ବଳଦେବଜୀଉ ମନ୍ଦିର ବୁଲି ଦେଖିଲା ରାଜ୍ୟ ପ୍ରତ୍ନତ୍ତ୍ୱ ବିଭାଗ

blank
କେନ୍ଦ୍ରାପଡ଼ା,୧୫ା୧୦:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉ ମନ୍ଦିରର ସର୍ବେକ୍ଷଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଦଳ ବୁଧବାର କେନ୍ଦ୍ରାପଡ଼ାରେ ପହଞ୍ଚି ମନ୍ଦିରର ସ୍ଥିତି ପରଖିଛନ୍ତି। ଏହି ଦଳ ପ୍ରଥମେ ଶ୍ରୀଜୀଉଙ୍କ ମୁଖ୍ୟ ଦେଉଳର ଜଗମୋହନରେ ଥିବା ଖୁମ୍ବର ଫାଟକୁ ତଦାରଖ କରିଥିଲେ। ପୂର୍ବରୁ ପ୍ଲେଟ୍ ପଡିବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏବେ ଯେଉଁ ଡିପିଆର ପ୍ରସ୍ତୁତ ହେବ ସେଥିରେ ପ୍ଲେଟ୍ ଲାଗିବାର ବ୍ୟବସ୍ଥା ରହିବ ନାହିଁ। ଏକ ସ୍ୱତନ୍ତ୍ର ପଥର ଦ୍ୱାରା ଜଗମୋହନର ଖୁମ୍ବକୁ ସୌନ୍ଦର୍ଯ୍ୟକରଣ କରାଯିବ। ମନ୍ଦିରର ନୀଳଚକ୍ର ହୁଗୁଳି ଯାଇଥିବାରୁ ତାହାର ମରାମତି କରାଯିବ। ଝୁଲଣ ଘରର କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ଫାଟର ମରାମତି କରାଯିବ। ପୁରୁଣା ଆନନ୍ଦବଜାରର ସୌନ୍ଦର୍ଯ୍ୟକରଣ କରାଯିବ। ବିବାହ ମଣ୍ଡପ ପଛପାଶ୍ୱର୍ରେ ଥିବା ପୁରୁଣା ଆଜବେଷ୍ଟସ ଘର ଭଙ୍ଗାଯାଇ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯିବ। ମନ୍ଦିର ପରିସରରେ ଥିବା ବିବାହ ମଣ୍ଡପକୁ ସ୍ଥାନାନ୍ତର କରାଯାଇ ପାର୍କ ନିକଟରେ ନୂତନ ବିବାହ ମଣ୍ଡପ ନିର୍ମାଣ କରାଯିବ। ପୁରୁଣା ଚନ୍ଦନ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବ। ଭଣ୍ଡାର ଘରର ଅବସ୍ଥା ଭଲ ନଥିବାରୁ ଏହି ଦଳ ତାହାର ତଦାରଖ କରି ସୌନ୍ଦର୍ଯ୍ୟକରଣ କରାଯିବ ବୋଲି କହିଥିଲେ। ମନ୍ଦିର ମଧ୍ୟରେ ଥିବା ପାଶ୍ୱର୍ର୍ ଦେବାଦେବୀ ମନ୍ଦିର ଯଥା କନକ ଦୁର୍ଗା ମନ୍ଦିର, ରାମଜୀ ମନ୍ଦିର, ସରସ୍ୱତୀ ମନ୍ଦିର ପ୍ରଭୃତିର ସୌନ୍ଦର୍ଯ୍ୟକରଣ କରାଯିବ। ବଳଦେବଜୀଉ ପାର୍କର ଓ ଯାତ୍ରୀ ନିବାସର ଉନ୍ନତିକରଣ କରାଯିବ। ନୂଆ ଚନ୍ଦନ ପୋଖରୀର ସୌନ୍ଦର୍ଯ୍ୟକରଣ କରାଯିବ। ଗୁଣ୍ଡିଚା ମନ୍ଦିରର ମଧ୍ୟ ଉନ୍ନତିକରଣ କରାଯିବ। ଏ ନେଇ ଏକ ଘରୋଇ ଆର୍କିଟେକ୍ ସଂସ୍ଥାକୁ ଡିପିଆର ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେମାନେ କହିଛନ୍ତି। ସେହି ସଂସ୍ଥା ଡିପିଆର ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବା ପରେ ଏଷ୍ଟିମେଟ୍ ଅନୁଯାୟୀ ସରକାର ଅର୍ଥ ମଞ୍ଜୁର କରିବେ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟିମ୍‌ରେ ପ୍ରତ୍ନତତ୍ତ୍ୱ ବିଭାଗର ଅଧୀକ୍ଷକ ଦେବଯାନୀ ଭୂୟାଁ, ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ, ସହ ସଂଗ୍ରହାଧ୍ୟକ୍ଷ ରୁଦ୍ରପ୍ରସାଦ ବେହେରା, ଆର୍କିଟେକ୍ଟ ରୋସନ ମହନ୍ତ ପ୍ରମୁଖ ଆସିଥିଲେ। ସେମାନଙ୍କ ସହ ଜିଲ୍ଲାପାଳ ରଘୁରାମ ଆର. ଆୟାର, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ମନ୍ଦିର ପ୍ରଶାସନ ପକ୍ଷରୁ ଟ୍ରଷ୍ଟ ବୋର୍ଡ ସଭ୍ୟ ହୃଷିକେଶ ରଥ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ସଭ୍ୟ ଧୀରେନ୍ ସାହୁ, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଆଲୋଚନା କରିଥିଲେ। ଆର୍କିଟେକଚର ସଂସ୍ଥା ପ୍ରାଥମିକ ପର୍ଯ୍ୟାୟରେ ପ୍ରସ୍ତୁତ କରିଥିବା ଏକ ମଡେଲ ନକ୍ସା ଜିଲ୍ଲାପାଳଙ୍କୁ ଦେଖାଇ ଆଲୋଚନା କରିଥିଲେ। ଜିଲ୍ଲାପାଳ ସୂଚନା ଦେଇଥିଲେ ମନ୍ଦିରର ବିକାଶ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଫଳରେ ଜିଲ୍ଲା ପ୍ରଶାସନ ରାଜ୍ୟ ପ୍ରତ୍ୱ ତତ୍ତ୍ୱ ବିଭାଗକୁ ଚିଠି ଲେଖିଥିଲା। ଫଳରେ ଆଇନ୍ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଟିମ କେନ୍ଦ୍ରାପଡ଼ାରେ ପହଞ୍ଚି ଶ୍ରୀଜୀଉଙ୍କ ମନ୍ଦିର ଓ ପାଶ୍ୱବର୍ତ୍ତୀ ଅଞ୍ଚଳର ଅନୁଧ୍ୟାନ କରିଥିଲେ।

Next Post

11 लाख रुपये की ब्राउन शुगर ज़ब्त, 2 गिरफ्तार

Wed Oct 15 , 2025
भुवनेश्वर केंद्रापरा 15/10 – केंन्द्रापाड़ा ज़िले के पट्टामुंन्डाई एक्साइज़ डिपार्टमेंट ने बुधवार को पट्टामुंडई मेडिकल चौक और पोखरियापाड़ा गांव में छापा मारकर 115 ग्राम ब्राउन शुगर ज़ब्त की और दो लोगों को गिरफ्तार किया गया। बो लोग पोरपालिका वार्ड नंबर 11 के एसके मुज़फ़्फ़र अल्ली और डीके समसेर अल्ली हैं। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading