ଗୋବରୀ ନଦୀ କଳିଙ୍ଗା ଘାଟ ନିକଟରୁ ମଣିଷ ହାଡ ଖପୁରୀ ଜବତ, ପୋଲିସର ତଦନ୍ତ ଜାରି

blank
ପଟ୍ଟାମୁଣ୍ଡାଇ ୨୬/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅଧିନ ଗୁଣୁପୁର କଳିଙ୍ଗାଘାଟ ନଦୀ ପଠାରୁ ମଣିଷ ଖପୁରୀ ଓ ହାଡ଼ ମିଳିବା ଘଟଣା ସାମ୍ନାକୁ ଆସିଛି। ଖବର ପାଇ ଗ୍ରାମଂଚଳ ଥାନା ପୋଲିସ କଙ୍କାଳ ଜବତ କରି ଏକ ହତ୍ୟା ମାମଲା ୧୭୪/୨୦୨୬ ରୁଜୁ କରି ଖପୁରୀ ହାଡ କଟକ ଫୋରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜିକୁ ପଠାଯାଇଛି ବେଲି ଆଇଆଇସି ଶ୍ରୀକାନ୍ତ ବାରିକ ପ୍ରକାଶ କରିଛନ୍ତି ।

ସ୍ଥାନୀୟ ଗୁଣୁପୁର ଗ୍ରାମର କେତେ ଜଣ ଯୁବକ ବୁଧବାର ଗୋବରୀ କେନାଲ କଳିଙ୍ଗା ଘାଟ ପାଖକୁ ଯାଇଥିବା ବେଳେ ସେଠାରେ ଏକ ବ୍ୟାଗ ବସ୍ତା ଭାସୁଥିବାର ଦେଖି ଥିଲେ । ସେ ବ୍ୟାଗକୁ ଉଠାଇ ଦେଖିବାରୁ ସେଥିରୁ ମଣିଷ ଖପୁରୀ, ହାଡ ବାହାରିଥିଲା । ସେମାନେ ଏହାର ଭିଡିଓ କରି ଫେସବୁକରେ ଭାଇରାଲ କରିଥିଲେ । ମାତ୍ର ଗୁରୁବାର ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପଟ୍ଟାମୁଣ୍ଡାଇ ଏସଡିପିଓ ସୁକାନ୍ତ ପାତ୍ର, ଅତିରିକ୍ତ ତହସିଲଦାର ପ୍ରଣବ ପଣ୍ଡା,  ଆଇଆଇସି ଶ୍ରୀକାନ୍ତ ବାରିକ ସହ ସାଇଂଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଥିଲେ । ଏସଡିପିଓ,ଅତିରିକ୍ତ ତହସିଲଦାର ଓ ଆଇ ଆଇ ସି ଙ୍କ ଓ ସାଇଂଟିଫିକ୍ ଟିମ୍ ସହାୟତାରେ କଙ୍କାଳଗୁଡ଼ିକର ଜବତ କରିଛି।ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଏବଂ ଏହା କେତେ ପୁରୁଣା ତାହା ସ୍ପଷ୍ଟ ହେବ ବୋଲି ଆଇଆଇସି ଶ୍ରୀକାନ୍ତ ବାରିକ ପ୍ରକାଶ କରିଛନ୍ତି।

ବ୍ୟାଗ ଭିତରେ କଙ୍କାଳ ମିଳିବା ଏବଂ ତାହା ନଦୀରେ ଭସାଇ ଦିଆଯାଇଥିବାରୁ, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ପୋଲିସ ଆଖପାଖ ଅଞ୍ଚଳର ନିଖୋଜ ବ୍ୟକ୍ତିଙ୍କ ତାଲିକା ଯାଞ୍ଚ କରିବା ସହ ଘଟଣାର ରହସ୍ୟ ଖୋଜୁଛି।

Next Post

ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

Thu Mar 26 , 2026
ପଟ୍ଟାମୁଣ୍ଡାଇ ତା ୨୬/୩-ନୂଆଦିଲ୍ଲୀ ସର୍ବଭାରତୀୟ ପେନସନର୍ସ ଆସୋସିଏସନ ଆହ୍ୱାନରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ମାରଣ ନୀତି ବିରୋଧରେ ରାଜ୍ୟ ବ୍ୟାପି ଆନ୍ଦୋଳନ ଚାଲିଛି ।  ଏହି କ୍ରମରେ ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀ ବିରୋଧୀ ଆଇନ ଭାଲିଡେସନ ଆକ୍ଟ ୨୦୨୫ କଳା ଆଇନ ପ୍ରତ୍ୟାହାର ଓ ପେନସନ ରୁଲ ଅପରିବର୍ତ୍ତିତ ରଖିବା ଦାବୀ ନେଇ ଅବସରପ୍ରାପ୍ତ କର୍ମଚାରୀମାନେ ଶୋଭାଯାତ୍ରାରେ ବାହାରି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading