
ପଟ୍ଟାମୁଣ୍ଡାଇ ତା ୧୪/୫ – ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ହାଇସ୍କୁଲ ୧୯୮୧ ମସିହା ମେଟ୍ରିକ ବ୍ୟାଚର ବନ୍ଧୁମାନେ ଏକତ୍ରିତ ହୋଇଥିଲେ । ବୁଧବାର ସ୍ଥାନୀୟ ମା ଛୂଆଳିଆ ପୀଠରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ । ସେବେକର ସାଙ୍ଗମାନେ ଏକାଠୀ ହୋଇ ପୁରୁଣା ସ୍ମୃତିକୁ ସତେଜ କରିବା ଏବଂ ସୁଖ-ଦୁଃଖ ବାଂଟିବା ପାଇଁ ଏହି ଭାବପୂର୍ଣ୍ଣ ମୂହୃର୍ତ ଆୟୋଜନ କରାଇଥିଲେ । ଏହିି କାର୍ଯ୍ୟକ୍ରମରେ ସେତେବେଳର ସ୍କୁଲ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଓ ପାଦପୁଜା ମଧ୍ୟ କରାଯାଇଥିଲା । ସେବେକାର ପୁରାତ୍ତନ ସାଙ୍ଗ ମାନେ ଏକତ୍ରୀତ ହୋଇ ପୂଜ୍ୟ ଗୁରୁ ନାରାୟଣ ମହାନ୍ତି ଓ ଗୁଣାକର ବେହେରାଙ୍କୁ ଫୁଲ ଚନ୍ଦନ ଦେଇ ପୂଜାର୍ଚନା କରିବା ସହିତ ମାନପତ୍ର ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ପୁରାତନ ଛାତ୍ର ତଥା ଆଳି ବ୍ଲକ ଏବିଇଓ ଉଦକର ସାମଲଙ୍କ ପୌରହିତ୍ୟରେ ଆୟୋଜିତ ବନ୍ଧୁମିଳନ ଓ ଗୁରୁ ପୂଜନ ଉତ୍ସବରେ ପୁରାତନ ଛାତ୍ର ମଳୟ ଦାସ, ବିବେକାନନ୍ଦ ଦାସ ନିରଞ୍ଜନ ଗାହାଣ ନିରୁପମା ଦାସ ସବିତା ଭୂୟାଁ ପ୍ରଦୀପ୍ତ ଦାସ କୃଷ୍ଣ ଚନ୍ଦ୍ର ବାରିକ ଶରତ ନାୟକ, ଶରତ ବାରିକ, ଦିଲ୍ଲୀପ ଦାସ, ବିଜୟ ପଲାଇ, ପରୀକ୍ଷିତ ପାତ୍ର, ମଞ୍ଜୁଲତା ରାଉ. ହରପ୍ରିୟା ରାଉତ, ଜ୍ୟୋସ୍ନାରାଣୀ ରାଉ. ସନ୍ତୋଷ ମହାନ୍ତି, ବିଚିତ୍ର ପାଣିଗ୍ରାହ. ରବୀନ୍ଦ୍ର ଦାସ, ରମେଶ ଦାସ, ଅକ୍ଷୟ ଜେନା, ଯୁଧିଷ୍ଠିର ଦାସ, ନିତ୍ୟାନନ୍ଦ ପଲାଇ ପ୍ରମୁଖ ସ୍କୁଲ ଜୀବନର ସ୍ମୃତି ଚାରଣ କରିଥିଲେ । ଦୀର୍ଘ ୪୬ବର୍ଷ ପରେ ପିଲା ଦିନର ସାଙ୍ଗ ମାନଙ୍କୁ ନିକଟରେ ପାଇ ସମସ୍ତେ ଭାବଭିବୋଲ ହୋଇ ପଡ଼ିଥିଲେ । ଏଇ ଅବସରରେ ଦିବଂଗତ ଶିକ୍ଷକ ଓ ସହପାଠୀଙ୍କ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ମଳୟ ଦାସ ଧନ୍ୟବାଦ ଦେଇଥିଲେ । ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।
