ଛାତ୍ରୀ ଓ ନାରୀ ନିର୍ଯାତନା ବିରୋଧରେ ଯୁବ ବିଜେଡି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର

blank
କେନ୍ଦ୍ରାପଡା ୮/୮- ଛାତ୍ରୀ ଓ ନାରୀ ନିର୍ଯାତନା ବିରୋଧରେ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର । ଗତ କିଛି ଦିନରେ ରାଜ୍ୟର ଛାତ୍ରୀ ଓ ନାରୀମାନେ ଯେପରି ନିର୍ଯାତନାର ଶିକାର ହେଉଛନ୍ତି, ତାହା ରାଜ୍ୟର ସମ୍ରଗ ଛାତ୍ର ସମାଜକୁ ସ୍ତମ୍ଭୀଭୂତ କରିଛି । ଅସଦାଚରଣ ,ଅପହରଣ,ଦୁଷ୍କର୍ମ,ଗଣଦୁର୍ଷ୍କମ, ହତ୍ୟା ଆଦି ଘଟଣା ପ୍ରତିଦିନ ଖବରକାଗଜର ଶିରୋନାମା ହେଉଛି । ନିୟମିତ ଭାବେ ଏହିଭଳି ହୃଦୟ ବିଦାରକ ଘଟଣାମାନ ଲୋକଲୋଚନକୁ ଆସୁଥିବାରୁ, ଏକ ଭୟର ବାତାବରଣ ସୃଷ୍ଟି ହୋଇଛି, ଯେଉଁ କାରଣରୁ ଛାତ୍ରୀ ଓ ମହିଳାମାନେ ଏକୁଟିଆ ଘରୁ ବହାରିବାକୁ ନିରାପଦ ମଣୁ ନାହାନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କ ନେତୃତ୍ୱରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନିକଟରେ ଘଟିଥିବା ଗୋପାଳପୁର ବିଚ୍‌ରେ ଏକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଏଫଏମ୍ କଲେଜ ବାଲେଶ୍ୱରରେ ଏକ ଛାତ୍ରୀଙ୍କ ଆତ୍ମଦାହ କରିବା ଘଟଣା, ପୁରୀ ଜିଲ୍ଲା ବଳଙ୍ଗାରେ ଏକ ନାବାଳିକାକୁ ଜିଅନ୍ତା ଜାଳିଦେବା ପାଇଁ ଉଦ୍ୟମ କରାଯିବା, କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କାଠିଆପଡା ଗ୍ରାମରେ ବଡପଡା ମହାବିଦ୍ୟାଳୟ +୩ କଳା(ରାଜନୀତି ବିଜ୍ଞାନ ସମ୍ମାନ) ଛାତ୍ରୀ ସୁଶ୍ରୀ ପି.ଡି ସଙ୍ଗୀତା ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ କରିଥିବାର ଘଟଣା ଆଉ ଏକ ଆଲୋଡନ ସୃଷ୍ଟି କରିଛି । ଗତ ଅଗଷ୍ଟ୬,୨୦୨୫ ରେ ଘଟିଥିବା ଏହି ଘଟଣା ତାଙ୍କ ପ୍ରତି ହେଉଥିବା ମାନସିକ ନିର୍ଯ୍ୟାତନାର ଦୁଃଖଦ ପରିଣତି ବୋଲି ଛାତ୍ରୀଙ୍କ ପିତା ଶଶିକାନ୍ତ ପରିଡା ସାଧାରଣ ଅଭିଯୋଗ କରିବା ସହ ସମ୍ପୃକ୍ତ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଭିଯୋଗ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ନ କରିବା ହେତୁ ତାଙ୍କ ଝିଅର ଜୀବନ ଗଲା ବୋଲି ଦର୍ଶାଇଛନ୍ତି । ଭାଜପା ସରକାରରେ ଗତ ୧୩ ମାସ ମଧ୍ୟରେ ରାଜ୍ୟରେ ଘଟିଥିବା ପ୍ରମୁଖ ମହିଳା ଓ ଛାତ୍ରୀ ନିର୍ଯାତନା ଘଟଣାମାନ ହେଲା:(ସେପ୍ଟେମ୍ବର ୧୭, ୨୦୨୪ ) ରେ ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, (ସେପ୍ଟେମ୍ବର ୨୨, ୨୦୨୪) ରେ ଭୁବନେଶ୍ୱର, ଭରତପୁର ପୋଲିସି ଷ୍ଟେସନରେ ମହିଳାଙ୍କୁ ଦୁର୍ବ୍ୟବହାର, ଅକ୍ଟୋବର ୨୩,୨୦୨୪ରେ କୁଚିଣ୍ଡାରେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ, (ମେ’୩,୨୦୨୫) ରେ କୋରାପୁଟ ଲମତାପୁଟରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲରେ ନାବାଳିକାକୁ ଦୁଷ୍କର୍ମ, (ଜୁନ୍ ୧୭,୨୦୨୫) ରେ କେନ୍ଦୁଝର ତେନ୍ତଳାପଶିରେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା (ଜୁନ୍‌୨୪,୨୦୨୫) ରେ ବହ୍ମପୁରରେ ବିଜେପିର ଜଣେ ସକ୍ରିୟ ସଦସ୍ୟ ତଥା ହୋମିଓପାଥି ଡାକ୍ତରଙ୍କ ଦ୍ୱାରା ନାବାଳିକ ଦୁଷ୍କର୍ମର ଶିକାର, (ଜୁଲାଇ ୨୨,୨୦୨୫) ରେ ମାଲକାନଗିରିରେ ଗୋଟିଏ ଦିନରେ ଦଳିତ ନାବାଳିକାକୁ ପ୍ରଥମେ ୩ଜଣ ଗଣଦୁଷ୍କର୍ମ କରିବା ପରେ ଦ୍ୱିତୀୟ ଥର ଟ୍ରକ୍ ଡ୍ରାଇଭର ଦ୍ୱାରା ଦୁଷ୍କର୍ମର ଶିକାର । ଏହିସବୁ ଘଟଣା କେବଳ ନାରୀଙ୍କ ସୁରକ୍ଷା ଉପରେ ନୁହେଁ, ବରଂ ସାମୁଦାୟିକ ବିଶ୍ୱାସ , ଶିକ୍ଷାସ୍ଥଳର ସୁରକ୍ଷା ଓ ଆଇନ ଏବଂ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ଉପରୋକ୍ତ ସମସ୍ତ ଘଟଣାର ନିଷ୍ପକ୍ଷ ଓ ତ୍ୱରିତ ତଦନ୍ତ କରାଯାଇ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ଓ ଦୋଷୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଯୁବ ବିଜେଡି ପକ୍ଷରୁ ଦାବି କରାଯାଇଛି । ଶିକ୍ଷା ସ୍ଥଳଗୁଡିକରେ ଛାତ୍ରୀମାନଙ୍କ ପାଇଁ ସୁରକ୍ଷା ବୃଦ୍ଧି କରିବାକୁ ଦୃଢ ପଦକ୍ଷେପ ନିଆଯାଉ ନାରୀ ସୁରକ୍ଷା ପାଇଁ ଏକ ଅଧିକ କ୍ରିୟାଶୀଳ ପ୍ରଭାବଶାଳୀ ମେକାନିଜମ୍ ଗଠନ କରାଯାଉ । ରାଜ୍ୟରେ ପୋଲିସର ନିଷ୍କ୍ରିୟତା ,ପକ୍ଷପାତିତା ଓ ଅପରିଣାମଦର୍ଶିତା ପାଇଁ ଏକମାସ ମଧ୍ୟରେ ତିନି ତିନଟିି ଛାତ୍ରୀ ମୃତ୍ୟୁ ଘଟି ସମଗ୍ର ରାଜ୍ୟକୁ ସ୍ତବ୍‌ଧ କରିଦେଇଛି । ଅଭିଯୁକ୍ତ ପୋଲିସି ଅଧିକାରୀଙ୍କୁ ନିଲମ୍ବନ ସହ ଘଟଣା ନିରପେକ୍ଷ ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରିବାକୁ ଯୁବ ବିଜେଡି ଦାବି କରାଯାଇଥିଲା । ଏହି ଦାବି ପତ୍ର ପ୍ରଦାନ ସମୟରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲାପରିଷଦ ସାଭାପତି ଲିଲିତା ଦାସ, ପୌରାଧ୍ୟକ୍ଷା ସରିତା ସାହୁ, ଯୁବ ବିଜେଡି ସମ୍ପାଦକ ରଞ୍ଜନ କୁମାର ସାହୁ, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁ, ରାଜେଶ ପଣ୍ଡା, ଲୋହିତ ମହାନ୍ତି, ରୋସନା ସାହୁ, ହିରଣ୍ୟ ପଣ୍ଡା, ଉମେଶ ନାୟକ, ରାଜଶ୍ରୀ ଦାସ,ସାହେବ ସାହିଲ ପ୍ରମୁଖ ଶତାଧିକ ଯୁବ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।

Next Post

କେନ୍ଦ୍ରାପଡା ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି

Fri Aug 8 , 2025
କେନ୍ଦ୍ରାପଡା ସଦର,୮ା୮ – କେନ୍ଦ୍ରାପଡା ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ୫ଦଫା ଦାବି ନେଇ କେନ୍ଦ୍ରାପଡା ଜିଲ୍ଲା ସମନ୍ୱୟ ସମିତିର ପାଞ୍ଚ ଶହରୁ ଉର୍ଦ୍ଧ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀ ନୁଆ ବସଷ୍ଟାଣ୍ଡ ନିକଟସ୍ଥ ଗୋବିନ୍ଦ ଜୀୟୁ ମନ୍ଦିର ସମ୍ମୁଖରେ ଏକ ବିଶାଳ ରାଲିରେ ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରିଥିଲେ । ଜିଲ୍ଲା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading