କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପୁରୁଣା ବସଷ୍ଟାଣ୍ଡ ଶାଖା ସ୍ଥାନାନ୍ତରିତ

blank
କେନ୍ଦ୍ରାପଡ଼ା,୧୨ା୮:କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ପୁରୁଣା ବସଷ୍ଟାଣ୍ଡ ଶାଖା ବଳଗଣ୍ଡିସ୍ଥିତ ମହାଭୋଇ ପୋଖରୀ ସମ୍ମୁଖକୁ ସ୍ଥାନାନ୍ତର ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ବୁଧବାର ପୂର୍ବାହ୍ନରେ ଏହି ସ୍ଥାନାନ୍ତରିତ ଶାଖାକୁ ଫିତା କାଟି ଉଦଘାଟନ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ ଏବଂ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଆୟର ତାଙ୍କ ବକ୍ତବ୍ୟରେ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ସଫଳତା କାମନା କରି ଆଗାମୀ ଦିନରେ ଏହି ବ୍ୟାଙ୍କ କେବଳ ଓଡିଶା ରାଜ୍ୟ କାହିଁକି ସାରା ଭାରତବର୍ଷର ଏକ ନମ୍ବର ବ୍ୟାଙ୍କ ଭାବରେ ପରିଗଣିତ ହେବା ପାଇଁ ଉପସ୍ଥିତ କର୍ମଚାରୀ, ଗ୍ରାହକ, ସଭ୍ୟ, ନିର୍ଦ୍ଦେଶକ ଓ ଶୁଭେଛୁମାନଙ୍କ ସହଯୋଗ କାମନା କରିଥିଲେ। ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତି ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଆଗାମୀ ଦିନରେ ଏହି ଶାଖା ପ୍ରତ୍ୟେହ ସକାଳ ୮ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ବ୍ୟାଙ୍କ ସେବା ଯୋଗାଇଦେବା ପାଇଁ ଖୁବଶୀଘ୍ର ବ୍ୟବସ୍ଥା କରାଯାଉଛି। କେନ୍ଦ୍ରାପଡା ଅର୍ବାନବ୍ୟାଙ୍କ ଏହାମଧ୍ୟରେ ଆର୍ଥିକ ଓ ପରିଚାଳନାଗତ ସୁଦୃଢତା ଲାଭ କରିଛି। ଏଥିସହିତ ରାଜ୍ୟ ଏବଂ କେନ୍ଦ୍ର ସ୍ତରରେ ଏକ ପ୍ରମୁଖ ସଫଳ ଆର୍ଥିକ ପ୍ରତିଷ୍ଠାନ ଭାବରେ ମଧ୍ୟ ପ୍ରତିଷ୍ଠା ଲାଭ କରିଛି। ଫଳରେ ଏହି ବ୍ୟାଙ୍କ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ଲାଭ କରିବା ସହ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲଗାଯାଇଥିବା ବିଭିନ୍ନ ପ୍ରତିବନ୍ଧକ ପ୍ରତ୍ୟାହାର କରିନିଆଯାଇ ବ୍ୟାଙ୍କକୁ ଆବଶ୍ୟକ କ୍ଷମତା ପ୍ରଦାନ କରାଯାଇଛି। ଏଥିସହିତ ଏହି ଶାଖା ସ୍ଥାନାନ୍ତରେ ସହଯୋଗ କରିଥିବା ବ୍ୟାଙ୍କ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ ସଭାପତି। ବ୍ୟାଙ୍କର ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା ବ୍ୟାଙ୍କକୁ ଆଗେଇନେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଉତ୍ସବରେ ବ୍ୟାଙ୍କର ପୂର୍ବତନ ଓ ବର୍ତ୍ତମାନର ନିର୍ଦେଶକ ପ୍ରଫୁଲ୍ଲ କୁମାର ସାହୁ, ଶୁକାନ୍ତ କୁମାର ଦ୍ୱିବେଦୀ, ଶ୍ରୀକାନ୍ତ ନାୟକ, ଅମୂଲ୍ୟ ପ୍ରଧାନ, ସିଦ୍ଧାର୍ଥ ଜେନା, ମହେନ୍ଦ୍ର ପରିଡା, ବିଧୁଭୂଷଣ ମହାପାତ୍ର, କଳ୍ପତରୁ ମହାପାତ୍ର, ଦୟାନିଧି ଜେନା, ଶରତ କୁମାର ବେହୁରା, ପ୍ରଫୁଲ୍ଲ ସାହୁ, ବ୍ୟାଙ୍କର ଶୁଭେଛୁ ମହମ୍ମଦ ସଲୀମ ଖାନ, ମନୋଜ କୁମାର ସାହୁ, ଦୁର୍ଯ୍ୟୋଧନ ସାହୁ, ବିଧାନ ଚନ୍ଦ୍ର ସାମଲ, ଇରାନ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟାଙ୍କର ଜେନେରାଲ ମ୍ୟାନେଜର ରାଜୀବଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡା, ମ୍ୟାନେଜର ଜୟଶ୍ରୀ ଦାସ, ମିନାକ୍ଷୀ ପାଣି, ଲଲାଟେନ୍ଦୁକେଶରୀ ଦାସ, ଆଦିତ୍ୟ ଶତପଥୀ, ଭଞ୍ଜକିଶୋର ଜେନା, ସୁକାନ୍ତ କୁମାର କର, ଅର୍ଚ୍ଚନା ନାୟକ, କିର୍ତ୍ତୀରଞ୍ଜନ ବେହୁରା, କୁନଚନ୍ଦ୍ର ବେହୁରା, ଉତ୍ତମ ଚରଣ ନାୟକ, ତ୍ରିଲୋଚନ ପରିଡା, ତ୍ରିଲୋଚନ ମଲ୍ଲିକ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Next Post

ମହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ବିପଦ ସଙ୍କୁଳ , ତୁରନ୍ତ ପଦକ୍ଷେପ ପାଇଁ ପରିଚାଳନା କମିଟିର ଦାବି

Wed Aug 12 , 2026
କେନ୍ଦ୍ରାପଡ଼ା,୧୨ା୮:କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ଅଧୀନସ୍ଥ ମହୁ ଗ୍ରାମ ପଞ୍ଚାୟତରେ ଥିବା ମହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତିନୋଟି ଶ୍ରେଣୀ ଅର୍ଥାତ୍ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀରେ ମୋଟ ଏକ ଶହ ଅଠର (୧୧୮) ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ତିନୋଟି ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ିବା ପାଇଁ ଆଜବେଷ୍ଟ ବିଶିଷ୍ଟ ତିନୋଟି ଶ୍ରେଣୀଗୃହ ରହିଛି। ଉକ୍ତ ଆଜବେଷ୍ଟ ଗୃହ ଗୁଡ଼ିକ ବହୁ ପୁରୁଣା ହୋଇଯିବା ସହିତ ଅନେକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading