ନବୀନବାବୁଙ୍କ ଆରୋଗ୍ୟକାମନା କରି ମନସୁରବାବାଙ୍କ ପୀଠରେ ଚାଦର ଅର୍ପଣ

blank
କେନ୍ଦ୍ରାପଡ଼ା,୨୨ା୬ :ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ହଜରତ ସୟଦ ମନସୁର ସାହା ବାବାଙ୍କ ପୀଠସ୍ଥଳୀରେ ରବିବାର ଚାଦର ଅର୍ପଣ କରାଯାଇଛି। ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ସେକ ଇନାୟତ(ଚନ୍ଦନ)ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବରିଷ୍ଠ ବିଜେଡି ନେତା ରଞ୍ଜିତ କୁମାର ସାହୁ,ମୁକ୍ତାର ଖାଁ, ସେକ ନିଜାମୁଦ୍ଦିନ, କାଉନସିଲରଙ୍କ ପ୍ରତିନିଧି ସେକ ଚାନ୍ଦ, କାଉନସିଲରଙ୍କ ପ୍ରତିନିଧି ସେକ ନସିମୁଦ୍ଦିନ, ସେକ କାଲୋ, ସେକ ମୁସ୍ତକିମ, ସେକ ସାନ୍‌, ସାବିର ହୋସେନ, ସେକ ଟିପୁ ସୁଲତାନ, ସେକ କାସିମ, ସେକ ରୋହିତ, ସେକ ମୋତି, ସେକ ବାସା, ସେକ ସାବିର, ସେକ ହଲିମ, ସେକ ଇମୋ, ସେକ ସୁଫିଆନ ପ୍ରମୁଖ ଶତାଧିକ ବିଜେଡି ସମର୍ଥକ ଯୋଗଦେଇ ହଜରତ ସୟଦ ମନସୁର ସାହା ବାବାଙ୍କ ପୀଠରେ ଚାଦର ଚଢାଇବା ସହ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସାମୁହିକ ପ୍ରାର୍ଥନା କରିଥିଲେ।

Next Post

ବିକାଶ ମେଳାରେ ନୃତ୍ୟପ୍ରିୟା ଓ ଶ୍ରୀ ବଳଦେବଜୀୟୁ ଗ୍ରୁପର ଶାସ୍ତ୍ରୀୟ ନୃତ୍ୟ ପ୍ରର୍ଦଶନ

Sun Jun 22 , 2025
କେନ୍ଦ୍ରାପଡା ୨୨/୬- ଇଛାପୁର ବିକାଶ ମେଳାରେ ନୃତ୍ୟପ୍ରିୟା ଡ୍ୟାନ୍ସ ଏକାଡେମୀ ଏବଂ ଶ୍ରୀ ବଳଦେବଜୀୟୁ ଏକାଡେମୀ ଅଫ ଡ୍ରାମା ଆଣ୍ଡ କଲଚର ଗ୍ରୁପ୍ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କର “ମୋହ ମୁଗଗର”, “ନମୋଦେବୀ”, “ସମ୍ବଲପୁରୀ” ନୃତ୍ୟ ଆଦି ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ଜିଲ୍ଲା ସଂସ୍କୃତିବିଭାଗ ତରଫରୁ ନୃତ୍ୟ ନିର୍ଦ୍ଦେଶିକା ନୃତ୍ୟଗୁରୁ ତପସ୍ୱନୀ ନାୟକ ପୁରସ୍କାର ହାସଲ କରିଥିଲେ । ଏହି ଶାସ୍ତ୍ରୀୟ ନୃତ୍ୟରେ ଅଭିରାମନାୟକ, ରାକ୍ଷୀ ତ୍ରିପାଠୀ, ପୁର୍ଣ୍ଣିମା ତ୍ରିପାଠୀ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading