ତାଲୁକ ଆଇନ ସେବା ସମିତି ପକ୍ଷରୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ

ପଟ୍ଟାମୁଣ୍ଡାଇ ୧୨/୧୨ -ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ ଶୁକ୍ରବାର ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରିୟ ଚିକିତ୍ସାଳୟ ପରିଶରରେ ପାଳିତ ହୋଇଯାଇଛି । ଉପଖଣ୍ଡ ଡାକ୍ତରଖାନାର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ ନିରାକାର ପରିଡାଙ୍କ ଅଧ୍ୟକ୍ଷତାରେ ଅୟୋଜିତ ସଭାରେ ଅତିଥିଭାବେ ଅତିରିକ୍ତ ଜିଲା ଦୌରାଜଜ୍ ବିଚାରପତି ବିଦ୍ୟାଧର ପୃଷ୍ଟି,ବିଚାରପତି ବିଦ୍ୟୁତଲତା ପ୍ରଧାନ ଯୋଗ ଦେଇ ସାର୍ବଜନୀନ ସ୍ୱାସ୍ଥ୍ୟସେବାର ଗୁରୁତ୍ୱ, ପ୍ରତ୍ୟେକ ବ୍ୟକ୍ତିର ସହଜ ଓ ଗୁଣବତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ପ୍ରାପ୍ତ କରିବାର ଅଧିକାର ଓ ବିକଶିତ ତଥା ବ୍ୟାପକ ସ୍ୱାସ୍ଥ୍ୟସେବାଜନିତ ଭିତିଭୂମି ନିର୍ମାଣର ଆବଶ୍ୟକତା ପ୍ରତି ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତ୍ୟେକ ରାଷ୍ଟ୍ରର ପ୍ରଗତିରେ ସ୍ୱାସ୍ଥ୍ୟସେବାର ଏକ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଉତମ ସ୍ୱାସ୍ଥ୍ୟ ହିଁ ଉଭୟ ବ୍ୟକ୍ତି ଓ ସମାଜ ପାଇଁ ଶ୍ରେଷ୍ଠ ସମ୍ପତି। ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟାକ ନାଗରିକମାନଙ୍କ ପାଇଁ କି ପ୍ରକାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଛି ଓ ସେଗୁଡିକ କିପରି କାର୍ଯ୍ୟ କରାଯାଇ ପାରିବ, ଓ କିପରି ସମାଜର ବିକାଶ ହୋଇପାରିବ । ଲୋକ ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଥିବା ଆଇନଗତ ବ୍ୟବସ୍ଥା ଓ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଡ଼ ଚନ୍ଦ୍ରଶେଖର ଦାଶ ସ୍ୱାସ୍ଥ୍ୟ ସଚେତନତା ବିଷୟରେ ବକ୍ତବ୍ୟ ରଖି କହିଥିଲେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ମୁଖ୍ୟତଃ ନିଷ୍ପକ୍ଷତା, ଭେଦଭାବ ଶୂନତା ଓ ସ୍ୱାସ୍ଥ୍ୟର ଅଧିକାର ଉପରେ ପର୍ଯ୍ୟବସିତ। ସୁନ୍ଦର ସ୍ୱାସ୍ଥ୍ୟ ବିନା ଏକ ସୁନ୍ଦର ଭବିଷ୍ୟତ ଅକଳ୍ପନୀୟ। ଆମ ଉପନିଷଦ କହେ ‘ଶରୀରମାଦ୍ୟଂ ଖଳୁ ଧର୍ମସାଧନମ୍।’ ଅର୍ଥାତ୍ ସୁସ୍ଥ ଶରୀର ଦ୍ୱାରା ହିଁ ସମସ୍ତ କାର୍ଯ୍ୟ ଓ କର୍ତବ୍ୟ ସମ୍ପାଦନ ସମ୍ଭବ। ଏଥିପାଇଁ ସମସ୍ତଙ୍କୁ ସବୁସ୍ତରରେ ସଚେତନ ଓ ପ୍ରଯତ୍ନଶୀଳ ହେବାକୁ ପଡ଼ିବ। ତା’ହେଲେ ସମସ୍ତଙ୍କ ଭବିଷ୍ୟତ ସୁସ୍ଥ ସୁନ୍ଦର ହୋଇପାରିବ।

ଏହି ସଭାରେ ଆଇନଜୀବୀ ଧୀରେନ୍ଦ୍ର ନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରିଟେନର ଗୀତାଞ୍ଜଳି ପୃଷ୍ଟି, ସତ୍ୟରଞ୍ଜନ ନାୟକ, ଶୈଳବାଳା ମଲିକ, ଗୟାଚାନ୍ଦ୍ ପରିଡ଼ା ବରିଷ୍ଠ ଶିକ୍ଷାବିତ ତଥା ଆଇନଜୀବୀ ବିଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ମୋହନ ଦାଶ, ଅପର୍ଣ୍ଣା ସାମଲ, ଅରବିନ୍ଦ ପଣ୍ଡା, ଅମେରେନ୍ଦ୍ର ରାଉତ, ବବିତା ମଲିକ, କବିତା ଦାସ ଓ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର, ,ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥଲେ । ଶେଷରେ ଆଇନଜୀବୀ ଧିରେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିବା । ହସ୍ପିଟାଲର କର୍ମଚାରିମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
