ମଣ୍ଡପଡ଼ା ଭଜନେଶ୍ୱର ହାଇସ୍କୁଲ ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

blank
ପଟ୍ଟାମୁଣ୍ଡାଇ ତା ୧୬/୫ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡ଼ା ଭଜନେଶ୍ୱର ହାଇସ୍କୁଲର ୨୫ ବର୍ଷ ପୂର୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଛି ଏହି ଉପଲକ୍ଷେ ରୌପ୍ୟ ଜୟନ୍ତୀ କମିଟି ସଭାପତି ସଂଗ୍ରାମ ସାମଲଙ୍କ ପୌରହିତ୍ୟରେ ଏକ ପ୍ରସ୍ତୁତି ବୈଠକଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କମିଟିର ଉପସଭାପତି କମଳ ଲୋଚନ ସାହୁ, ସମ୍ପାଦକ ଅବିନାଶ ପ୍ରଧାନ, ଉପସମ୍ପାଦକ କ୍ଷୀରୋଦ ବେହେରା ନାରାୟଣ ପ୍ରସାଦ ରାଉତ, ସମୀର କୁମାର ପ୍ରଧାନ, କାହ୍ନୁ ଚରଣ ପଣ୍ଡା, ବିଭୁ ପ୍ରସାଦ ସାହୁ, ନିରୋଦ ନଳିନୀ ମହାନ୍ତିଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆଲୋଚନାରେ ଭାଗ ନେଇ ଥିଲେ। ରୌପ୍ୟ ଜୟନ୍ତୀ ଉତ୍ସବକୁ ସବୁ ମତେ ସଫଳ କରିବା ପାଇଁ ସମସ୍ତେ ସକ୍ରିୟ ସହଯୋଗ କରିବାକୁ ଉପସଭାପତି ସାହୁ ନିବେଦନ କରିଥିଲେ । ରୌପ୍ୟ ଜୟନ୍ତୀ କମିଟି ସଭାପତି ସାମଲ ଭଜନେଶ୍ୱର ହାଇସ୍କୁଲ ଏ ଅଂଚଳର ଶିକ୍ଷା ବ୍ୟବସ୍ଥାର ମୂଳଦୁଆ। ଏହି ଗୌରବମୟ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ହାଇସ୍କୁଲ ପ୍ରତିଷ୍ଠାକୁ ୩୫ବର୍ଷ ହୋଇଯାଇଥିଲେ ମଧ୍ୟ ରୌପ୍ୟ ଜୟନ୍ତୀ ପାଳନ ହୋଇ ପାରିନଥିବାରୁ ଏହି ଗୌରବମୟ ଶିକ୍ଷାନୁଷ୍ଠାନର ଗାରିମା ବୃଦ୍ଧି କରିବା ପାଇଁ ଏବେ ସମସ୍ତଙ୍କ ସହଯୋଗରେ ରୌପ୍ୟ ଜୟନ୍ତୀ ପାଳନ କରିବା ପାଇଁ ସମୟ ଉପନୀତ ହୋଇଛି ବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ବହୁ ପୁରାତନ ଛାତ୍ରୀଛାତ୍ର, ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀମାନେ ଯୋଗ ଦେଇଥିଲେ। ଆସନ୍ତା ୨୦୨୭ ଏପ୍ରିଲ ମାସ ଶେଷ ସପ୍ତାହରେ ୩ ଦିନ ଧରି ରୌପ୍ୟ ଜୟନ୍ତୀ ପାଳନ ପାଇଁ ନିଷ୍ପତି ନିଆଯାଇଛି । ଶେଷରେ ଉପସଭାପତି ସାହୁ ଧନ୍ୟବାଦ ଦେଇଥିଲେ।

Next Post

ଜାମୁକୁଣ୍ଡାରେ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

Sat May 16 , 2026
ପଟ୍ଟାମୁଣ୍ଡାଇ ତା ୧୬/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଡା ପଂଚାୟତ ଜାମୁକୁଣ୍ଡା ଗାଁ ରେ ନୂତନ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସର୍ବପ୍ରଥମେ ଅଙ୍କୁରାରୋପଣ କଳସ ଯାତ୍ରା, ଯଜ୍ଞ ଆରମ୍ଭ ସୂର୍ଯ୍ୟ ପୂଜା ଗୋ ପୂଜା ସହ ଯଜ୍ଞର ପୂର୍ଣ୍ଣାହୂତି ଦିଆଯାଇଥିଲା ।ଏଇ ଅବସରରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଭାବରାସ୍ତାତ୍ମକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading