କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଉଦଯାପିତ

blank
କେନ୍ଦ୍ରାପଡା,୧୬ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ସାତଦିନ ଧରି ଚାଲିଥିବା ବିଶ୍ୱଶାନ୍ତି ପାଇଁ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଉଦଯାପିତ ହୋଇଯାଇଛି। ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞରେ କଳସ ଯାତ୍ରା, ଜଳାଭିଷେକ, ମନ୍ତ୍ରପାଠ, ହୋମ, ହବନ, ଅଗ୍ନିସ୍ଥାପନ, ସମିଦ୍ଧ ଓ ନାମ ସଙ୍କୀର୍ତ୍ତନ, ପ୍ରବଚନ ପ୍ରଭୃତି ଅନୁଷ୍ଠିତ ହୋଇଥିଲା। ଶ୍ରୀମା’ଙ୍କ ଦ୍ୱାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ସମାଜର ମଙ୍ଗଳ କାମନା ପାଇଁ ଏହି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳର ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଐଶ୍ୱରିକ କୃପା ଲାଭ କରିଥିଲେ। ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ସଦାସର୍ବଦା ଚେଷ୍ଟିତ ଶ୍ରୀମା’ ଆଜିର ବିଶୃଙ୍ଖଳିତ ସମାଜରେ ଭାଇଚାରା ପ୍ରତିଷ୍ଠା ଓ ପ୍ରତ୍ୟେକ ଲୋକର ଅନ୍ତରରେ ଶାନ୍ତି, ମୈତ୍ରୀ, ଦୟା, କ୍ଷମା ଓ ପ୍ରେମ ଭାବ ଉଦ୍ରେକ କରିବା ପାଇଁ ତାଙ୍କର ପ୍ରୟାସ ଜାରି ରଖିଛନ୍ତି। ଏହି ସାତଦିନ ବ୍ୟାପି ଅନୁଷ୍ଠିତ ଯଜ୍ଞର ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସତ୍‌ସଙ୍ଗ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀମା’ ଏହି ଆଧ୍ୟାତ୍ମିକ ଯଜ୍ଞ କାର୍ଯ୍ୟକ୍ରମ ସହିତ ବିଶ୍ୱ ପ୍ରାର୍ଥନା ଦିବସ ପାଳନ ଓ ସମାଜ ସଂସ୍କାର ଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀଧର ରାଉତ, ମନୋରଞ୍ଜନ ମହାନ୍ତି, ଶରତ ବରାଳ, ରଞ୍ଜିତ ପ୍ରସାଦ ଜେନା, ଅର୍ଚ୍ଚନା ଗୋଏଙ୍କା, ଶ୍ରୀଧର ମହାନ୍ତି, ଧିରେନ୍ ନାୟକ, କୁଳମଣି ଦାସ, କୁନି ମଲିକ, ରବିନାରାୟଣ ମହାପାତ୍ର, ଅମୂଲ୍ୟ ସାମନ୍ତରାୟ, ଅନନ୍ତ ଲେଙ୍କା, ସୁଦର୍ଶନ ମହାନ୍ତି, ରୁଦ୍ର ଦାସ, ନିଶିକାନ୍ତ ସ୍ୱାଇଁ, ରାଖାଲ ଦାସ, ହିମାଂଶୁ ଦାସ, ବାବୁ ନାୟକ, ସୈାରା ନନା, ଗଣେଶ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Next Post

ବାଲି ଘାଟରେ ଚଢଉ ,୧୯ ହାଇୱା, ୨ ପ୍ରୋକଲିନ ମେସିନ ଜବତ

Sun Feb 16 , 2025
କେନ୍ଦ୍ରାପଡ଼ା,୧୬ା୨:କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ତହସିଲ ଅନ୍ତର୍ଗତ ବିଞ୍ଚଣା ଅଞ୍ଚଳରେ ଚାଲିଥିବା ହରିଦାସପୁର ବେଆଇନ୍ ବାଲିଘାଟ ଉପରେ ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଏବଂ ପାଟକୁରା ଥାନା ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଚଢଉ ବେଳେ ୧୯ଟି ହାଇୱା ସମେତ ୨ଟି ପ୍ରୋକଲିନ ମେସିନ ଜବତ୍ କରାଯାଇଛି। ଜବତ ଗାଡିଗୁଡିକୁ ପାଟକୁରା ଥାନାର ଜିମା ଦିଆଯାଇଛି। ଖଣି ଅଧିକାରୀ ରଞ୍ଜିତ ବେହେରା ସୂଚନା ଦେଇଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading