ଜିଲ୍ଲାପାଳଙ୍କୁ ଭେଟିଲେ ଶତାଧିକ ମିଶନଶକ୍ତି ମହିଳା, ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ

blank

କେନ୍ଦ୍ରାପଡ଼ା,୨୩ା୬:ଇନ୍ଦୁପୁର ଗ୍ରାମପଞ୍ଚାୟତରେ ଖୋଲିବାକୁଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନକୁ ସ୍ଥାନୀୟ ମିଶନଶକ୍ତି ସ୍ୱୟଂସହାୟିକା ଗୋଷ୍ଠିର ମହିଳାମାନେ ପ୍ରବଳ ବିରୋଧ କରି ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଇନ୍ଦୁପୁର ପଞ୍ଚାୟତର ଯେଉଁ ସ୍ଥାନରେ ବିଦେଶୀ ମଦ ଦୋକାନଟି ଖୋଲିବାକୁ ଯାଉଛି ଉକ୍ତ ସ୍ଥାନଟି ଜଗତପୁର- ପଟ୍ଟାମୁଣ୍ଡାଇ କେନାଲବନ୍ଧ ପାଶ୍ୱର୍ରେ ରହିଛି। ସଂପୃକ୍ତ ମଦ ଦୋକାନ ହେବାକୁ ଯାଉଥିବା କେନାଲ ବନ୍ଧର ଅପର ପାଶ୍ୱର୍ରେ ଇନ୍ଦୁପୁର ପଞ୍ଚାୟତ ୬ନମ୍ବର ୱାର୍ଡର ଗ୍ରାମବାସୀ ତଥା ମହିଳାମାନଙ୍କ ଗାଧୁଆତୁଠ ରହିଛି। ଏଥିସହିତ ଇନ୍ଦୁପୁର ପଞ୍ଚାୟତର ୪ନମ୍ବର ୱାର୍ଡରେ ହେଉଥିବା ମଦ ଦୋକାନ ଠାରୁ ମାତ୍ର ୫୦ମିଟର ଦୂରରେ ସେହି ୱାର୍ଡର ଗାଧୁଆ ତୁଠ ରହିଛି। ଉଭୟ ଗାଧୁଆ ତୁଠକୁ ସେହି ଅଞ୍ଚଳର ଶତାଧିକ ମହିଳା, ଯୁବତୀ ଓ ଗ୍ରାମବାସୀମାନେ ଦୈନିକ ଶୈାଚ ପାଇଁ ବ୍ୟବହାର କରିଥାନ୍ତି। ସେହି ମଦଦୋକାନ ପଛପାଶ୍ୱର୍ରେ ଜନବସତି ରହିଛି। ସେହି ଦୋକାନ ଠାରୁ ୫୦ମିଟର ଦୂରରେ କେଉଁ ଆବହମାନ କାଳରୁ ଏକ ବୈାଦ୍ଧ ମନ୍ଦିର ରହିଛି। ଏହାବ୍ୟତିତ ପ୍ରସ୍ତାବିତ ମଦ ଦୋକାନର ଅନତି ଦୂରରେ ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ଇନ୍ଦୁପୁର ସରକାରୀ ହାଇସ୍କୁଲ, ଚଇତି ଦେବୀ ମନ୍ଦିର ଓ ତ୍ରିନାଥ ମନ୍ଦିର ପ୍ରଭୃତି ରହିଛି। ଏହାସହ ସଂପୃକ୍ତ ମଦଦୋକାନଟି ଜଳସେଚନ ବିଭାଗ ଜମି ଉପରେ ହେବାକୁ ଯାଉଛି ଯାହା ସରକାରୀ ନୀତି ନିୟମକୁ ସଂପୂର୍ଣ୍ଣ ଉଲ୍ଲଙ୍ଘନ କରୁଛି। ତେଣୁ ଏସମସ୍ତ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଏହି ପ୍ରସ୍ତାବିତ ବିଦେଶୀ ମଦ ଦୋକାନଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମିଶନଶକ୍ତିର ମହିଳାମାନେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ମଦ ଦୋକାନକୁ ସେଠାରୁ ସ୍ଥାନାନ୍ତର କରାନଯାଏ ତେବେ ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ସମେତ ଇନ୍ଦୁପୁର ଗ୍ରାମପଞ୍ଚାୟତର ମିଶନଶକ୍ତିର ସଭ୍ୟା ଜାନକି ସାହାଣୀ, ରୀତାଞ୍ଜଳି ଭୋଇ, ପ୍ରମିଳା ବେହେରା, ଲୀତାଞ୍ଜଳି ବେହେରା, କମଳା ସାହାଣୀ, ଶାନ୍ତିଲତା ବେହେରା, କୁନ୍ତଳା ବେହେରା, ସଞ୍ଜୁଲତା ସାହାଣୀ, ନଜରାନା ବିବି,ରୁକସା ବିବି, ରୋସନି ବିବି, ସଫେଦା ବିବି, ପରମିନ ବିବି, ହାସିନା ବିବି, ଅଶିୟା ବେଗମ, ଆଫିଆ ପରଦିନ, ଚିଜବୁନ ବିବି, ଅମେନା ବିବି, ସୋଫିଆ ପରମିନ, ସୁହାନା ବିବି ପ୍ରମୁଖ ଶତାଧିକ ମହିଳା ଉପସ୍ଥିତ ଥିଲେ।

Next Post

ଏମଏସଏମଇ ଯୁବପିଢ଼ିଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗରେ ପରିଣତ କରିବ,ମଏସଏମଇ ଯୋଜନା ଏକ ପ୍ରହଶନ -ବିରୋଧି

Tue Jun 23 , 2026
ପଟ୍ଟାମୁଣ୍ଡାଇ ୨୩/୬- -ରାଜ୍ୟରେ ଭାଜପା ସରକାରଙ୍କ ଦୁଇବର୍ଷ ପୂର୍ତି ଉପଲକ୍ଷେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ୩ଦିନଧରି ପାଳନ ହେଉଥିବା ବିକାଶ ଧାରା ଓଡ଼ିଶା ସାରା ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମରେ ମଙ୍ଗଳବାର ବିକଶିତ ଓଡିଶା ପାଇଁ ସଶକ୍ତ ଏମଏସଏମଇ ଯୋଗଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବକ୍ତାମାନେ ଯୋଗ ଦେଇ ଏମଏସଏମଇ ଜରିଆରେ ଓଡ଼ିଶାର ଯୁବଶକ୍ତି ଆଗାମୀ ଦଶନ୍ଧିକୁ ଏକ ସୁବର୍ଣ୍ଣ ଯୁଗରେ ପରିଣତ କରିବେ । […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading