
ପଟ୍ଟାମୁଣ୍ଡାଇ ୧୯/୬- ରାଜ୍ୟର ନୂତନ ଭାଜପା ସରକାର କ୍ଷମତାକୁ ଆସିବାର ୨ବର୍ଷ ପୂରଣ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦେଶରେ ସାରା ରାଜ୍ୟରେ ପୂର୍ତି ଉତ୍ସବ ପାଳନ କରାଯାଉଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ୩ଟି ସ୍ଥାନରେ ପୂର୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୱାର୍ଡ ନଂ ୫, ୬, ୭, ୮, ୯, ୧୦, ୧୧କୁ ନେଇ ବାଲିପଡ଼ା ପାର୍ବତୀ ମଣ୍ଡପ ଠାରେ ପୂର୍ତି ପାଳନ କରା ଯାଇଥିବା ବେଳେ ୱାର୍ଡ ନଂ ୧୨, ୧୩, ୧୪, ୧୫, ୧୬, ୧୭କୁ ନେଇ ବକ୍ତାରପୁର ମଙ୍ଗଳା ମଣ୍ଡପ ଠାରେ ପୂର୍ତି ଉତ୍ସବ ପାଳନ କରାଯାଇଛି । ସେହି ପୌର ପରିଷଦ ପକ୍ଷରୁ ୱାର୍ଡ ନଂ ୧, ୨, ୩, ୪, ୧୮, ୧୯, ୨୦କୁ ନେଇ ମୁଖ୍ୟ ଉତ୍ସବ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଉଦଘାଟନ କରି ରାଜ୍ୟ ସରକାର ବିଗତ ୨ବର୍ଷ ମଧ୍ୟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ, ନୂତନ ଜନକଲ୍ୟାଣକାରୀ ଯୋଜନା ଏହାର ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ନିର୍ବାହୀ ରଞ୍ଜନ ଦାଶ ପୌର ପରିଷଦରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଉତ୍ସବରେ ପୌର ପରିଷଦ ସହକାରୀ ଯନ୍ତ୍ରୀ ସୁଶୀଲ ବେହେରା, ଜନସ୍ୱାସ୍ଥ୍ୟ ସହକାରୀ ଯନ୍ତ୍ରୀ ସୁଦାମ ସାହୁ ସିଡିପିଓ ଲଷ୍ମୀମଣି ସିଂ,ଯୋଗାଣ ନିରୀକ୍ଷକ ପୁଷ୍ପଲତା ଗାହାଣ, ୨ନଂ କାଉନସିଲର ସନ୍ତୋଷ ଦାସ, ୨୦ନଂ କାଉନସିଲର ରୀନା ରାଣୀ ମଲିକ ପ୍ରମୁଖ ମଂଚାସୀନ ଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ପରିମଳ ବିଶାରଦ ପ୍ରଭଞ୍ଜନ ସ୍ୱାଇଁ କାର୍ଯ୍ୟକ୍ରମ ସମ୍ପର୍କ ସୂଚନା ଦେଇଥିଲେ । ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ସହ ନିର୍ବାହୀ ଯନ୍ତ୍ରୀ ରୋଜାଲିନ ମହାଳିକ ସହକାରୀ ଯନ୍ତ୍ରୀ ବିନାୟକ ମିଶ୍ର ଓ ପ୍ରସନ୍ନ ରାଉତ ସି ଡି ପି ଓ ଲଷ୍ମୀମଣି ସିଂ, ଯୋଗାଣ ପୁଷ୍ପଲତା ଗାହାଣଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀ ଯୋଗ ଦେଇଥିଲେ । ଶେଷରେ ସିପି ମନୋରଞ୍ଜନ ଦାଶ ଧନ୍ୟବାଦ ଦେଇଥିଲେ ।
