- କେନାଲ ଜଳ ସରକ୍ଷଣ ପରିବର୍ତେ ସମୁଦ୍ରକୁ ନିଷ୍କାସିତ ,
- ଶୁଖିଲା ପଡିଛି ଜଳଉତ୍ସ
- ଭୂତଳ ଜଳସ୍ତର ହ୍ରାସ
- ମନମୁଖି ଯୋଜନା ପଛରେ ଠିକାଦାର ନେତା
- ଆହାର ତଲାସରେ କୃଷକ

ପଟ୍ଟାମୁଣ୍ଡାଇ ୨୯/୩ – ପଟ୍ଟାମୁଣ୍ଡାଇ ଅଂଚଳର କୃଷିକାଯ୍ୟ ୧୮୬୮ ବ୍ରିଟିଶ ଅମଳର ପଟ୍ଟାମୁଣ୍ଡାଇ କେନାଲ ଜଳରେ ହେଉଥିଲା । ତତ୍ସହ ପଣ୍ୟ ପରିବହନ ମଧ୍ୟ କରାଯାଉଥିଲା । ସଂପ୍ରତି ଉକ୍ତ କେନାଲର ରକ୍ଷଣାବେକ୍ଷଣ ଅଭାବ ଓ ସହରିକରଣ ନାମରେ ନୂତନ ପ୍ରକଳ୍ପ କାର୍ଯ୍ୟ ଯୋଗୁଁ ବର୍ତମାନ କେନାଲ ସଂକୁଚିତ ହୋଇ ଜଳ ଯୋଗାଣ ଠପ ହୋଇଗଲାଣି । ଜଳପରିଚାଳନା ଦାଇତ୍ୱରେ ଥିବା ଜଳସମ୍ପଦ ବିଭାଗର ମନ୍ତ୍ରୀ, ସଚିବଙ୍କ ଦୂରଦୃଷ୍ଠି ଅଭାବ ଓ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ କ୍ଷେତରେ ଜଳସେଚନର ସଙ୍କଟ ଦେଖାଦେଲାଣୀ । ଅଧିକାଂଶ ପାରମ୍ପରିକ କେନାଲ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇନାହିଁ। ଫଳରେ ଚାଷବିଲକୁ ଜଳପହଁଚି ନପାରି କ୍ଷେତର ଆର୍ଦ୍ରତା ହ୍ରାସ ପାଇବା ସହ କୃଷି ସ୍ଥାୟୀତ୍ୱ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଜଳପରିଚାଳନା ବିଭାଗର ଅବହେଳାରୁ କେନାଲ ଜଳ ସଂରକ୍ଷଣ ନରଖି ସମୁଦ୍ରରେ ନିଷ୍କାସନ କରାଯାଉଛି । ଅଂଚଳରେ ଥିବା ନଦୀ-ନାଳ-ନୟନଜୋରୀ ଜଳର ରକ୍ଷଣାବେକ୍ଷଣ ଜଳସଂରକ୍ଷଣ ଅଭାବରୁ ଭୂଗର୍ଭ ଜଳସ୍ତର ହ୍ରାସପାଇ ଗୁରୁତର ସମସ୍ୟା ଦେଖାଦେଇଛି । ଜଳାଶୟ ଶୁଖିବା ଏବଂ କାର୍ଯ୍ୟରେ ଯନ୍ତ୍ରୀଙ୍କ ଅଦକ୍ଷତା ଯୋଗୁଁ ଭବିଷ୍ୟତରେ ଭୟଙ୍କର ଜଳ ସଙ୍କଟ ଆଶଙ୍କା କରାଯାଉଛି। କୃଷକଙ୍କ ପାଇଁ ସରକାରଙ୍କ ମନମୁଖି ଯୋଜନା ପଛରେ କୌଣସି ଉନ୍ନତ ଚିନ୍ତାଧାରା ରହୁନାହିଁ। ଫଳରେ କେନ୍ଦ୍ରାପଡା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଓ ବୋଇତଆଳୁ ପାଟର ଶହ ଶହ ହେକ୍ଟର ଚାଷଜମୀ ଏବେ ସଂକଟରେ ପଡିଛି । ଏହି ସଙ୍କଟର ସମାଧାନ ପାଇଁ, କୃଷକ ଫସଲ ପରିବର୍ତନ ଭଳି ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ତାହା ଫଳପ୍ରଦ ହେଉନାହିଁ ।ଯାହାଦ୍ୱାରା ଖାଦ୍ୟ ସୁରକ୍ଷା ଏବଂ କୃଷି ସ୍ଥାୟୀତ୍ୱ ପାଇଁ ଏକବଡ଼ ବିପଦ ସୃଷ୍ଟି କରିଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତିା ଏନେଇ ଜଳସଂପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରାକେଶ ମଲ୍ଲିକଙ୍କୁ ଯୋଗେଯାଗ କରିବାରୁ ଯନ୍ତ୍ରୀମାନଙ୍କ ଏପରି ଅବହେଳାକୁ ଧ୍ୟନ ଦେଇ କୃଷକ ଉନ୍ନତି ପାଇଁ କାର୍ଯ୍ୟ କରାଯିବ ।
କୁଷି ପ୍ରତି ଧ୍ୟାନ ପ୍ରଶାସନର ନାହିଁ -ଆଇନଜୀବୀ ବିଦୁଭୁଷଣ ମହାପାତ୍ର

ପଟ୍ଟାମୁଣ୍ଡାଇ ଅଂଚଳରେ ୩୬ ହଜାର ହେକ୍ଟର ଚାଷକ୍ଷେତ ଥିବାବେଳେ ସଂପ୍ରତି ୧୧ ହଜାରେ ହେକ୍ଟରକ୍ଷେତରେ ଚାଷ ହେଉଛି । ବାକି ଜଳପରିଚାଳନା ଗତ ତୃଟି ପାଇଁ ବେଣାଜଂ୍ଗଲ ହୋଇ ପଡିଆପଡୁଛି । ସ୍ୱାଧିନତାର ୪୦ ବର୍ଷ ମଧ୍ୟରେ ଜମିକୁ ଜଳସେଚନ ହୋଇ ୩ ଫସଲି ଚାଷ ହେଉଥିଲ।। ବିଭିନ୍ନ ପନିପରିବା ସହିତ ତରଭୁଜ ,ଝୁମ୍ପା ଭଳି ଫସଲ ରାଜସ୍ତାନ, ହରିଆନା, ଗୁଜରାଟ, ବଙ୍ଗ ଭଳି ପ୍ରଦେଶକୁ ପଠାଯାଉଥିଲା । ସେତେବେଳେ କେନାଲ ପାଣି ସହିତ ନୟନ ଜୋରିରେ ଭରପୁର ପାଣି ରହୁଥିଲା । ସଂପ୍ରତି ଗୋବରୀ ସମ୍ପ୍ରସାରିତ କେନାଲ ସହ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲ ଅବସ୍ଥା ଅତ୍ୟନ୍ତ ଦହନୀୟ । ଫଳରେ ଚାଷୀ ଚାଷକୁ ଛାଡି ବିଭିନ୍ନ ଦେଶରେ ଅନେକ ପ୍ଲମ୍ବର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମାତ୍ର ପ୍ରଶାସନ କୁଷି ପ୍ରତି ଧ୍ୟାନ ନଦେଇ ପ୍ଲମ୍ବର ସିଟି କରାଇବାକୁ ପଛାଇଲେ ନାହିଁ ।
କୃଷି ସ୍ଥାୟୀତ୍ୱ ପାଇଁ ବଡ଼ ବିପଦ- ବାରିଷ୍ଟ କୃଷକ ନେତା ଗୟାଧର ଧଳ

ପଟ୍ଟାମୁଣ୍ଡାଇ ଜଳସଂପଦବିଭାଗ ଅଳଭା-୧-୨ ଗୋଗୁଆ ଅଧିନରେ ଏକାଧିକ କେନାଲ ଅଛି । ମାତ୍ର କାର୍ଯ୍ୟରତ ଯନ୍ତ୍ରୀ ଜଳପରିଚାଳନା ଓ ସଂରକ୍ଷଣ ଉପରେ ଧ୍ୟାନ ନଦେଇ ପରିବହନ ପଥ, ପଥରପ୍ୟାକିଂ, ଉପରେ ଗୁରୁତ୍ୱ ଦେଉଛନ୍ତି । ଯାହାକୁ ନେଇ କେନାଲ ସଂକୁଚିତ ହେବା ସହ ଜବରଦଖଲ ହୋଇଛି । ଫଳରେ ଅର୍ବଜନା ପଡି ଅନେକ କେନାଲ ଜଳ କ୍ଷେତକୁ ପଂହଁଚୁନି । ଅନ୍ୟପକ୍ଷରେ ସରକାର ଲୋକଙ୍କର ଟ୍ୟାକ୍ସ ଅର୍ଥରେ ରାସ୍ତା ଓ ପଥର ପ୍ୟାକିଂରେ ବରବାଦ କରୁଛନ୍ତି । ଚାଷୀର କ୍ଷେତକୁ ପାଣି ପହଁଚାଇବା ନେଇ ଯେଉଁ ଯୋଜନା ପ୍ରସ୍ତୁତ କରାଯାଉଛି ତାହା କେବଳ ଠିକାଦାର ପୋଷିବା ପାଇଁ ଉପଯୁକ୍ତ ପରିଲାଗୁଛି ।
ଅଳଭା-ଗଣ୍ଡାକିଆ ଲକ୍ ଦେଇ ପଣ୍ୟ ପରିବହନ ହେଉଥିଲା- ସାମାଜିକକର୍ମୀ ପ୍ରବୀର ନାୟକ

ଅଳଭା-ଗଣ୍ଡାକିଆ ଲକ୍ ଦେଇ ପଣ୍ୟ ପରିବହନ ହେଉଥିଲା । ସେଠାରେ ମାହାସୁଲ ବାବଦ ଟିକସ ଆଦାୟ ହେଉଥିଲା । ଜଳସେଚନ ପାଇଁ ଚାଷୀଙ୍କ ଠାରୁ ଜଳକର ମଧ୍ୟ ଆଦାୟ ହେଉଛି । ନବେ ଦଶକକୁ ସଡ଼କ ଯୋଗାଯୋଗ ପଥ ଉନ୍ନତ ହେଲା । ନୌବାଣିଜ୍ୟ ପାଇଁ କେନାଲ ଉପଯୋଗୀ ହେଲାନାହିଁ। ଅଳଭା-ଗଣ୍ଡାକିଆ ଲକ ନଷ୍ଠହେଲା । ଗୋବରୀ କେନାଲ୍ର କଳିଙ୍ଗା ଦେଇ ଜଳଅପଚୟ (ନଷ୍ଟ) ହେଇ କେନାଲ ଶୁଖାରହିଲା । ରକ୍ଷଣାବେକ୍ଷଣ ଅଭାବରୁ ଜଳଉତ୍ସ ନଷ୍ଟହୋଇ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏହାଦ୍ୱାରା ଚାଷ କାର୍ଯ୍ୟ ପାଇଁ ଜଳସେଚନରେ ସମସ୍ୟା, ଜଳଛାୟା ଅଂଚଳରେ ଖରାପ ପ୍ରଭାବ ଏବଂ ପାନୀୟ ଜଳ ପ୍ରକଳ୍ପ ଗୁଡିକ ଉପରେ ଚାପ ପଡୁଛି ।
ଓଡିଶାରଙ୍କୁ ଆହାର ଯୋଗାଉଥିବା ଚାଷୀ ଆହାର ତଲାସରେ- ନାରୀ ନେତ୍ରୀ ଅବନ୍ତି ବେହେରା

ଚାଷଜମିକୁ ୧୨ ମାସି ପାଣି ଯୋଗାଣ ପାଇଁ ୨୦୧୬ରେ ଏସିୟାନ୍ ଡେଭେଲପ୍ମେଂଟ ବ୍ୟାଙ୍କ (ଏଡିବି) ଜରିଆରେ ୩୬୦ କୋଟି ଟଙ୍କା ଖର୍ଚ୍ଚରେ କେନାଲ ସଂକୁଚିତ କରାଯାଇଥିଲା। ସେବେଠାରୁ କେନାଲ ପାଣି ଦେବାରେ ତରତମ୍ୟ ଉପୁଜିଲା ଯେଉଁ ଗୋଟଟିଏ ଫସଲ ପାଇଁ ଜଳ ଚଡାଗଲା ତାହା କ୍ଷେତକୁ ପହଁଚୁନାହିଁ । ଫଳରେ କୃଷିକାର୍ଯ୍ୟ ବାଧାଉପୁଜିଲା । ଦିନେ କେନ୍ଦ୍ରାପଡା ସହ ଓଡିଶାର ଲୋକଙ୍କୁ ଆହାର ଯୋଗାଇବାର ମାଧ୍ୟମ ପାଲଟିଥିବା ଅଂଚଳ କେନାଲ ଅସ୍ତିତ୍ୱ ହରାଇବାରୁ ପଟ୍ଟାମୁଣ୍ଡାଇ ଅଂଚଳ ଲୋକେ ଚାଷ ଛାଡି ଆହାର ତଲାସରେ ଦାଦନ ଖଟି ଯାଉଛନ୍ତିା
