ଶିକ୍ଷାବିତ ଡ. ଅଜୟ ରାଉତଙ୍କୁ ସମ୍ବର୍ଦ୍ଧନା

blank
କେନ୍ଦ୍ରାପଡ଼ା,୧୨ା୭ :କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିଭା ପୂଜା ସଂସଦ ଓ ଜିଲ୍ଲା ବୋଇତ ବନ୍ଦାଣ ସମିତିର ମିଳିତ ଆନୁକୂଲ୍ୟରେ କପାଳେଶ୍ୱର ଗ୍ରାମପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ତଥା କେନ୍ଦ୍ରାପଡ଼ା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ପ୍ରାଧ୍ୟାପକ ଡ. ଅଜୟ କୁମାର ରାଉତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନିକଟରେ ପ୍ରାଧ୍ୟାପକ ଡ. ରାଉତ ଆମେରିକାର କେନେଡି ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରାପ୍ତ ହୋଇଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି ସଭାପତିତ୍ୱ କରି କହିଲେ ଯେ ଡ. ରାଉତ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିକ୍ଷାର ପ୍ରଚାର ପ୍ରସାର ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଡ. ରାଉତ ଉଭୟ ଅନୁଷ୍ଠାନର ସଦସ୍ୟ ହୋଇଥିବାରୁ ତାଙ୍କୁ ଏହି ଅବସରରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା। ଏଥିରେ ଅତିଥି ଭାବେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସୁଶିଲ କୁମାର ସାମଲ, ପ୍ରଫୁଲ୍ଲ କୁମାର ଦାସ ଓ ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଡ. ରାଉତଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସୁଦର୍ଶନ ମହାପାତ୍ର, ରବୀନ୍ଦ୍ର ନାଥ ରଥ, ହିମାଂଶୁ ଦାସ, ଲୋହିତ ମହାନ୍ତି, ଶ୍ରୀଧର ମହାନ୍ତି, ରଜନିକାନ୍ତ ଦାସ, ପ୍ରଭାତୀ ଧଳ, ହିମାଂଶୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବୈଷ୍ଣବ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଜେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଆଞ୍ଚଳିକ କ୍ରୀଡାରେ କେନ୍ଦ୍ରାପଡା କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା

Sun Jul 13 , 2025
କେନ୍ଦ୍ରାପଡ଼ା ୧୩/୭- କେନ୍ଦ୍ରାପଡ଼ା ବାରିମୁଳ ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ସମ୍ଭାଗର ଆଞ୍ଚଳିକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ବିଭିନ୍ନ ଖେଳରେ ସଫଳତା ଆଣିଛନ୍ତି । ରାଉଳକେଲା ବର୍ସାମୁଣ୍ଡା ଷ୍ଟାଡିୟମରେ ଜୁଲାଇ ୮ତାରିଖରୁ ୧୦ତାରିଖ ମଧ୍ୟରେ ୫୪ତମ ଆଞ୍ଚଳିକ କ୍ରୀଡା ଅନୁଷ୍ଠିତ ହୋଯାଇଛି । ଭୁବନେଶ୍ୱର ସମ୍ଭାଗର ଆଞ୍ଚଳିକ କ୍ଷେତ୍ରରେ ପ୍ରାୟ ୪୧ଟି ଦଳ ଭାଗନେଇଥିଲେ । ଏହି କ୍ରିଡାରେ କେନ୍ଦ୍ରାପଡା ପିଏମଶ୍ରୀ କେନ୍ଦ୍ରାୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading