
ମହିଳା ସ୍ୱାବଳମ୍ବୀ ହେଲେ ଆର୍ଥିକ ବିକାଶ ହୋଇପାରିବ। ଯାହାକୁ ଦୃଷ୍ଟିରେ ରଖି ସରକାର ମହିଳା-କେନ୍ଦ୍ରିକ ବିକାଶ ଧାରାକୁ ଗୁରୁତ୍ୱ ଦେଇଛନ୍ତି । ଏଥିନେଇ ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି ଏବଂ ସ୍ୱାବଲମ୍ବନଶୀଳତା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସରକାର ଜୀବିକା ମିଶନ ଓ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ଯୋଜନା ଆରମ୍ଭ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଉଦ୍ୟୋଗୀ କରିବା କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇ ବ୍ୟାଙ୍କ ଋଣ ପ୍ରଦାନ କରାଯାଉଛି । ହେଲେ ଅଧିକାଂଶ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବ୍ୟାଙ୍କରୁ ଋଣ ନେଇ ସେହି ଟଙ୍କାକୁ ଅଧିକ ସୁଧରେ ଅନ୍ୟକୁ ଦେଇ ସୁଧ କାରବାରରେ ମାତିଛନ୍ତି। ଏହି ପ୍ରକ୍ରିୟା ସରକାରଙ୍କ ମୂଳ ଉଦ୍ଦେଶ୍ୟ ଆତ୍ମନିର୍ଭରଶୀଳତାକୁ ବାଧାପ୍ରାପ୍ତ କରୁଛି । ବେଳେ ବେଳେ ବେଆଇନ ସୁଧକାରବାରକୁ ନେଇ ଆଇନଶୁଙ୍ଖଳା ପରିସ୍ଥିତ ମଧ୍ୟ ଉପୁଯୃୁଛି ।
ଓଡ଼ିଶା ସରକାର ୨୦୦୧ ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମିଶନ ଶକ୍ତି ଆରମ୍ଭ କରିଥିଲା। ୨୦୨୬ ସୁଦ୍ଧା, ପ୍ରାୟ ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ” ମିଶନ ଶକ୍ତି ” କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟ କରୁଛି। ଏହି ଗୋଷ୍ଠୀଗୁଡ଼ିକର ୭୦ ଲକ୍ଷରୁ ଅଧିକ ମହିଳା ସଦସ୍ୟ ଅଛନ୍ତି। ରାଜ୍ୟର ସମସ୍ତ ଗ୍ରାମୀଣ ଏବଂ ସହରାଂଚଳରେ ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସକ୍ରିୟ ଅଛନ୍ତି।ଏହି ଗୋଷ୍ଠୀଗୁଡ଼ିକ ସୂକ୍ଷ୍ମ ଉଦ୍ୟୋଗ, ବ୍ୟାଙ୍କିଙ୍ଗ ସେବା ଏବଂ କୃଷି ସମେତ ବିବିଧ ଆର୍ଥିକ କାର୍ଯ୍ୟକଳାପରେ ଜଡିତ। ସେଥିମଧ୍ୟରୁ ଅଣୁ ଉଦ୍ୟୋଗରେ କରୁଥିବା ବେଳେ କେତେକ ବିଭିନ୍ନ ଚାଷ ସହ ବ୍ୟବସାୟ ମଧ୍ୟ କରୁଛନ୍ତି । ରାଜ୍ୟ ସରକାର ବର୍ତ୍ତମାନ ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଉଦ୍ୟୋଗ (ଏସଏମଇଏସ)ରେ ପରିଣତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଯାହା ଦ୍ୱାରା ଏକ ଦୃଢ଼ ଆର୍ଥିକ ଇକୋସିଷ୍ଟମ ସୃଷ୍ଟି ହୋଇପାରିବ ବୋଲି ଆଶାରଖିଛନ୍ତି । ହେଲେ ରାଜ୍ୟର ଅନେକ ସ୍ୱୟଂ ସହାୟିକା ଗୋଷ୍ଠୀ ସରକାରଙ୍କ ମୂଳ ଉଦ୍ଦେଶ୍ୟ ଆତ୍ମନିର୍ଭରଶୀଳତାକୁ ଦୂରେଇ ସୁଧକାରବାରରେ ମାତିଛନ୍ତି । ଯାହାର ଉଦାହରଣ ଭାବେ ଆମେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳକୁ ନେଇପାରିବା । ପଟ୍ଟାମୁଣ୍ଡାଇ ପୌରାଂଚଳ ଓ ଗ୍ରାମାଂଚଳରେ ସମୁଦାୟ ୩,୩୩୨ଟି ଏସ୍ଏଚଡି ଅଛି। ସେଥିମଧ୍ୟରୁ ପାଖାପାଖୁ ୧୫୦ ଗୋଷ୍ଠୀ ଅଣୁ ଉଦ୍ୟୋଗ କରି କାଗଜ ଥାଳି, ପାମ୍ପଡ, ମସଲା ଓ ଟେରାକୋଟା ଆଦି ସାମଗ୍ରୀ କରୁଥିବା ବେଳେ ପ୍ରାୟ ୫୦ରୁ ଉର୍ଦ୍ଧ ଏସ୍ଏଚଡି ମାଛ, କୁକୁଡା, ଗାଈ, ଛେଳି, ମେଣ୍ଢା ଚାଷ କରୁଥିବା ପଟ୍ଟାମୁଣ୍ଡାଇ ବ୍ଲକ ମିଶନ ଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ ପ୍ରକାଶ କରିଛନ୍ତି।
ଭାଜପା ସରକାର ୨୦୨୪ରେ ପ୍ରତ୍ୟାକ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ବର୍ଷକୁ ୧୦ ହଜାରେ ପ୍ରଦାନ କରୁଛନ୍ତି । ଜୀବିକା ମିଶନ ଜରିଆରେ ଋଣ ପ୍ରଦାନ କରି ବିଭିନ୍ନ ଉଦ୍ୟୋଗୀ ଲକ୍ଷପତି ଦିଦି ସୃଷ୍ଠି କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଏହି ସବୁ ଯୋଜନାର ସ୍ପଷ୍ଟ ଉଦ୍ଦେଶ୍ୟ ଋଣ ଏବଂ ବଜାର ଲିଙ୍କ୍ ଯୋଗାଇ ଲାଭଜନକ କାର୍ଯ୍ୟକଳାପ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା। ମାତ୍ର ତାହା ଅନେକ ଏସ୍ଏଚଳିଙ୍କ ପାଖରେ ପରିଗଣିତ ହେଉନାହିଁ। ମଧ୍ୟମ, ଅଣୂ ୟୁନିଟ ଦେଖିବାକୁ ମିଳୁ ନାହିଁ କି ସେପରି ଆଖିଦୃଷିୟା ଚାଷ ହେଉନାହିଁ। ମହିଳା ମାନେ ବ୍ୟାଙ୍କର ଋଣ ନେଇ ବିନା କୌଣସି ଉଦ୍ୟୋଗ ବା ଚାଷର ରିକ୍ସରେ ସୁଧ ବେପାରରୁ ଡବଲ ଅର୍ଥ ହାତେଇନେଉଛନ୍ତି । ଏପରି ବେଆଇନ ସୁଧ ଲେନ ଦେନକୁ ନେଇ ଅନେକ ସମୟରେ ମାମଲା ମଧ୍ୟ ଥାନାକୁ ଆସୁଛି।
ଏବାବଦରେ କେନ୍ଦ୍ରାପଡା ଜିଲା ମିଶନ ଶକ୍ତି ଡିପିଏମ ପ୍ରଶାନ୍ତ ପାଢିଙ୍କୁ ପଚାରିବାରେ ଏହି ଯୋଜନାରେ ଗ୍ରାମାଂଚଳର ଗରିବ ଲୋକଙ୍କୁ ଆତ୍ମନିଯୁକ୍ତି ମାଧ୍ୟମରେ ସ୍ଥାୟୀ ଆୟ ପ୍ରଦାନ କରୁଛି । ବ୍ୟାଙ୍କ ଋଣ ନେଇ ଯେ କୌଣସି ଗୋଷ୍ଠୀ ଯେପରି ଭାବେ ଉଦ୍ୟମ କରି ଉଦ୍ୟେଗୀ ହୋଉଛନ୍ତି । ତାହା ଶିଳ୍ପ ହେଉ କି ଚାଷ କିମ୍ବା ଦୋକାନୀକୁ ଅର୍ଥ ସାହାର୍ଯ୍ୟ କରିବାରେ ହେଉ ଅର୍ଥ ବିନିଯୋଗ ହେଉଛି । ବ୍ୟାଙ୍କକୁ ଠିକ ସମୟରେ ପରିଷୋଧ ମଧ୍ୟ ହେଉଛିା
