
କେନ୍ଦ୍ରାପଡା,୧୪ା୪: କେନ୍ଦ୍ରାପଡା ଆମ୍ବେଦକର ବିଚାର ମଞ୍ଚ ତରଫରୁ ପୁରୁଣା ବସ୍ଷ୍ଟାଣ୍ଡସ୍ଥିତ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସ୍ଥଳରେ ଆଜି ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବିଚାର ମଞ୍ଚର ସଭାପତି ପ୍ରଫେସର ନନ୍ଦକିଶୋର ପରିଡାଏହି ଜୟନ୍ତୀ ଉତ୍ସବରେ ସଭାପତିତ୍ୱ କରିଥିଲେ । ବାବା ସାହେବଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଫେସର ପରିଡା କହିଥିଲେ ଯେ ସେ ଥିଲେ ବିପ୍ଲବୀ, ସମାଜ ସଂସ୍କାରକ ଓ ଭବିଷ୍ୟତ ଦ୍ରଷ୍ଟା । ଅସ୍ପୃଶ୍ୟତା ସାମାଜିକ ଏକତା ପ୍ରତିଷ୍ଠା କ୍ଷେତ୍ରରେ ସର୍ବବୃହତ ପ୍ରତିବନ୍ଧକ । ସେଥିପାଇଁ ସେ ସମ୍ବିଧାନର ଧାରା ୧୭ ଅସ୍ପୃଶ୍ୟତା ଉଚ୍ଛେଦର ପ୍ରାବଧାନ କରି ଏହାକୁ ଏକ ଅପରାଧ ଭାବେ ସ୍ତାନୀତ କରିଥରଲେ । ବିଚାର ମଞ୍ଚର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ତାଙ୍କ ବକ୍ତବ୍ୟରେ ସମ୍ବିଧାନ ଧାରା ୩୨ ଉପରେ ଆଲୋକପାତ କରି କହିଥିଲେ ଏହି ଧାରାଟି ପୂଣ୍ୟାତ୍ମାଙ୍କ ମତରେ ସମ୍ବିଧାନର ଆତ୍ମା । ଧାରା ୩୨ ବଳରେ ଯେକୌଣସି ନାଗରିକ ବା ସଂସ୍ଥା ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇପାରିବ ଓ ରାଷ୍ଟ୍ରର ଅନ୍ୟାୟ ବିରୋଧରେ ନ୍ୟାୟ ଭିକ୍ଷା କରିପାରିବ । ସଦ୍ୟତମ ଉଦାହରଣ ଭାବରେଶ୍ରୀ ବେହେରା ତାମିଲନାଡୁର ପ୍ରସଙ୍ଗ ଉଲ୍ଲେଖ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଡଃ ବିଶ୍ୱପ୍ରକାଶ କାନୁନ୍ଗୋ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ପ୍ରଫେସର ଅଜୟ ସାମଲ, ନିରଞ୍ଜନ ମେକାପ, ପ୍ରଫୁଲ୍ଲ ଦାସ, ମୁକ୍ତାର ଖାଁ, କୃପାସିନ୍ଧୁ ସାହୁ, ସୂର୍ଯ୍ୟକାନ୍ତ ପରିଡା, ଆଦିକନ୍ଦ ରାଉଳ, ଜଗଜୀବନ ଦାସ, ରମଣୀରଞ୍ଜନ ରାଉତରାୟ, ଆକବର ଅଲ୍ଲୀ, ପ୍ରଦ୍ୟୁମ୍ନ ଜେନା, ସରୋଜରାଜ ସିଂ, ଆଲୋକ ସାହୁ, ରାଜେଶ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖି ଶ୍ରଦ୍ଧା ନିବେଦନ କରିଥିଲେ । ଗୋପିନାଥ ବାରିକ, ରଞ୍ଜନ ନାୟକ, ବିଚିତ୍ର ଲେଙ୍କା, ଗୋଲଖ ପରିଡା, ରମେଶ ଦାସ, କମଳାକାନ୍ତ ବେହେରା, ମହମ୍ମଦ ହୁସେନ୍, ନିରୁପମା ରାଉତ, କିଶୋର କୁମାର ନାଥ, ସୋମେସ୍ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
