
ପଟ୍ଟାମୁଣ୍ଡାଇ ତା୯/୧ – ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଦାଣ୍ଡିସାହି ପିଏମଶ୍ରୀ ଜୟହିନ୍ଦ ହାଇସ୍କୁଲର ୬୪ତମ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ପୂର୍ବତନ ପ୍ରଧାନଶିକ୍ଷକ ଶିକ୍ଷାବିତ ରଂଜିତ ମଲ୍ଲିକ ମୁଖ୍ୟ ଅତିଥି, ବ୍ରାହ୍ମଣୀ କଲେଜ ଓଡ଼ିଆ ଅଧ୍ୟାପକ ମନୋରଞ୍ଜନ ସାହୁ ମୁଖ୍ୟବକ୍ତା ଚୌଦକୁଲାଟ ଫାଣ୍ଡି ଅଧିକାରୀ ନୃସିଂହ ମହାନ୍ତି,ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ ତଥା ପଞ୍ଚସଖା ସେତୁ ସଂଗଠନ ସଭାପତି ମାନସ ରଞ୍ଜନ ସାମଲ, ପେଣ୍ଠପାଳ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ, ସମିତି ସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ, ତରଡ଼ି ପାଳ ହାଇସ୍କୁଲ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିକ୍ଷାବିତ ରାଜକୁମାର ବିଶ୍ୱାଳ, ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ ଓ ସ୍କୁଲ ପରିଚାଳନା କମିଟି ସଭାପତି ଅଲେଖ ମଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ଗ୍ରହଣ କରି ଭଲ ମଣିଷ ହେବା ସହିତ ଏହି ଶିକ୍ଷାନୁଷ୍ଠାନ ଓ ମାଟିର ସୁନାମ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଏଇ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ । ସହକାରୀ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ଦାଶ ସ୍ୱାଗତ ଭାଷଣ ଓ ପଣ୍ଡିତ ପ୍ରଭାତ କୁମାର ଆଚାର୍ଯ୍ୟ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ବିଶ୍ୱକଲ୍ୟାଣୀ ଓଝା ଧନ୍ୟବାଦ ଦେଇଥିଲେ।ସଭାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ସହକାରୀ ଶିକ୍ଷକ ନିଶିକାନ୍ତ ନାୟକ ରବୀନ୍ଦ୍ର କୁମାର ନନ୍ଦୀ,କାମିନୀ ପାତ୍ର, ହରପ୍ରିୟା କର ପରିଚାଳନା କରିଥିବା ବେଳେ ଶୁଭଲକ୍ଷ୍ମୀ ଜେନା, ଉମାଶଙ୍କର ସାହୁ,ଜ୍ୟୋତି ସାଗର ସାହୁ,କୁବେର କୁମାର ନାୟକ ଓ ଦେବ ପ୍ରସାଦ ସ୍ୱାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
