର ପ୍ରତିଯୋଗିତାମୂଳକ ଡିଜିଟାଲ୍ ଦୁନିଆରେ ବ୍ୟକ୍ତିବିଶେଷ ଓ ସମ୍ପ୍ରଦାୟର ବିକାଶ ପାଇଁ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା ଅତ୍ୟନ୍ତ ଜରୁରୀ । ଗୁଣାତ୍ମକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ସଫଳତାର ବାଟ ଦେଖାଏ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ମାଟିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading