ଯଶସ୍ୱୀନେତା ଭାଗବତପ୍ରସାଦ ମହାନ୍ତିଙ୍କ ୯୭ତମ ଜୟନ୍ତୀ ପାଳିତ

blank

କେନ୍ଦ୍ରାପଡା ୭/୭- ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ୯୭ତମ ଜୟନ୍ତୀ ସ୍ଥାନୀୟ ଦିନବନ୍ଧୁସାହୁ ଆଇନ ମହାବିଦ୍ୟାଳୟ ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ଏହି ସଭାରେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାଗବତ ବାବୁଙ୍କ ଜୀବନୀ ଏକ ସାଲିସ ବିହିନ ସଂଗ୍ରମୀ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ସଂପ୍ରତି ବିପନ୍ନ ହୋଇପଡୁଥିବା ଗଣତନ୍ତ୍ରକୁ ରକ୍ଷାକରିବା ପାଇଁ ସମସ୍ତେ ଦଳମତ ନିର୍ବିଶେଷରେ ଆଗେଇ ଆସିବା ପାଇଁ ଆହ୍ୱାନ କରିଥିଲେ । ଭାଗବତବାବୁଙ୍କ ଦୃଢ ନିଷତ୍ତି ଓ ରାଜନିତିରେ ଯଥେଷ୍ଟ ପ୍ରଭାବ ଥିବାରୁ ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ ଦୁଇଦୁଇଟି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇପାରିଥିଲେ । ତାଙ୍କର ଆଦର୍ଶରେ ଆଜିର ଯୁବ ପିଢି ପ୍ରଭାବିତ ହୋଇପାରିଲେ ତାଙ୍କ ପ୍ରତି ଶ୍ରେଷ୍ଟ ସମ୍ମାନ ହୋଇପାରିବ । ଅନ୍ୟତମ ଅତିଥି ବରିଷ୍ଟ ଶ୍ରମିକ ନେତା ତଥା ଜାତୀୟ ଓ ଆର୍ନ୍ତଯାତିିକ କ୍ଷେତ୍ରରେ ଯଥେଷ୍ଟ ସୁନାମ ଅର୍ଜନ କରିଥିବା ନେତା ରାମଚନ୍ଦ୍ର ଖୁଣ୍ଟିଆ ଭାଗବତ ବାବୁଙ୍କୁ ଜଣେ ସାମ୍ୟବାଦୀ ନେତାରୁପେ ଅବ୍ୟାହତ କରିଥିଲେ । ଜିଲ୍ଲା ଯଥା ରାଜ୍ୟରେ ତାଙ୍କ ସମୟରେ ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ ଓ ସାଧାରଣ ଖଟିଖିଆ ଲୋକମାନଙ୍କର ଜୀବନଧାରଣ ମାନରେ ଯଥେଷ୍ଟ ଉନ୍ନତି ପରିଲିଖିତ ହୋଇଥିଲା । ବଜାର ଭିତ୍ତିକ ଅର୍ଥନୀତିରେ କେତେକ ମୁଷ୍ଟିମେୟ ଲୋକ ଓ କମ୍ପାନୀମାନେ ଲାଭବାନ ହେଉଥିବା ବେଳେ ସାଧାରଣଲୋକଙ୍କ ଦୁର୍ଦଶା ଦିନକୁ ଦିନ ଖରାପ ଦିଗରେ ଗତିକରୁଛି । ତେଣୁ ଆଗାମୀ ପିଢି ଭାଗବତବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଅର୍ଥନୀତିର ବିରୋଧକରି ସମବାୟ ଆନ୍ଦୋଳନକୁ ଅଧିକ ଉନ୍ନତ ଓ ଶକ୍ତିଶାଳୀ କରି ସାଧାରଣ ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ସହାୟକ ହୋଇବା ପାଇଁ ଆହ୍ୱାନ ଦେଇଥିଲେ । ସଭାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ଯଥା ସମବାୟ ଓ ସାମାଜସେବୀ କ୍ଷେତ୍ରରେ ଶ୍ରୀକାନ୍ତ ନାୟକ, ଜୀବନୀ ଲେଖାପାଇଁ ଅରବିନ୍ଦ ସ୍ୱାଇଁ, ଆଇନସେବା ପାଇଁ ଉମେଶ ଚନ୍ଦ୍ର ସିଂ ଓ ସାହିତ୍ୟ କବିତା କୃତୀ ପାଇଁ ନିରାକାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟତମ ଅତିଥି କେନ୍ଦ୍ରାପଡାର ବିଧାୟକ ଗଣେଶ୍ୱର ବେହେରା ଭାଗବତବାବୁଙ୍କୁ କେନ୍ଦ୍ରାପଡାର ବିନ୍ଧାଣୀ ଭାବେ ଚିତ୍ରଣ କରିଥିଲେ ଏବଂ ତାଙ୍କ ସମୟରେ କେନ୍ଦ୍ରାପଡା ଜିଲ୍ଲାର ସର୍ବାଧିକ ଉନ୍ନତି ସାଧିତ ହୋଇଥିଲା । ଯାହା ରାଜ୍ୟରେ ଜଣେ ପ୍ରଭାବୀ ମନ୍ତ୍ରୀ ଓ ବିଧାୟକ ଭାବରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ଜଳସେଚନ ବ୍ୟବସ୍ଥାର ଯଥେଷ୍ଟ ଉନ୍ନତି କରିଥିଲେ ଏବଂ ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଥିଲେ । ସଭାରେ ପ୍ରାକ୍ତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ପ୍ରାକ୍ତନ ବିଧାୟକ ଅଲେଖ କୁମାର ଜେନା, ଚିନ୍ମୟ ପ୍ରସାଦ ବେହୁରା, ଅଧ୍ୟାପକ ତପନ କୁମାର ପତି, ଉମାକାନ୍ତ ନାୟକ, ଅଜୟ କୁମାର ସାମଲ, ଚୈତନ୍ୟ ପରିଡା, ପରିବେଶବିତ୍ ଉଦୟ ଚୌଧୁରୀ, ବିଧାନ କୁମାର ସାମଲ, ଅପର୍ଣ୍ଣା ମିଶ୍ର, ଆକବର ଅଲ୍ଲି, ଲ କଲେଜ ଅଧ୍ୟକ୍ଷ ରବିନ୍ଦ୍ର କୁମାର ବଳ, ଶ୍ରମିକ ନେତା କୃଷ୍ଣ ଚନ୍ଦ୍ର ରାଉତ, ପ୍ରମୋଦ ମହାପାତ୍ର ଭାଗବତବାୁଙ୍କ ବହୁମୁଖି ପ୍ରତିଭା ସମ୍ପର୍ଖରେ ମତବ୍ୟକ୍ତ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ଟ୍ରଷ୍ଟର ଟ୍ରଷ୍ଟି ବସନ୍ତ କୁମାର ସେଠୀ, ସମ୍ପାଦକ ସୁଶିଲ କୁମାର ସାମଲ, ସଭ୍ୟ ଫକିର ଚରଣ ଖଟୁଆ, ମୁକ୍ତାର ଖାଁ, ତରୁ ରଞ୍ଜନ ପ୍ରଧାନ, ଶରତ ବେହୁରା, ମହେନ୍ଦ୍ର କୁମାର ପରିଡା, ଭ୍ରମରବର ରାଉତ, ଧରଣୀଧର ସୁଆର, ବିଧୁଭୂଷଣ ମହାପାତ୍ର, ଦୟାନିଧି ଜେନା ପ୍ରମୁଖ ସଭା ପରିଚାଳନାରେ ସପୂଣ୍‌ର୍ନ ସହଯୋଗ କରିଥିଲେ । ଏହି ଅବସରରେ ସକାଳ ୮ଟା ସମୟରେ ଡାକ୍ତଖାନରେ ରୋଗୀମାନଙ୍କୁ ଗଗନ ବିହାରୀ ରାଉତ ଓ ରଶ୍ମି ରଞ୍ଜନ ଚୈଧୁରୀଙ୍କ ନେତୃତ୍ୱରେ ଫଳ ବଣ୍ଟନ କରାଯାଇଥିଲା । ସହରରେ ସ୍ଥିତ ଅନ୍ଧ, ମୁକ, ବଧିର ବିଦ୍ୟାଳୟର ଅନ୍ତବାସୀମାନଙ୍କୁ ଗୌତମ ପଟ୍ଟନାୟକ ଓ ଗାୟତ୍ରୀ ମାହାନ୍ତି ସୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ସର୍ବ ଶେଷରେ ଫକିର ଚରଣ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

blank

ସେହିପରି ଓଡିଶାର ପଟ୍ଟାମୁଣ୍ଡାଇ ଅର୍ବାନ ବ୍ୟାଙ୍କ ଠାରେ ପୂର୍ବତନ ମନ୍ତ୍ରୀ କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ପ୍ରତିଷ୍ଠାତା ତଥା ବିଶିଷ୍ଟ ଜନନାୟକ
ସ୍ଵର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ୯୭ତମ ଜୟନ୍ତୀ  ପାଳିତ ହୋଇଯାଇଛି। ଶାଖା ପରିଚାଳକ ଅଜିତ କୁମାର ପତିଙ୍କ ପୈାରହିତ୍ୟରେ ଆୟୋଜିତ ଜୟନ୍ତୀ ସଭାରେ ବ୍ୟାଙ୍କ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୂର୍ବତନମନ୍ତ୍ରୀ ସ୍ଵର୍ଗତ ମହାନ୍ତିଙ୍କ କେନ୍ଦ୍ରାପଡା ଜିଲ୍ଲା ବିକାଶ ଓ ଅର୍ବାନ ବ୍ୟାଙ୍କ ପ୍ରତିଷ୍ଠା କରି ସାଧାରଣ ଜନତାଙ୍କ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ସଭାରେ ସମାଜସେବୀ ରମାକାନ୍ତ ଦାଶ, ଦଳିତ ନେତା ସର୍ବେଶ୍ଵର ସେଠୀ,ବିଶିଷ୍ଟ ବ୍ୟବସାୟୀ ଵରଦାକାନ୍ତ ଜେନା,ସମାଜସେବୀ ଧନେଶ୍ଵର ଦାସ, ଯୁବନେତା ତପନ ପାତ୍ର, ଅବିନାଶ ଲେଙ୍କା ରଂଜିତ ଜେନା,ଶ୍ରୀକାନ୍ତ ଲେଙ୍କା,ମୁକୁନ୍ଦ ପ୍ରସାଦ ଓଝାଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ସମାଜସେବୀ, ବୁଦ୍ଧିଜୀବୀ, ବ୍ୟାଙ୍କ ଗ୍ରାହକ ଓ କର୍ମ ଚାରୀ ଯୋଗ ଦେଇ ଦିବଂଗତ ପୂର୍ବତନମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ରେ ତାଙ୍କର ବଳିଷ୍ଠ ଅବଦାନ ସମ୍ପର୍କ ରେ ଆଲୋକପାତ କରିଥିଲେ । ଏହି ଜୟନ୍ତୀ ସଭାରେ ପଟ୍ଟାମୁଣ୍ଡାଇ ଶାଖାସହପରିଚାଳକ ଵିଶ୍ଵପ୍ରକାଶ ନାୟକ ସୁଶାନ୍ତ କୁମାର ପ୍ରଧାନ, କାର୍ତ୍ତିକେଶ୍ଵର ବେହେରା, ସନ୍ତୋଷ ରାଉତ, ହୃଷିକେଶ ମଲ୍ଲିକ,ସରୋଜକାନ୍ତ ପାତ୍ର ପ୍ରମୁଖ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ସଭାକୁ ଵସନ୍ତ ମଲ୍ଲିକ,କାମଦେବ ପଣ୍ଡା, ଦେବାଶିଷ ବେହେରା ଓ ରମେଶ ଗୋଛାୟତ ପ୍ରମୁଖ ପରିଚାଳନା କରିଥିଲେ। ସଭା ପରେ ଅର୍ବାନ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ନିର୍ଦ୍ଦେଶକ, ସମାଜସେବୀ ଗ୍ରାହକ, ଅଧିକାରୀ ଓ କର୍ମଚାରୀଙ୍କ ଗହଣରେ ପଟ୍ଟାମୁଣ୍ଡାଇ ସ୍ଵାସ୍ଥ୍ୟକେନ୍ଦ୍ର ରେ ରୋଗୀମାନଙ୍କୁ ଫଳ ଵଣ୍ଟନ କରାଯାଇଥିଲା ।

Next Post

ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଆମର ହକ-କାହାର ଦୟା ନୁହେଁ ଜୁଲାଇ ୨୩ରେ ଜିଲ୍ଲା ବନ୍ଦ ୧୩ରେ ଗଣ କନଭେନସନ

Mon Jul 7 , 2025
କେନ୍ଦ୍ରାପଡା ୭/୭ – କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଲଢେଇ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ରାଜନୈତିକ ପସାପାଲିରେ ବାରମ୍ବାର ପ୍ରତାରିତ କେନ୍ଦ୍ରାପଡା ଜିଲ୍ଲା ଆଜି ଅର୍ଥନୈତିକ ଦୁର୍ଗତିରେ ସଢ଼ୁଛି। ସରକାର ପରେ ସରକାର ବଦଳୁଛି। କିନ୍ତୁ ବିକାଶର ନା ଧରୁନି। ପ୍ରତିଶ୍ରୁତିର ଅଭାବ ନାହିଁ। ପ୍ରତ୍ୟେକ କେନ୍ଦ୍ରାପଡ଼ିଆଙ୍କ ଦାବି ମେଡିକାଲ କଲେଜ ପ୍ରତିଷ୍ଠା ହେଉ। ଦାବିର ଯଥାର୍ଥତା ମଧ୍ୟ ରହିଛି। କିନ୍ତୁ ପଦ୍ମ ଘୁଞ୍ôଚ ଘୁଞ୍ôଚ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading