
ଡ଼େରାବିଶ ୧୦ । ୦୭ (ଅଜୟ ଦାସ) – ଦିନ ଦ୍ୱୀପ୍ରହରରେ ପରିବାର ଲୋକଙ୍କୁ ମାରାଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ସମେତ ବହୁ ମୁଲ୍ୟବାନ ଗହଣା , ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଦୁର୍ବୁତମାନେ ଲୁଟି ନେଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲା ଅଧିନ ଡେରାବିଶ ଥାନା ଅଂଚଳରେ ଘଟିଛି। ସୁଚନା ଅନୁଯାଇ ଏହି ଥାନା ଅଧିନ ଚାଟରାଚକଡା ପଂଚାୟତର ଓଲଢି ଗ୍ରାମର ଅବସରପ୍ରାପ୍ତ ଡା ଜଲିଲ ଅହେମ୍ମଦ ଖାନ ଗୁରୁବାର ନିଜ ପରିବାର ସହ ଘରେ ଥିବା ବେଳେ ଦିନ ୩ଟା ସମୟରେ ବାଇକ ଯୋଗେ ୬ଜଣ ଯୁବକ ହଠାତ ତାଙ୍କ ଘର ଭିତରକୁ ପଶିଯାଇଥିଲେ। ସେମାନେ ଭିଜିଲାନ୍ସ ଅଫିସରୁ ଆସିଥିବା କହି ଡାକ୍ତର ଜଲିଲ, ତାଙ୍କ ସ୍ତ୍ରୀ ଓପୁଅ ଡା ଜାହିଦ ଅହେମ୍ମଦଙ୍କୁ ନିସ୍ତୁକ ମାଡମାରି ମାରାଣାସ୍ତ୍ର ଦେଖାଇ ଭୟଭିତ କରାଇ ଏକ ଘରେ ପୁରାଇ ବାହାର ପଟୁ କବାଟ ବନ୍ଦ କରିଦେଇଥିଲେ। ପରେ ଏହି ଦୁର୍ବୁତମାନେ ଘରେ ଥିବା ନଗଦ ଦେଢ ଲକ୍ଷ ଟଙ୍କା ସହ ୨୦ ଭରିରୁ ଉର୍ଦ୍ଧ୍ୱ ସ୍ୱର୍ଣ୍ଣ ଅଳଙ୍କାର, ବ୍ୟାଙ୍କ ଏଟିଏମ କାର୍ଡ ଓ ତିନୋଟି ମୋବାଇଲ ନେଇ ଚମ୍ପଟ ମାରିଥିଲେ। ଏଥିସହିତ ଘରେ ଲାଗିଥିବା ସିସି କ୍ୟାମେରାର ହାର୍ଡ ଡିସ୍କକୁ ମଧ୍ୟ ଦୁର୍ବୁତମାନେ ନେଇ ଯାଇଥିବା ନେଇ ଡକାୟତିର ଶିକାର ହୋଇଥିବା ପରିବାର ସୁଚନା ଦେଇଛି। ତେବେ ଜଲିଲଙ୍କ ପାଟି ଶୁଣି ପଡୋଶୀମାନେ ବନ୍ଦ କୋଠରୀରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ସମ୍ପର୍କରେ ଡାକ୍ତର ଜଲିଲ ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଡେରାବିଶ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଦିନ ଦ୍ୱୀପ୍ରହରରରେ ଗ୍ରାମ ମଧ୍ୟରୁ ଏପରି ଏକ ବଡ ଧରଣର ହୋଇଥିବା ଡକାୟୟତିକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଦେଖାଦେଇଛି।
