ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ସମୂହ ଛୁଟିରେ ଗଲେ ଓଏଏସ ଅଧିକାରୀ

blank
କେନ୍ଦ୍ରାପଡ଼ା,୧ା୭ :ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ଓଡ଼ିଶା ପ୍ରଶାସନିକ ସେବା ଏବଂ ଓଡ଼ିଶା ରାଜସ୍ୱ ସେବାର ଅଧିକାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯିବାକୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ ଜଣେ ଓଏଏସ୍ ଅଧିକାରୀଙ୍କୁ କାର୍ଯ୍ୟରତ ସମୟରେ ତାଙ୍କ କାର୍ଯ୍ୟାଳୟରେ ଯେଉଁଭଳି ଅମାନୁଷିକ ଭାବେ ସଂଗବଦ୍ଧ ଆକ୍ରମଣ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହି ଘଟଣା ରାଜ୍ୟରେ କାର୍ଯ୍ୟରତ ସମସ୍ତ ଓଏଏସ୍ ଅଧିକାରୀଙ୍କୁ ବେଶ ଆଘାତ ପହଞ୍ଚାଇଛି। ଏହିଭଳି ଅମାନୁଷିକ ଆକ୍ରମଣ ଘଟଣା କୌଣସି କାର୍ଯ୍ୟସ୍ଥଳୀରେ ଗ୍ରହଣୀୟ ନୁହେଁ। ଏହା ଜଣେ ଅଧିକାରୀଙ୍କ ଉପରେ ଯେ ଆକ୍ରମଣ ତାହା ନୁହେଁ ଏହା ସମଗ୍ର ପ୍ରଶାସନିକ ବ୍ୟବସ୍ଥା ଉପରେ ଆକ୍ରମଣ। ପୂର୍ବରୁ ମଧ୍ୟ କାର୍ଯ୍ୟରତ ଓଏଏସ୍ ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଛି।ଏହି ଘଟଣା ଯେ କେବଳ ଓଏଏସ ଅଧିକାରୀମାନଙ୍କୁ ହତୋତ୍ସାହିତ କରିଛି ତାହା ନୁହେଁ ଏହା କାର୍ଯ୍ୟରତ ଅଧିକାରୀମାନଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ଓଏଏସ ସଂଘ ପକ୍ଷରୁ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯେଉଁମାନେ ଏହି ଆକ୍ରମଣରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସଙ୍ଘ ଦାବି କରିଛି। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ମହାକାଳପଡ଼ା ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ଗରଦପୁର ତହସିଲଦାର ତୃପ୍ତି ଦାଶ, ଗରଦପୁର ବିଡିଓ ଆଲୋକ କୁମାର ସେଠୀ, ଆଳି ବିଡିଓ ଅବିନାଶ ସେଠୀ, ଡେପୁଟୀ କଲେକ୍ଟର ରବି ନାରାୟଣ ଆଚାର୍ଯ୍ୟ, କେନ୍ଦ୍ରାପଡ଼ା ଅତିିରିକ୍ତ ତହସିଲଦାର କୁମୁଦିନୀ ଜେନା, ମାର୍ଶାଘାଇ ବିଡିଓ ପଞ୍ଚାନନ ମଲ୍ଲିକଙ୍କ ସମେତ ଜିଲାର ୨୯ ଜଣ ଓଏଏସ ଓ ଓଆରଏସ୍ ଅଧିକାରୀ ଉପସ୍ଥିତ ଥିଲେ।

Next Post

ଆଇନଜୀବୀଙ୍କୁ ପୋଲିସର ର୍ଦୁବ୍ୟବହାର ଘଟଣାକୁ ଓକିଲ ସଙ୍ଘର ନିନ୍ଦା

Tue Jul 1 , 2025
କେନ୍ଦ୍ରାପଡ଼ା,୧ା୭:କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ବାଲେଶ୍ୱରରେ ଜଣେ ଆଇନଜୀବୀଙ୍କୁ ପୋଲିସର ର୍ଦୁବ୍ୟବହାର ଘଟଣାକୁ ଦୃଢ ନିନ୍ଦା କରାଯାଇଛି। ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟରେ ମଙ୍ଗଳବାର ଏକ ବୈଠକ ସଙ୍ଘର ସଭାପତି ଗୋବର୍ଦ୍ଧନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବାଲେଶ୍ୱରରେ ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ଦାସଙ୍କୁ ପୋଲିସ ଗିରଫ କରିବା ଓ ଟ୍ରେନି ଆଇଏଏସ ଅଧିକାରୀ ସମଲ ଭଗତଙ୍କ ଦ୍ୱାରା ନିର୍ଯ୍ୟାତନା ଦିଆଯାଇଥିବାରୁ ଏହି ଘଟଣାର ଦୃଢ ନିନ୍ଦା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading