ପାଳପାଟଣା-ମାସାହାଣୀ ସେତୁ ନିର୍ମାଣ ପାଇଁ ସରକାରୀ ସ୍ୱୀକୃତି

blank
ପଟ୍ଟାମୁଣ୍ଡାଇ ତା ୨୦/୩-ରାଜନଗର ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନଦୀ ନାଳ ଘେରା ଶ୍ରୀରାମପୁର ପଞ୍ଚାୟତବାସୀଙ୍କୁ ଉତ୍ତମ ଗମନାଗମନ ସୁବିଧା ଯୋଗାଇବା ସହିତ ଏହି ପଂଚାୟତକୁ ଆଳି ନିର୍ବାଚନ ମଣ୍ଡଳୀ ସହିତ ସଂଯୋଗ କରିବାକୁ ପାଳପାଟଣା-ମାସାହାଣୀ ସେତୁ ନିର୍ମାଣ କରିବା ପାଇଁ ସରକାରୀ ସ୍ୱୀକୃତି ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଚିଠି ନଂ ୨୮୫୪୧୫୦୦୦୪୨୦୨୪ ରେ ସରକାରୀ ସ୍ୱୀକୃତି ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।ଏଥି ପାଇଁ ସାଧାରଣ ରେ ଖୁସିର ଲହରୀ ଖେଳି ଯାଇଛି ।

ପ୍ରକାଶ ଯେ ଗମନା ଗମନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏହି ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଅଂଚଳବାସୀ ଦୀର୍ଘଦିନ ହେଲା ଦାବୀ କରିଆସୁଥିଲେ । ରାଜନଗର ବିଧାୟକ ଭାବେ ଧ୍ରୁବ ସାହୁ ନିର୍ବାଚିତ ହେବା ପରେ ଏହି ସେତୁ ନିର୍ମାଣ ପାଇଁ ଗତ ବିଜେଡି ସରକାର ସମୟରେ ବାରମ୍ବାର ଦାବୀ କରିଥିଲେ। ଗତ ବିଜେଡି ସରକାର ପ୍ରଥମେ ୨୦ କୋଟି ଟଙ୍କା ମଂଜୁର କରି ଟେଣ୍ଡର କରିଥିଲେ । ଆଳି ତତ୍କାଳୀନ ବିଧାୟକ ପ୍ରତାପ ଦେବ ମହାସାହାଣୀ ଠାରେ ଏହି ସେତୁ ନିର୍ମାଣ ପାଇଁ ଶୁଭ ଦେଇଥିଲେ । ପରବର୍ତୀ ସମୟରେ ସେତୁର ବ୍ୟୟ ବୃଦ୍ଧି ପାଇବାରୁ ତତ୍କାଳୀନ ସରକାର ଏହି ସେତୁ ନିର୍ମାଣ ପାଇଁ ୩୬ କୋଟି ଟଙ୍କା ମଂଜୁର କରିବା ସହିତ ଟେଣ୍ଡର ଆହ୍ୱାନ କରିଥିଲେ । ମାତ୍ର ସେତୁ ନିର୍ମାଣକାରୀ ସଂସ୍ଥା ଏହି ସେତୁ ନିର୍ମାଣ ପାଇଁ ସମୟ ଗଡାଇ ଚାଲିବାରୁ ସରକାର ବାଧ୍ୟ ହୋଇ ଟେଣ୍ଡର ବାତିଲ କରିଥିଲେ। ପରବର୍ତୀ ସମୟରେ କେନ୍ଦ୍ର ସରକାରଙ୍କ ସାଗରମାଳା ଯୋଜନାରେ ଏହି ସେତୁର ନକ୍ସା ପରିବର୍ତନ ହେବାରୁ ସେତୁ ନିର୍ମାଣ ଅନିଶ୍ଚିତ ହୋଇପଡିଥିଲା । ରାଜ୍ୟ ରେ ନୂତନ ସରକାର ଗଠନ ପରେ ଅଂଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସେତୁ ନିର୍ମାଣ ଆରମ୍ଭ କରିବା ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ସେତୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଭୁଲ କ୍ରମେ ପୂର୍ତ୍ତ ବିଭାଗକୁ ସୁପାରିଶ କରାଯାରଥିଲା । ପରବର୍ତୀ ସମୟରେ ରାଜନଗର ବିଧାୟକ ଧ୍ରୁବ ସାହୁ ପାଳପାଟଣା – ମାସାହାଣୀ ସେତୁ ନିର୍ମାଣର ସ୍ଥିତି ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ କରିବାରୁ ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ଏହି ସେତୁ ନିର୍ମାଣ ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି ପବିତ୍ର ବିଧାନସଭା ଗୃହରେ ଉତ୍ତର ରଖି ଥିଲେ । ଯାହାଫଳରେ ପାଳ ପାଟଣା = ମହାସାହାଣୀ ସେତୁ ନିର୍ମାଣ ନେଇ ପୁନଃରାୟ ଅନିଶ୍ଚିତତା ଦେଖା ଦେଇଥିଲା । ରାଜ୍ୟ ସରକାର ସମ୍ପ୍ରତି ରାଜ୍ୟର ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ଗମନାଗମନ ବିକାଶ ପାଇଁ ପ୍ରତ୍ୟେକ ବିଧାୟକଙ୍କୁ ନିଜ ଅଂଚଳର ଗୋଟିଏ ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଥିଲେ । ରାଜନଗର ବିଧାୟକ ଧ୍ରୁବ ସାହୁ ରାଜନଗର ନିର୍ବାଚନମଣ୍ଡଳୀରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଶ୍ରୀରାମ ପୁର ପଂଚାୟତର ପାଳପାଟଣା – ମା ସାହାଣୀ ସେତୁ ନିର୍ମାଣ ପାଇଁ ସରକାରଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ । ରାଜ୍ୟ ସରକାର ସମ୍ପ୍ରତି ଶ୍ରୀରାମପୁର ପାଳପାଟଣା ମା ସାହାଣୀ ସେତୁ ନିର୍ମାଣ ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି ।ଏହି ସେତୁ ନିର୍ମାଣ ସଂପୂର୍ଣ୍ଣ ହେଲେ ୧୫କିମି ଦୂରତା କମିବା ସହିତ ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକ ୧୦ଟି ପଂଚାୟତ ଲୋକ ଉପକୃତ ହୋଇପାରିବେ । ପାଳପାଟଣା,-ମା ସାହାଣୀ ସେତୁ ନିର୍ମାଣ ପାଇଁ ସରକାରୀ ସ୍ୱୀକୃତି ମିଳିଥିବାରୁ ସାଧାରଣରେ ଖୁସିର ଲହରୀ ଖେଳିଯାଇଛି । ଏଥି ସହିତ ମଦନପୁର – ବଳଭଦ୍ରପୁର ଓ ନିମପୁର ଶାସନ ରାସ୍ତା ନିର୍ମାଣ ପାଇଁ ସରକାରୀ ସ୍ୱୀକୃତି ମିଳିଛି ।

Next Post

ଆଳି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ

Fri Mar 21 , 2025
କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି। ତାଙ୍କୁ ୬୬ ବର୍ଷ ହୋଇଥିଲା ।ସେ ତୃଣମୂଳ ସ୍ତରରେ ଜଣେ ଭଲ ସଂଗଠକ ଥିଲେ। ସେ କଂଗ୍ରେସ ଟିକେଟ୍‌ରେ ୨୦୧୪ ନିର୍ବାଚିତ ହୋଇଥିଲେ। ସେ ୧୯୫୯ ମସିହା ମାର୍ଚ୍ଚ ୧୮ରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା କଲିଜିଏଟ ସ୍କୁଲରେ ପାଠପଢ଼ା ଶେଷ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading